ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ 5ରେ ଅଯୋଧ୍ୟାରେ ହେବାକୁ ଯାଉଛି ଭବ୍ୟ ରାମ ମନ୍ଦିର ନିର୍ମାଣର ଭୂମିପୂଜା । ତେବେ ଏହି ଦିନ ପାକିସ୍ତାନ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବା ଅଯୋଧ୍ୟାରେ ଆକ୍ରମଣ କରିପାରନ୍ତି ବୋଲି ଆଶଙ୍କା ଜାହିର କରିଛି ଭାରତୀୟ ଗୁଇନ୍ଦା ସଂସ୍ଥା ।
ପାକିସ୍ତାନ ଗୁଇନ୍ଦା ବିଭାଗ ଆଇଏସଆଇ ରାମ ଜନ୍ମଭୂମି ସ୍ଥଳ ତଥା ଏହାର ଆଖପାଖ ଅଞ୍ଚଳରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିବା ସୁରକ୍ଷାବଳଙ୍କୁ ଆଲର୍ଟ କରାଯାଇଛି । ତେବେ ଏହି ଆତଙ୍କବାଦୀମାନଙ୍କୁ ଆଫଗାନିସ୍ତାନରେ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଥିବା ସୂତ୍ରରୁ ସୂଚନା ମିଳିଛି ।
ଭାରତୀୟ ଗୁଇନ୍ଦା ବିଭାଗର ସୂଚନା ଅନୁସାରେ ଆଇଏସଆଇ 3ରୁ 4 ଜଣ ଆତଙ୍କବାଦୀଙ୍କୁ ଭାରତକୁ ପଠାଇଛି । ଏମାନେ ଭିନ୍ନଭିନ୍ନ ଗ୍ରୁପରେ ଅଯୋଧ୍ୟା ଓ ସ୍ବାଧିନତା ଦିବସରେ ଆକ୍ରମଣ କରିପାରନ୍ତି । ତେବେ ଏନେଇ ସୁରକ୍ଷାକର୍ମୀଙ୍କୁ ବିଶେଷତଃ ଅଯୋଧ୍ୟା, ଦିଲ୍ଲୀ ଓ କାଶ୍ମୀରରେ କଡା ଚେକିଂ ଓ ସମସ୍ତ ଗତିବିଧି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