ନୂଆଦିଲ୍ଲୀ :ଦିଲ୍ଲୀରେ ଆସନ୍ତା ନଭେମ୍ବର ମାସରେ ଅନ୍ତରାଷ୍ଟ୍ରୀୟ ନ୍ୟାୟିକ ସମ୍ମିଳନୀ ଆୟୋଜିତ ହେବ । ଏହି ସମ୍ମିଳନୀରେ ବିଭିନ୍ନ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟବିଚାରପତି ଓ ମିଳିତ ଜାତିସଙ୍ଘର ଅତିଥି ମାନେ ଯୋଗଦେବେ ।ଏ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗଇ ଚିଠି ଲେଖିଛନ୍ତି ।
ମୁଖ୍ୟ ବିଚାରପତି ଏହାର ଭବ୍ୟ ଆୟୋଜନ ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି । ଏହି ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବା ପାଇଁ କହିଛନ୍ତି । ଚିଠି ଅନୁସାରେ କେନ୍ଦ୍ର ସରକାରଙ୍କ ବିଦେଶ ମନ୍ତ୍ରାଳୟ କୁ ବିଦେଶ ଅତିଥି ମାନଙ୍କର ଯିବା ଆସିବା ପାଇଁ ସଫେଇ ମାଗିଛନ୍ତି ।
ଏହି ଅନ୍ତରାଷ୍ଟ୍ରୀୟ ସମ୍ମିଳନୀରେ ଅନ୍ତରାଷ୍ଟ୍ରୀୟ ବିଷୟ ଲିଙ୍ଗ ସମାନତା, ଗଣତନ୍ତ୍ର ସରକାର ଓ ନ୍ୟାୟପାଳିକା, ସମ୍ବିଧାନର ବ୍ୟାଖ୍ୟା, ନ୍ୟାୟାଳୟ ଓ ନ୍ୟାୟ , ସାଇବର ସୁରକ୍ଷା ସହିତ ଡାଟା ସଂରକ୍ଷିତ ,କୃତ୍ରିମ ବୈଧିକତା ସହିତ ଜୈବ ବିବିଧତା , ଏହି ସବୁ ସାମାଜିକ ସମସ୍ୟା ଓ ନ୍ୟାୟିକ ବ୍ୟବସ୍ଥାରେ ଆଲୋଚନା କରାଯିବ ।