ETV Bharat / bharat

ଅନଲାଇନ ଅସଦାଚରଣ ରୋକିବ ଇନଷ୍ଟାଗ୍ରାମର ନୂଆ ଫିଚର - ଇନଷ୍ଟାଗ୍ରାମ ଲାଟେଷ୍ଟ ନ୍ୟୁଜ୍‌

ଦିନକୁ ଦିନ ବଢିଚାଲିଛି ଅନଲାଇନ ଅସଦାଚରଣ ଓ ଅପରାଧର ମାତ୍ରା । ଏହାକୁ ରୋକିବା ସହ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସକାରାତ୍ମକ ରୂପ ଦେବା ପାଇଁ ଚେଷ୍ଟା କରିଛି ଇନଷ୍ଟାଗ୍ରାମ । ଏନେଇ ରୋଲ ଆଉଟ ହେଇଛି ନୂଆ ଫିଚର ।

cyber bullying, new feature to instagram, instagram latest news, latest technology news, ଅନଲାଇନ ଅସଦାଚରଣ, ଇନଷ୍ଟାଗ୍ରାମରେ ନୂଆ ଫିଚର, ଇନଷ୍ଟାଗ୍ରାମ ଲାଟେଷ୍ଟ ନ୍ୟୁଜ୍‌, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଅନଲାଇନ ଅସଦାଚରଣ ରୋକିବ ଇନଷ୍ଟାଗ୍ରାମର ନୂଆ ଫିଚର
author img

By

Published : May 18, 2020, 1:43 AM IST

ନୂଆଦିଲ୍ଲୀ: ଦିନକୁ ଦିନ ବଢିଚାଲିଛି ଅନଲାଇନ ଅସଦାଚରଣ ଓ ଅପରାଧର ମାତ୍ରା । ସୋସିଆଲ ମିଡିଆକୁ ଲୋକେ ନିଜ ଦୁନିଆ ଭାବି ସାରିଥିବା ବେଳେ ଏହି ପ୍ଲାଟଫର୍ମର ଦୁରୁପଯୋଗ କରି ଅନେକ ଲୋକେ ଅନଲାଇନ ଗାଳିଗୁଲଜ କରିବା ସହ ଅସଦାଚରଣ କରୁଥିବା ଦେଖିବାକୁ ମିଳୁଛି । ଏହାକୁ ରୋକିବା ସହ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସକାରାତ୍ମକ ରୂପ ଦେବା ପାଇଁ ଚେଷ୍ଟା କରିଛି ଇନଷ୍ଟାଗ୍ରାମ । ଏନେଇ ରୋଲ ଆଉଟ ହେଇଛି ନୂଆ ଫିଚର ।

ଏହି ନୂଆ ଫିଚର ସାହାଯ୍ୟରେ ଜଣେ ୟୁଜର ନିଜ ପେଜରେ ନେଗେଟିଭ କମେଣ୍ଟକୁ ସାମୂହିକ ଭାବେ ଡିଲିଟ କରିବା ସହ ସମ୍ପୃକ୍ତ ୟୁଜରକୁ ବ୍ଲକ ଓ ରିପୋର୍ଟ ମଧ୍ୟ କରିପାରିବ । ରବିବାର ଏନେଇ ସୂଚନା ଦେଇଛି କମ୍ପାନୀ । ତେବେ ଆଇଓଏସ ୟୁଜର୍ସ ଏଥିପାଇଁ ନିଜ କମେଣ୍ଟରେ କ୍ଲିକ କରିବା ପରେ ଡାହାଣ ପାର୍ଶ୍ବ ଟପ୍‌ରେ ଦେଖାଯାଉଥିବା ତିନୋଟି ଡଟ ଉପରେ କ୍ଲିକ କରିପାରିବେ । ସେଠାରେ ମ୍ୟାନେଜ କମେଣ୍ଟ ଅପ୍ସନକୁ ଯାଇ ଆପଣ ଏକସାଥୀରେ 25ଟି କମେଣ୍ଟକୁ ସିଲେକ୍ଟ କରିପାରିବେ । ଏହାପରେ ଏହି କମେଣ୍ଟଗୁଡିକୁ ଆପଣ ଡିଲିଟ କରିପାରିବେ ।

ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ଏପର୍ଯ୍ୟନ୍ତ ଏହି ଫିଚର ରୋଲ ଆଉଟ ହୋଇ ନଥିବା ବେଳେ ଖୁବଶୀଘ୍ର ଏହା ମଧ୍ୟ ଉପଲବ୍ଧ ହେବ ବୋଲି କମ୍ପାନୀ ସ୍ପଷ୍ଟ କରିଛି । କେବଳ ସେତିକି ନୁହେଁ ଆଗକୁ ଆଉ କିଛି ନୂଆ ଫିଚର ସହ ଇନଷ୍ଟାଗ୍ରାମ ଟ୍ୟାଗ ଓ ମେନସନ୍ସକୁ ନିୟନ୍ତ୍ରଣ କରିବ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.