ETV Bharat / bharat

ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ - ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ

ପ୍ଲାଷ୍ଟିକ ଆଜି ସାରା ବିଶ୍ବ ପାଇଁ ଏକ ବଡ଼ ସମସ୍ୟା ରୂପେ ଉଭା ହୋଇଛି । ଆଉ ପ୍ଲାଷ୍ଟିକ ବ୍ୟାଗର ବହୁଳ ବ୍ୟବହାର ପ୍ଲାଷ୍ଟିକ ପ୍ରଦୂଷଣର ମୁଖ୍ୟ କାରଣ ହୋଇଛି । ତେବେ ବିଶ୍ବକୁ ପ୍ଲାଷ୍ଟି ମୁକ୍ତ କରିବା ପାଇଁ ପ୍ରତି ବର୍ଷ ଜୁଲାଇ ମାସ 3 ତାରିଖକୁ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ ରୂପେ ପାଳନ କରାଯାଏ । ଅଧିକ ପଢ଼ନ୍ତୁ...

ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ
International Plastic Bag Free Day
author img

By

Published : Jul 3, 2020, 6:30 AM IST

ହାଇଦ୍ରାବାଦ: ପ୍ରତିବର୍ଷ ଆମେ ପ୍ରାୟ 1ରୁ 5 ଥ୍ରିଲିୟନ ପ୍ଲାଷ୍ଟିକ ବ୍ୟାଗର ବ୍ୟବହାର କରିଥାଉ । ଯାହା ମାନେ ହେଉଛି 160,000 ଟି ପ୍ରତି ଘଣ୍ଟାରେ । ଆଉ ଜଣଙ୍କ ପିଛା ପ୍ରାୟ 700 ବ୍ୟାଗ ପ୍ରତି ବର୍ଷ । 5 ଥ୍ରିଲିୟନ ପ୍ରତି ବର୍ଷ ହେଲେ ମିନିଟ ପ୍ରତି ପ୍ରାୟ 10 ମିଲିୟନ ପ୍ଲାଷ୍ଟିକ ବ୍ୟାଗ । ସାରା ବିଶ୍ବରେ ବ୍ୟବହୃତ ପ୍ଲାଷ୍ଟିକ ବ୍ୟାଗର ମାତ୍ର 1ରୁ 3 ପ୍ରତିଶତ ପୁନଃଚକ୍ରଣ ହୋଇଥାଏ ।

କିଛି ଅଧ୍ୟୟନରୁ ଜଣା ପଡ଼ିଛି ଯେ ପ୍ଲାଷ୍ଟିକ ବ୍ୟାଗ ଓ ଷ୍ଟିରୋଫୋମ କଣ୍ଟେନର ମାଟିରେ ମିଶିବା ପାଇଁ ହଜାର ହଜାର ବର୍ଷ ଲାଗିଥାଏ । ଏହାସହ ଏଗୁଡି଼କ ଜଳ, ମୃତ୍ତିକାକୁ ପ୍ରଦୂଷିତ କରିବା ସହ ସ୍ଥଳଭାଗରେ ଥିବା ଜୀବଜନ୍ତୁ ଓ ସାମୁଦ୍ରିକ ଜୀବଙ୍କ ଖାଦ୍ୟକୁ ମଧ୍ୟ ବିଷାକ୍ତ କରିଥାଏ । ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ସବୁଠାରୁ ବଡ ସମସ୍ୟା ବୋଲି ମନେ କରାଯାଏ ।

ସିଙ୍ଗଲ ୟୁଜ ପ୍ଲାଷ୍ଟିକରୁ ମୁକ୍ତି ପାଇବା ପାଇଁ ଅନ୍ତର୍ଜାତୀୟ ପ୍ଲାଷ୍ଟି ବ୍ୟାଗ ମୁକ୍ତ ଦିବସ ପାଳନ କରିବାକୁ ନିଷ୍ପତି ନିଆଗଲା । ପରିବେଶ ସଂରକ୍ଷଣକୁ ପ୍ରୋତ୍ସାହିତ କରାଯିବା ସହ ଆମ ସମସ୍ତଙ୍କୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାରରୁ ନିଜକୁ ନିବୃତ ରଖିବାକୁ ଉତ୍ସାହିତ କରିବା ଏହାର ଲକ୍ଷ୍ୟ ।

ପ୍ଲାଷ୍ଟିକ ବ୍ୟାଗକୁ କାହିଁକି ନା ??

