ହାଇଦ୍ରାବାଦ: କୋରୋନା ମହମାରୀ ସମୟରେ ପ୍ରଭାବିତ ହୋଇଥିବା ଛୋଟ ଛୋଟ ରେସ୍ତୋରାଁକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି ଫେସବୁକ ଅଧିକୃତ ଇନଷ୍ଟାଗ୍ରାମ । ଏହା ଅନଲାଇନ ଫୁଡ ଡେଲିଭରି ପ୍ଲାଟଫର୍ମ ସ୍ବିଗି ଓ ଜୋମାଟୋ ସହ ହାତ ମିଶାଇ ଅନେକ ଛୋଟ ବ୍ୟବସାୟକୁ ସାହାଯ୍ୟର ହାତ ବଢାଇଛି । ଏଥିପାଇଁ ଫଟୋ-ମେସେଜିଂ ଆପ୍ ଇନଷ୍ଟାଗ୍ରାମରେ ଫୁଡ ଅର୍ଡର ପାଇଁ ଷ୍ଟିକର ରୋଲ ଆଉଟ କରିବାକୁ ଘୋଷଣା ହୋଇଛି ।
ଏହା ଦ୍ବାରା ଛୋଟ ଛୋଟ ବ୍ୟବସାୟ ନିଜ ଗ୍ରାହକଙ୍କ ସହ ଯୋଗାଯୋଗରେ ରହିପାରିବେ । ତେବେ ଏହି ଫୁଡ ଅର୍ଡର ଷ୍ଟିକରକୁ ବ୍ୟବହାର କରି ଯଦି କେହି ନିଜ ଷ୍ଟାଟସ ରଖନ୍ତି ତେବେ ଏହି ଷ୍ଟିକର ଉପରେ କ୍ଲିକ କରି ଅନ୍ୟମାନେ ମଧ୍ୟ ନିଜ ପାଇଁ ସ୍ବିଗି ଓ ଜୋମାଟୋ ସାହାଯ୍ୟରେ ଖାଦ୍ୟ ଅନଲାଇନ ଅର୍ଡର କରିପାରିବେ । ଏନେଇ ଫେସବୁକ ଇଣ୍ଡିଆର ଇଣ୍ଡଷ୍ଟ୍ରି ହେଡ ନୀତିନ ଚୋପ୍ରା କହିଛନ୍ତି କି ଇନଷ୍ଟାଗ୍ରାମରେ ରୋଲ ଆଉଟ ହେବାକୁ ଥିବା ଷ୍ଟିକର ଦ୍ବାରା ଅର୍ଡର ପାଇଁ ନୂଆ ଅପ୍ସନ ଓ ଗ୍ରାହକଙ୍କ ଛୋଟ ଛୋଟ ରେସ୍ତୋରାଁ ସହ ଏନଗେଜମେଣ୍ଟ ବଢିବ । ଆଗକୁ ଏହି ସବୁ ଫିଚର ଉପରେ ଅଧିକ କାମ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।
ତେବେ ଏହି ଷ୍ଟିକର ବ୍ୟବହାର କରିବାକୁ ଚାହୁଁଥିଲେ ଆପଣଙ୍କୁ ଇନଷ୍ଟାଗ୍ରାମର ଲାଟେଷ୍ଟ ଭର୍ସନ ଅପଡେଟ କରିବାକୁ ହେବ । ଏହି ଷ୍ଟିକର ଦ୍ବାରା ଛୋଟ ରେସ୍ତୋରାଁଗୁଡିକ ଅଧିକ ଓ ନୂଆ ଗ୍ରାହକ ପାଇବା ସହ ଏହା ସେମାନଙ୍କ ବ୍ୟବସାୟ ସୁଧାରିବାରେ ମଧ୍ୟ ସାହାଯ୍ୟ କରିବ ।
@IANS