ଭୁବନେଶ୍ବର: ‘ଦିବ୍ୟାଙ୍ଗ’ ସମାଜରେ ଅବହେଳିତ ଓ ନିଷ୍ପେସିତ । କିନ୍ତୁ ସମୟ ବଦଳିବା ସହ ଧୀରେଧୀରେ ବଦଳୁଛି ଲୋକଙ୍କ ଚିନ୍ତାଧାରା । ଦିବ୍ୟାଙ୍ଗଙ୍କ ପାଇଁ ସରକାର ଆଣୁଛନ୍ତି ବିଭିନ୍ନ ଯୋଜନା । କାହା ଉପରେ ବୋଝ ନହୋଇ ଆତ୍ମନିର୍ଭରଶୀଳ ହେବାର ବିଶ୍ବାସ ରଖୁଛନ୍ତି ଦିବ୍ୟାଙ୍ଗ ମାନେ । ନାଚ ଗୀତ ଠାରୁ ଆରମ୍ଭ କରି ପାଠପଢା। ଏମାନେ ସବୁଠି ଆଗୁଆ । ନିଜର ଅର୍ନ୍ତନିହିତ ପ୍ରତିଭା ଯୋଗୁଁ ଏମାନେ ଆଜି ସ୍ବାବଲମ୍ବୀ ।
କ୍ରୀଡା, ଶିକ୍ଷା ଓ କଳା କ୍ଷେତ୍ରରେ ଏମାନେ ଦେଖାଇଛନ୍ତି ପାରଦର୍ଶିତା । ଏମିତି ଅନେକ ଦିବ୍ୟାଙ୍ଗ ଅଛନ୍ତି, ଯେଉଁମାନେ ସାଧାରଣ ପିଲାଙ୍କ ଠାରୁ ଖୁବ ଭିନ୍ନ ଏବଂ ସ୍ବତନ୍ତ୍ର । କିଏ ଗୋଡ ନଥାଇ ବି ହାତରେ ରଙ୍ଗତୂଳୀ ଧରି ଆଙ୍କି ଚାଲିଛି ବିଭିନ୍ନ ପ୍ରକାର ଚିତ୍ର । ତ ଆଉ କିଏ ହାତ ଗୋଡ ନଥାଇ ବି । ଆଖି ନଥାଇ ବି ସୁମଧୁର କଣ୍ଠସ୍ବରରେ ସେ ସଭିଙ୍କ ହୃଦୟରେ ବାନ୍ଧିପାରିଛି ।
ଦିନ ଥିଲା ଯେବେ ଦିବ୍ୟାଙ୍ଗ ମାନେ ପରିବାର ପାଇଁ ବୋଝ ହେଉଥିଲେ ନଚେତ କେବଳ ଭିକ୍ଷା ବୃତ୍ତି ଆପଣାଉଥିଲେ । କିନ୍ତୁ ଏବେ ସବୁ କ୍ଷେତ୍ରରେ ସକ୍ଷମ ଓ ପାରଙ୍ଗମ ଏମାନେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