  • ପ୍ଲାଷ୍ଟିକ ବ୍ୟାଗ ନାଳ ଏବଂ ଜଳପଥକୁ ବନ୍ଦ କରି ସହରାଞ୍ଚଳରେ ପରିବେଶ ପ୍ରତି ବିପଦ ସୃଷ୍ଟି କରିଥାଏ । ଗୁରୁତର ସୁରକ୍ଷା ଜନିତ ବିପଦ ସୃଷ୍ଟି କରିଥାଏ । ପ୍ଲାଷ୍ଟିକ ବ୍ୟାଗ ଦ୍ବାରା ଡ୍ରେନେଜ ସିଷ୍ଟମ ସବୁ ଅବରୋଧ ହୋଇଥାଏ ଯାହା ବନ୍ୟା ହେବାର ଏକ ପ୍ରମୁଖ କାରଣ ଭାବରେ ଚିହ୍ନଟ ହୋଇଛି । 1988 ଏବଂ 1998ରେ ବାଂଲାଦେଶରେ ବନ୍ୟା ପରିସ୍ଥିତି ଅଧିକ ଭୟଙ୍କର ହୋଇପଡିଥିଲା କାରଣ ପ୍ଲାଷ୍ଟିକ ବ୍ୟାଗ ଗୁଡ଼ିକ ନାଳ ସବୁକୁ ଜାମ କରି ଦେଇଥିଲା । ତେଣୁ ସରକାର ବର୍ତ୍ତମାନ ପ୍ଲାଷ୍ଟିକ ବ୍ୟାଗକୁ ବ୍ୟାନ କରିଛନ୍ତି ।
  • ପ୍ଲାଷ୍ଟିକ ବ୍ୟାଗ ଦ୍ବାରା ଜଳ ନିଷ୍କାସନ ବ୍ୟବସ୍ଥା ଅବରୋଧ ହେବା ଜନସାଧାରଣଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଥାଏ । ବ୍ୟାଗଗୁଡିକ ଅନୁପଯୁକ୍ତ ଭାବରେ ନିଷ୍କାସିତ ହୋଇ ସ୍ବେରେଜରେ ଅବରୋଧ ଏବଂ ଜଳ ନିଷ୍କାସନରେ ବାଧା ସୃଷ୍ଟି କରେ । ସ୍ବେରେଜ ବନ୍ଦ କରି ମଶା ଏବଂ କୀଟନାଶକ ପାଇଁ ପ୍ରଜନନ କ୍ଷେତ୍ର ଯୋଗାଇବା ଦ୍ବାରା, ପ୍ଲାଷ୍ଟିକ ବ୍ୟାଗ ମ୍ୟାଲେରିଆ ପରି ମାରାତ୍ମର ରୋଗ ସଂକ୍ରମଣକୁ ମଧ୍ୟ ବଢ଼ାଇ ଥାଏ ।
  • ପ୍ଲାଷ୍ଟିକ ପଦାର୍ଥ ଖାସ କରି ପ୍ଲାଷ୍ଟିକ ବ୍ୟାଗ ସବୁ ଆକାଶ ମାର୍ଗରେ ବାଧା ସୃଷ୍ଟି କରିବା ସହ ଅନେକ ଜୀବଜନ୍ତୁଙ୍କ ପେଟରେ ମଧ୍ୟ ରହିଯାଏ । ଅଧିକାଂଶ ସମୟରେ ପ୍ଲାଷ୍ଟିକ ବ୍ୟାଗକୁ ଖାଦ୍ୟ ଭାବି କଇଁଛ ଓ ଡଲଫିନ ମାନେ ଖାଇ ଦିଅନ୍ତି ।
  • ପ୍ଲାଷ୍ଟିକ୍ ଉତ୍ପାଦନ ସମୟରେ ବିଷାକ୍ତ ରାସାୟନିକ ପଦାର୍ଥ ଯୋଗ କରାଯାଇଥିବା ଦେଖିବାକୁ ମିଳେ ଯାହା ପରେ ପଶୁ ମାନଙ୍କ ଟିସୁକୁ ସ୍ଥାନନ୍ତରିତ ହୋଇ ମନୁଷ୍ୟଙ୍କ ଖ୍ୟାଦ୍ୟ ଶୃଙ୍ଖଳକୁ ପ୍ରବେଶ କରିଥାଏ । ଷ୍ଟିରୋଫୋମ ଉତ୍ପାଦ, ଯେଉଁଥିରେ ଷ୍ଟାଇରନ୍ ଏବଂ ବେନଜିନ ପରି କର୍କିନୋଜେନିକ ପରି ବିଷାକ୍ତ ରାସାୟନିକ ପଦାର୍ଥ ଥାଏ । ସେଗୁଡ଼ିକ ସ୍ନାୟୁ ପ୍ରଣାଳୀ, ଫୁସଫୁସ ଏବଂ ପ୍ରଜନନ ଅଙ୍ଗକୁ କ୍ଷତି ପହଞ୍ଚାଏ । ଷ୍ଟିରୋଫାମ କଣ୍ଟେନରରେ ଥିବା ବିଷାକ୍ତ ପଦାର୍ଥ ଖାଦ୍ୟ ଏବଂ ପାନୀୟରେ ପ୍ରବେଶ କରିପାରେ ।
  • ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପ୍ରାୟତଃ ଗରମ କରିବା ପାଇଁ କିମ୍ବା ରାନ୍ଧିବା ପାଇଁ ବ୍ୟବହୃତ ହୋଇଥାଏ । ଯାହା ଲୋକଙ୍କୁ ବିଷାକ୍ତ ହୋଇଥାଏ । ଖୋଲା ଆକାଶ ତଳେ ପ୍ଲାଷ୍ଟିକ ବସ୍ତୁ ଜଳିବା ଦ୍ବାରା ଅନେକ କ୍ଷତିକାରକ ଗ୍ୟାସ ନିର୍ଗମନ ହୋଇଥାଏ ।

