ETV Bharat / bharat

ଅନ୍ତର୍ଜାତୀୟ କ୍ଲିନିକାଲ୍ ଟ୍ରାଏଲ ଦିବସ: ସ୍ବାସ୍ଥ୍ୟକର୍ମୀ ଓ ରୋଗୀଙ୍କ ପାଇଁ ଦିନଟିଏ - Clinical Trials

ପ୍ରତିବର୍ଷ ଆଜିର ଦିନରେ ଆନ୍ତର୍ଜାତୀୟ କ୍ଲିନିକାଲ୍ ଟ୍ରାଏଲ ଦିବସ ପାଳନ କରାଯାଇଥାଏ । 20 ମେ 2005ରୁ ଏହି ଦିବସ ପାଳନ କରାଯାଉଛି । ଜେମ୍ସ ଲିଣ୍ଡ 20 ମେ 1747ରେ ଏହି ପପୁଲାର୍ କ୍ଲିନିକାଲ୍ ଟ୍ରାଏଲ ଆରମ୍ଭ କରିଥିଲେ ।

International Clinical Trials Day
ଅନ୍ତର୍ଜାତୀୟ କ୍ଲିନିକାଲ୍ ଟ୍ରାଏଲ ଦିବସ
author img

By

Published : May 19, 2020, 2:49 PM IST

ହାଇଦ୍ରାବାଦ: ପ୍ରତିବର୍ଷ ଆଜିର ଦିନରେ ଆନ୍ତର୍ଜାତୀୟ କ୍ଲିନିକାଲ୍ ଟ୍ରାଏଲ ଦିବସ ପାଳନ କରାଯାଇଥାଏ । 20 ମେ 2005ରୁ ଏହି ଦିବସ ପାଳନ କରାଯାଉଛି । ଜେମ୍ସ ଲିଣ୍ଡ 20 ମେ 1747ରେ ଏହି ପପୁଲାର୍ କ୍ଲିନିକାଲ୍ ଟ୍ରାଏଲ ଆରମ୍ଭ କରିଥିଲେ । ଏହି ଦିନ ସ୍ବାସ୍ଥ୍ୟକର୍ମଚାରୀ, ବିଶେଷ କରି ଟ୍ରାଏଲରେ ଭାଗ ନେଉଥିବା ରୋଗୀଙ୍କୁ ଉତ୍ସର୍ଗୀକୃତ କରାଯାଇଥାଏ। ଟ୍ରାଏଲରେ ଭାଗ ନେଉଥିବା ରୋଗୀଙ୍କ କାରଣରୁ ଆମେ ସଠିକ୍ ଟିକା ପାଇପାରୁଛେ । ତେଣୁ ସଚେତନତା ଓ ସତର୍କତା ପାଇଁ ଏହି ଦିବସ ପାଳନ ହୁଏ ।

ଜେମ୍ସ ଲିଣ୍ଡଙ୍କ ଦ୍ବାରା କରାଯାଇଥିବା ପ୍ରଥମ କ୍ଲିନିକାଲ ଟ୍ରାଏଲ କରାଯାଇଥିଲା । ସ୍କର୍ଭି ରୋଗର ନିରାକରଣ ପାଇଁ ଏହି ଟ୍ରାଏଲ କରାଯାଇଥିଲା । ସ୍କର୍ଭି ରୋଗରେ ଶରୀରରେ ଭିଟାମିନ-ସି ର ଅଭାବ ଦେଖାଦେଇଥାଏ । ସେ 12ଜଣ ପୁରୁଷଙ୍କୁ ନେଇ ଏହି ପରୀକ୍ଷା କରିଥିଲେ । ସେ ସେମାନଙ୍କୁ 6 ଦିନ ଯାଏଁ କମଳା ଓ ଲେମ୍ବୁ ଖାଇବାକୁ ଦେଇଥିଲେ । ଏହାର କିଛି ଦିନ ପରେ ଅନେକଙ୍କ ମଧ୍ୟରେ ଫଳ ଖାଇବାର ଇଚ୍ଛା ଜାଗ୍ରତ ହୋଇଥିଲା । ଏହି ପରୀକ୍ଷା ଆଧୁନିକ କ୍ଲିନିକାଲ୍ ଟ୍ରାଏଲର ମୂଳଦୁଆ ରଖିଥିଲା । ବିଶ୍ବର ପ୍ରଥମ କ୍ଲିନିକାଲ୍ ଟ୍ରାଏଲ ବାଇବେଲରର ‘ବୁକ୍ ଅଫ୍ ଡାନିଏଲ’ ଲିଖିତ ହୋଇରହିଛି ।

