ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ ବନ୍ଦୀ ଭାରତୀୟ ବାୟୁସେନା ଅଧିକାରୀ କୂଳଭୁଷଣ ଯାଦବ ମାମଲାରେ ଚଳିତ ମାସରେ ହେବ ଶୁଣାଣି । ଆସନ୍ତା ଜୁଲାଇ 17ରେ କୂଳଭୁଷଣ ମାମଲାରେ ପ୍ରକାଶ ପାଇବ ରାୟ । ଅନ୍ତର୍ଜାତୀୟ ଅଦାଲତ ଜୁଲାଇ ଶେଷ ସପ୍ତାହରେ ଶୁଣାଣି କରିବା ନେଇ ସୂଚନା ଦେଇଛନ୍ତି ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ।
ଗତ ଏପ୍ରିଲ 2017ରେ ପାକିସ୍ତାନର ସେନା ଅଦାଲତ 48 ବର୍ଷୀୟ ଯାଦବଙ୍କୁ ଫାଶୀଦଣ୍ଡ ଶୁଣାଇଥିଲେ । ଭାରତୀୟ ଗୁପ୍ତଚର ଅଭିଯୋଗରେ ପାକିସ୍ତାନ ଗୁଇନ୍ଦା ବିଭାଗ ଆଇଏସଆଇ କୂଳଭୂଷଣଙ୍କୁ ଇରାନରୁ ଅପହରଣ କରିଥିଲା ।