ସାରା ବିଶ୍ବରେ ପ୍ଲାଷ୍ଟିକ ବ୍ୟାଗ

  • ଜାତିସଂଘର ପରିବେଶ ଏବଂ WRI ର ଏକ ରିପୋର୍ଟରୁ ଜଣାପଡିଛି ଯେ ଅତି କମରେ 127 ଦେଶ (192 ର ସମୀକ୍ଷା କରାଯାଇଛି) ପ୍ଲାଷ୍ଟିକ ବ୍ୟାଗ ନିୟନ୍ତ୍ରଣ କରିବା ପାଇଁ କିଛି ନିୟମ ଗ୍ରହଣ କରିଛନ୍ତି ।
  • 91ଟି ଦେଶ ମଧ୍ୟରୁ ପ୍ଲାଷ୍ଟିକ ବ୍ୟାଗ ନିଷେଧ ଥିବା ପଚିଶଟି ଦେଶରେ ରିହାତି ଏବଂ ଅନେକଙ୍କର ଏକାଧିକ ରିହାତି ରହିଛି । କେବଳ 16 ଟି ଦେଶରେ ପୁନଃ ବ୍ୟବହାର ଯୋଗ୍ୟ ବ୍ୟାଗ କିମ୍ବା ପ୍ଲାଷ୍ଟିକର ବିକଳ୍ପ ଯଥା ଉଦ୍ଭିଦ ଭିତ୍ତିକ ସାମଗ୍ରୀରୁ ନିର୍ମିତ ବ୍ୟାଗ ବ୍ୟବହାର ନେଇ ନିୟମ ଥିଲା ।
  • ଫ୍ରାନ୍ସ, ଭାରତ, ଇଟାଲୀ, ମାଡାଗାସ୍କର ଏବଂ ଅନ୍ୟାନ୍ୟ ଦେଶରେ ସମସ୍ତ ପ୍ଲାଷ୍ଟିକ ବ୍ୟାଗ ଉପରେ ପ୍ରତିବନ୍ଧକର କୌଣସି ସୁବିଧା ନାହିଁ, କିନ୍ତୁ ସେମାନେ ପ୍ଲାଷ୍ଟିକ ବ୍ୟାଗ ଉପରେ ନିଷେଧାଦେଶ କିମ୍ବା ଟ୍ୟାକ୍ସ ରଖନ୍ତି ଯେଉଁ ଗୁଡ଼ିକ 50 ମାଇକ୍ରନରୁ କମ ଅଟେ ।
  • ଚୀନ ପ୍ଲାଷ୍ଟିକ ବ୍ୟାଗ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛି ଏବଂ ଖୁଚୁରା ବ୍ୟବସାୟୀମାଙ୍କୁ ପ୍ଲାଷ୍ଟିକ ବ୍ୟାଗ ପାଇଁ ଗ୍ରାହକଙ୍କ ଠାରୁ ମୂଲ୍ୟ ଆଦାୟ କକିବାକୁ କୁହାଯାଇଛି କିନ୍ତୁ ସେମାନଙ୍କର ଉତ୍ପାଦନ କିମ୍ବା ରପ୍ତାନିକୁ ବନ୍ଦ କରାଯାଇ ନାହିଁ ।