କୌଣସି ବି ବଡ ଧରଣର ଔଷଧ ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେଲେ ପ୍ରଥମେ ଏହାର ପରୀକ୍ଷା ହେବା ଜରୁରୀ । ବଡ ସଂଖ୍ୟାରେ ଔଷଧ ଲୋକଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଏହାକୁ ହ୍ୟୁମାନ୍ ଟ୍ରାଏଲ କିମ୍ବା ପଶୁଙ୍କ ମଧ୍ୟ ଟ୍ରାଏଲ କରାଯାଇଥାଏ । ଏହା ସୁରକ୍ଷିତ କି ନାହିଁ ଜାଣିବା ପାଇଁ ପରୀକ୍ଷା କରାଯାଏ । କେବଳ ଔଷଧ ନୁହେଁ ମେଡିକାଲ୍ ସାମଗ୍ରୀ ମଧ୍ୟ ପରୀକ୍ଷା କରାଯାଇଥାଏ । କୌଣସି ନୂଆ ଥେରାକୁ ମଧ୍ୟ ପରୀକ୍ଷା ହୁଏ । ଏହାପରେ ଅନ୍ତର୍ଜାତୀୟ ଅନୁମତି ପରେ ବଜାରକୁ ଛଡାଯାଏ ।

ବର୍ତ୍ତମାନ ସ୍ଥିତିରେ କ୍ଲିନିକାଲ୍ ଟ୍ରାଏଲ ନିହାତି ଆବଶ୍ୟକ । ବିଶ୍ବ କୋଭିଡ-19 ସହ ଲଢେଇ କରୁଛି ଯଦି କୌଣସି ଟିକା ଭୁଲରେ ବି ଲୋକଙ୍କ ପାଖରେ ପହଞ୍ଚିଯାଏ ତେବେ ଆଉ ଏକ ବଡ ବିପତ୍ତିକୁ କେହି ଅଟକାଇ ପାରିବେନି । ତେଣୁ ବିଶ୍ବର ଅନେକ ଭାଗରେ ରୋଗୀ କ୍ଲିନିକାଲ୍ ଟ୍ରାଏଲ ପାଇଁ ଆଗେଇ ଆସୁଛନ୍ତି । ବେଳେବେଳେ ଏଥିପାଇଁ ରୋଗୀଙ୍କ ଜୀବନ ମଧ୍ୟ ଯିବାର ଭୟ ରହିଛି ଓ ଅନେକ ଯାଗାରେ ଜୀବନ ଯିବାର ଉଦାହରଣ ମଧ୍ୟ ରହିଛି ।

ବର୍ତ୍ତମାନ ଆଇସିଏମଆର୍ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହ ମିଶି ‘ସଲିଡିଟାରୀ’ ଟ୍ରାଏଲ ପାଇଁ ଆଗେଇ ଆସିଥିଲା । ସଲିଡିଟାରୀ ଟ୍ରାଏଲ ସରଳ ପଦ୍ଧତି ବତାଇଥାଏ । ପ୍ରାୟ 80 ଦେଶ ମିଶି ଏହି ଟ୍ରାଏଲରେ ଭାଗ ନେଉଛନ୍ତି । ତେବେ ଏହାକୁ ନେଇ ଏକ ନୂଆ ଟୁଲ୍ ‘World Without COVID’ ଲଞ୍ଚ୍ କରାଯାଇଛି । ଯାହା ବିଶ୍ବରେ କୋରୋନା ରୋଗୀଙ୍କୁ କ୍ଲିନିକାଲ୍ ଟ୍ରାଏଲ ସହ ଯୋଡିବ ।