  • ଇକ୍ୟୁଏଡର୍, ଏଲ୍ ସାଲଭାଡୋର ଏବଂ ଗୁଇନା କେବଳ ପ୍ଲାଷ୍ଟିକ ବ୍ୟାଗ ନିଷ୍କାସନକୁ ନିୟନ୍ତ୍ରଣ କରନ୍ତି, କିନ୍ତୁ ସେମାନଙ୍କର ଆମଦାନି, ଉତ୍ପାଦନ ଏବଂ ଖୁଚୁରା ବ୍ୟବହାର ଉପରେ ରୋକ ଲଗାଇ ନାହିଁ ।
  • କେପ ଭର୍ଡେ, ପ୍ଲାଷ୍ଟିକ ବ୍ୟାଗ ଉତ୍ପାଦନ ଉପରେ ଶତକଡ଼ା ଭାବେ ହ୍ରାସ ଲାଗୁ କରିଛି । 2015ରେ 60 ପ୍ରତିଶତ ଥିବା ନିଷେଧାଦେଶ 2016ରେ 100 ପ୍ରତିଶତକୁ ଏହା ବୃଦ୍ଧି ହୋଇଥିଲା, ଯେତେବେଳେ ପ୍ଲାଷ୍ଟିକ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି ହେଲା ପରେ କେବଳ ବାୟୋଡିଗ୍ରେଡେବଲ ଏବଂ କମ୍ପୋଷ୍ଟେବଲ ପ୍ଲାଷ୍ଟିକ ବ୍ୟାଗ ପାଇଁ ଅନମତି ଦିଆଯାଇଛି ।
  • ଅଷ୍ଟ୍ରେଲିଆ ଏବଂ ଭାରତ, ବିସ୍ତାରିତ ଉତ୍ପାଦକ ଦାୟିତ୍ବ(EPR) ଆବଶ୍ୟକ କରୁଥିବା ଆଇନ ପ୍ରଣୟନ କଲେ । ଏକ ନୀତି ପ୍ରଣାଳୀ ଯେଉଁଠାରେ ଉତ୍ପାଦକମାନେ ସଫେଇ କାର୍ଯ୍ୟ ପାଇଁ କିମ୍ବା ସେମାନଙ୍କର ଉତ୍ପାଦଗୁଡିକର ପୁନଃ ବ୍ୟବହାର ପାଇଁ ଦାୟୀ ରହିବେ । ଉତ୍ପାଦନ, ବଣ୍ଟନ, ବ୍ୟବହାର, ସଂଗ୍ରହ, ପୁନଃ ବ୍ୟବହାରର ସମସ୍ତ ପର୍ଯ୍ୟାୟରେ ଏକ ଉତ୍ପାଦର ସମ୍ଭାବ୍ୟ ପ୍ରଭାବଗୁଡିକର ପରିଚାଳନାକୁ EPR ଅନ୍ତର୍ଭୁକ୍ତ କରେ ।
  • ପ୍ଲାଷ୍ଟିକ ପ୍ରଦୂଷଣକୁ ହ୍ରାସ କରିବାକୁ ଏକ ପ୍ରୟାସରେ ଅନେକ ସରକାର ପ୍ଲାଷ୍ଟି ବ୍ୟାଗକୁ ନିଷେଧ କରିଛନ୍ତି, କେବଳ “ବାୟୋଡିଗ୍ରେଡେବଲ” ବ୍ୟାଗର ବ୍ୟବହାର ଏବଂ ଉତ୍ପାଦନକୁ ଅନୁମତି ଦିଆଯାଇଛି ।

ଭାରତରେ ପ୍ଲାଷ୍ଟିକ ବ୍ୟାଗ

  • ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର 2022 ସୁଦ୍ଧା ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା ନେଇ ସଂକଳ୍ପ ଘୋଷଣା କରଛନ୍ତି ।
  • 1998 ରେ, ସିକ୍କିମ ପ୍ରଥମ ଭାରତୀୟ ରାଜ୍ୟ ମଧ୍ୟରୁ ପ୍ଲାଷ୍ଟିକ ବ୍ୟାଗ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଦେଇଥିଲା, ଏବଂ ଦୁଇ ଦଶନ୍ଧି ତଳେ, ଏହା ଦେଶର ଏକମାତ୍ର ରାଜ୍ୟ ଭାବରେ ସଫଳତାର ସହିତ ଏହି ନିଷେଧାଦେଶ କାର୍ଯ୍ୟକାରୀ କଲେ । ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ, ରାଜ୍ୟକୁ ଏହି କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି ।
  • ରାଜ୍ୟଗୁଡିକ ପ୍ଲାଷ୍ଟିକ ବ୍ୟାଗ ବ୍ୟାନ ଉପରେ ସମ୍ବନ୍ଧୀୟ ବିଜ୍ଞପ୍ତି / ନିର୍ଦ୍ଦେଶ ଜାରି କରିଛନ୍ତି କିନ୍ତୁ, ଏହାର କାର୍ଯ୍ୟକାରିତା ହେଉଛି ଏକ ସମସ୍ୟା ।
  • ମୁଖ୍ୟ ସମସ୍ୟାଗୁଡିକ ହେଉଛି (i) କାର୍ଯ୍ୟକାରୀର ଅଭାବ ଏବଂ (ii) ଏହାର ସୁଲଭ ମୁଲ୍ୟରେ କୌମସି ବିକଳ୍ପ ପରି ଦେଖାଯାଏ । ଶେଷରେ ଚୋରା ଚାଲାଣ ଏବଂ କଳା ବଜାରରେ ବୃଦ୍ଧି ଘଟିଛି । ଯାହା ଦ୍ବାରା ଅନେକ ପରିବେଶ ଜନିତ ସମସ୍ୟା ସୃଷ୍ଟି ହୋଇଛି ।
  • ଯେହେତୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଜାତୀୟ ସବୁଜ ଟ୍ରିବ୍ୟୁନାଲକୁ କହିଛି; ଅଠର ରାଜ୍ୟ ପ୍ଲାଷ୍ଟିକ ବ୍ୟାଗ, ପାଞ୍ଚଟି ରାଜ୍ୟ ଆନ୍ଧ୍ର ପ୍ରଦେଶ, ଗୁଜୁରାଟ, ଜାମ୍ମୁ କାଶ୍ମୀର, କେରଳ ଏବଂ ପଶ୍ଚିମବଙ୍ଗ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି ।