ଭାରତ ବର୍ତ୍ତମାନ କ୍ଲିନିକାଲ୍ ଟ୍ରାଏଲର ଏକି ନୂଆ କିମ୍ବଦନ୍ତୀ ମାତ୍ର ଏହି କ୍ଷେତ୍ରରେ ଭାରତର ଯାତ୍ରା ଏକ ଲମ୍ବା ଇତିହାସ । ଭାରତରେ ଆୟୁର୍ବେଦ ଏକ ବଡ ଉପାଦାନ । ଆୟୁର୍ବେଦ ଜରିଆରେ ଭାରତରେ ଅନେକ ବଡ ବଡ ରୋଗ ଠିକ୍ ହୋଇପାରିଛି । ତେବେ ଇତିହାସରେ ଆୟୁର୍ବେଦକୁ ନେଇ କୌଣସି ସଠିକ୍ ଡାଟା ମିଳିପାରିନାହିଁ କାରଣ ଏହାର କୌଣସି ରେକର୍ଡ ନାହିଁ । ଏ କ୍ଷେତ୍ରରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଅନେକ ମାଇଲ୍ ଷ୍ଟୋନ ରଖିଛି । ପ୍ରଥମେ ଭାରତୀୟ ଅନୁସନ୍ଧାନ ପାଣ୍ଠି ସଂଘ (ଆଇଆରଏଫଏ) ର ପରିଚାଳନା ପରିଷଦର ବୈଠକ ଅନୁଷ୍ଠିତ ହୋଇଥିଲା 15 ନଭେମ୍ବର 1911 ବମ୍ବେରେ । ଏହାପରେ ଦ୍ବିତୀୟ ବୈଠକ 1912ରେ ହୋଇଥିଲା । ଏହାପରେ ମାଲେରିଆ, ପ୍ଲେଗ୍ ଆଦି ପାଇଁ କ୍ଲିନିକାଲ୍ ଟ୍ରାଏଲ କରାଗଲା ।

ଦୀର୍ଘ 60 ବର୍ଷରେ ଆଇସିଏମଆର୍ ଅନେକ ରିସର୍ଚ୍ଚ କରିଛି । ନ୍ୟୁଟ୍ରିସନ, କ୍ୟାନ୍ସର, ଜେନେଟିକ୍ସ, ଏଚଆଇଭି , କଲେରା, ଟ୍ୟୁବୋରକୁଲୋସିସ, ଲେପ୍ରୋସି ଆଦି ନେଇ ଅନେକ ପରୀକ୍ଷା କରିଛି । ଭାରତରେ ଅନେକ ଟ୍ରାଏଲ ମଧ୍ୟରୁ 17ଟି କ୍ଲିନିକାଲ୍ ଟ୍ରାଏଲକୁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) 2013ରେ ଅନୁମତି ଦେଇଥିଲା । ଏହାପରେ ଏହାର ସଂଖ୍ୟା ବଢି 97ରେ ପହଞ୍ଚିଥିଲା ।

ବିଶ୍ବରେ ଥିବା କିଛି କ୍ଲିନିକାଲ୍ ଟ୍ରାଏଲ ଅନୁଷ୍ଠାନ...

ଆମେରିକା- FDA, ସ୍ବାସ୍ଥ୍ୟ ଓ ମାନବ ସେବା ବିଭାଗ

କାନାଡା- ହେଲଥ୍ କାନାଡା

ୟୁକେ- ଔଷଧ ଓ ସ୍ବାସ୍ଥ୍ୟସେବା ଉତ୍ପାଦ ନିୟାମକ ଏଜେନ୍ସି (MHRA)

ୟୁରୋପ- ଫାର୍ମାସ୍ୟୁଟିକାଲ୍ ଓ ମେଡିକାଲ୍ ଡିଭାଇସ୍ ଏଜେନ୍ସି (PMDA)

ଭାରତ- କେନ୍ଦ୍ରୀୟ ଡ୍ରଗ୍ ମାନକ ନିୟନ୍ତ୍ରଣ ସଂଗଠନ (CDSCO)

ଡ୍ରଗ୍ ଆଣ୍ଡ କସମେଟିକ୍ ଆକ୍ଟ 1940 ଓ ନିୟମ 1945 ଭାରତ ସଂସଦରେ ପାରିତ ହୋଇଥିଲା । ପ୍ରସାଧନ ସାମଗ୍ରୀ ଆମଦାନୀ, ଉତ୍ପାଦନ, ବଣ୍ଟନ ଓ ବିକ୍ରୟ କ୍ଷେତ୍ରରେ ଅନୁମତି ଦିଆଗଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.