ପ୍ଲାଷ୍ଟିକ ବ୍ୟାଗ ବ୍ୟବହାରରେ କୋରୋନାଭାଇରସ କିପରି ପରିବର୍ତ୍ତନ କରିଛି

  • କରୋନାଭାଇରସ ବିସ୍ତାର ସହିତ ଗ୍ରାହକଙ୍କ ଆଚରଣ, ଏପରିକି ସର୍ବୋତ୍ତମ ଉଦ୍ଦେଶ୍ୟମୂଳକ ଆଚରଣରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି । ଦେଶବ୍ୟାପୀ ବନ୍ଦ ସମୟରେ, ପ୍ଲାଷ୍ଟିକ ଏକ ପ୍ରମୁଖ ଉପାଦାନ ଥିଲା ସାମଗ୍ରୀ ବିକ୍ରୟ ଏବଂ କ୍ରୟ କ୍ଷେତ୍ରରେ, ଯେଉଁ ଦେଶରେ ଏହାର ବ୍ୟବହାର ଏପର୍ଯ୍ୟନ୍ତ ନିଷେଧ ହୋଇନାହିଁ ସେ କ୍ଷେତରୁ ଉତ୍ପାଦ ଆଣିବା ପାଇଁ ହେଉ, ଖାଦ୍ୟ ସଂରକ୍ଷଣ ପାଇଁ ହେଉ କିମ୍ବା ଭିତରେ ଫଳ ଏବଂ ପନିପରିବା ସଜାଡ଼ିବା ପାଇଁ ଗ୍ଲୋବ୍ସର ରୂପ ପ୍ଲାଷ୍ଟିକ ଶିଳ୍ପ ପାଇଁ ହେଉ ।
  • ଲବିଷ୍ଟମାନେ ଯୁକ୍ତିତର୍କ କରି ସ୍ବାସ୍ଥ୍ୟ ଭୟର ସୁଯୋଗ ନେଇଛନ୍ତି ପୁନଃ ବ୍ୟବହାର ଯୋଗ୍ୟ ଅପେକ୍ଷା ଏକକ-ବ୍ୟବହାର ପ୍ଲାଷ୍ଟିକ ବ୍ୟାଗ ଅଧିକ ସ୍ବଚ୍ଛତା ବିକଳ୍ପ ବୋଲି କହିଥିଲେ ।
  • ଆସନ୍ତା ବର୍ଷ କରୋନାଭାଇରସ ହୁଏତ ଅତୀତ ହୋଇଯାଇପାରେ କିନ୍ତୁ ପ୍ଲାଷ୍ଟିକ ପ୍ରଦୂଷଣ ହେବ ନାହିଁ । ଏହା ଗୁରୁତ୍ବପୂର୍ଣ୍ଣ ଯେ ଆମେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବୃଦ୍ଧି କରିବା ନାହିଁ ।
  • କୋଭିଡ-19 ମହାମାରୀ ସମୟରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ସୀମିତ କରିବାର ଉପାୟ ଅଛି । ସରଳ ଭାବରେ ଯଦି ସମ୍ଭବ ତେବେ ଟୋକେଇ କିମ୍ବା କାର୍ଟରୁ ଖାଦ୍ୟ ସାମଗ୍ରୀକୁ ଆପଣ କାରକୁ ନେଇଯାଆନ୍ତୁ, କାଗଜ ବ୍ୟାଗ ଅନ୍ୟ ଏକ ବିକଳ୍ପ; ସେଗୁଡ଼ିକ ଏପର୍ଯ୍ୟନ୍ତ ଏକକ-ବ୍ୟବହାର, କିନ୍ତୁ ଅନ୍ତତଃ ପକ୍ଷେ ସେଗୁଡ଼ିକ କମ୍ପୋଷ୍ଟେବଲ । ତେବେ ଦୀର୍ଘ ସମୟ ପାଇଁ ଜନ ସ୍ବାସ୍ଥ୍ୟ ଓ ଗ୍ରହର ସୁରକ୍ଷା ଆମ ହାତରେ ହିଁ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.