ନୂଆଦିଲ୍ଲୀ: ଏକ ନୂଆ ରିସର୍ଚ୍ଚରୁ ଜଣାପଡିଛି ଯେ ଫଟୋ ସେୟାରିଙ୍ଗ ଆପ୍ ଇନଷ୍ଟାଗ୍ରାମ ଏକ ନ୍ୟୁଜ ସୋର୍ସ ରୂପରେ ଟ୍ୱିଟରକୁ ଅତିକ୍ରମ କରିବାକୁ ପ୍ରସ୍ତୁତ ଅଛି । 2020 ରୟଟର ଇନଷ୍ଟିଚ୍ୟୁଟ ଡିଜିଟାଲ ନ୍ୟୁଜ୍ ରିପୋର୍ଟରୁ ଜଣାପଡିଛି ଯେ, 2018 ପରେ ନ୍ୟୁଜ ପାଇଁ ଇନଷ୍ଟାଗ୍ରାମର ବ୍ୟବହାର ଦ୍ୱିଗୁଣିତ ହୋଇଛି ।
ସାଧାରଣତଃ ଯୁବବର୍ଗ ଇନଷ୍ଟାଗ୍ରାମ ବହୁଳ ଭାବେ ବ୍ୟବହାର କରୁଛନ୍ତି । ରିପୋର୍ଟରେ କହୁହାଯାଇଛି ଯେ, ବ୍ରିଟେନରେ ପାଖାପାଖି ଏକ ଚତୁର୍ଥାଶଂ 18-24 ବର୍ଷୀୟ ଯୁବଗୋଷ୍ଠୀ କୋରୋନା ଖବର ଜାଣିବା ପାଇଁ ନଷ୍ଟାଗ୍ରାମ ବ୍ୟବହାର କରିଛନ୍ତି ।
କିନ୍ତୁ ଏଭଳି ସମୟରେ ଏହି ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି ଯେ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ମଧ୍ୟ ସବୁଠାରୁ କମ ବିଶ୍ବସନୀୟ ସ୍ରୋତ ମଧ୍ୟରେ ସାମିଲ୍ । କେବଳ 26% ଲୋକ କହିଛନ୍ତି ଯେ, ସେମାନେ କୋରୋନା ଭାଇରସ ଖବର ଜାଣିବା ପାଇଁ ସୋସିଆଲ ମିଡିଆ ଉପରେ ନିର୍ଭର କରନ୍ତି । ଏହିପରି ସେମାନେ କହିଛନ୍ତି, ସେମାନେ ସେହି ଖବର ଉପରେ ଭରସା କରିଥିଲେ । ଯାହା ଫେସବୁକ ମେସେଞ୍ଜର ଏବଂ ହ୍ବାଟ୍ସଆପ ଭଳି ଚାଟ୍ ଆପ ମାଧ୍ୟମରେ ସେୟାର କରାଯାଇଥିଲା।
ରିପୋର୍ଟର ପ୍ରମୁଖ ଲେଖକ ନିକ୍ ନ୍ୟୁମ୍ୟାନ କହିଛନ୍ତି ଯେ, ଇନଷ୍ଟାଗ୍ରାମ ଯୁବପିଢିଙ୍କ ମଧ୍ୟରେ ବେଶ ଲୋକପ୍ରିୟ । ସେମାନେ ପ୍ରକୃତରେ ସେହି ଷ୍ଟୋରୀ ଉପରେ ଭଲ ପ୍ରତିକ୍ରିୟା ଦେଇଥାନ୍ତି ଯାହା ଭିଜୁଆଲ ଇମେଜ ସହ ସରଳ ପକ୍ରିୟାରେ କୁହାଯାଏ।
ଚଳିତ ମାସରେ ଷ୍ଟାଣ୍ଡଆଉଟ ଭିଜୁଆଲ ଷ୍ଟୋରୀ ସାହାଯ୍ୟରେ ଜଳବାୟୁ ପରିବର୍ତ୍ତନ, ବ୍ଲାକ୍ ଲାଇଭ୍ସ ମ୍ୟାଟର ଆନ୍ଦୋଳନ ଏବଂ କୋରୋନା ଭାଇରସ ସମ୍ବନ୍ଧରେ ପ୍ଲାଟଫର୍ମରେ ଭଲ ଏନଗେଜମେଣ୍ଟ ଦେଖିବାକୁ ମିଳିଥିଲା ।
ନ୍ୟୁମ୍ୟାନ କହିଛନ୍ତି ଯେ, ଇନଷ୍ଟାଗ୍ରାମ ଫେସବୁକର ମାଲିକ ଅଟେ । ଯାହା ବର୍ତ୍ତମାନ ପ୍ରତି ସପ୍ତାହରେ 85% ଲୋକଙ୍କ ପାଖରେ ପହଞ୍ଚିପାରୁଛି।
କୋରୋନା ମହାମାରୀ ଏହା ମଧ୍ୟ ସଙ୍କେତ ଦେଇଛି ଯେ କିଛି ଲୋକ ନ୍ୟୁଜ ଅର୍ଗାନାଇଜେସନ ଉପରେ ମଧ୍ୟ ସାମାନ୍ୟ ଭରସା ହରାଇଛନ୍ତି । କେବଳ 38% ଲୋକ କହିଛନ୍ତି ଯେ, ସେମାନେ ଅଧିକାଂଶ ସମୟରେ ନ୍ୟୁଜ ଉପରେ ବିଶ୍ୱାସ ରଖନ୍ତି। ସେହିପରି 46%ଲୋକ କହିଛନ୍ତି ଯେ, ସେମାନେ ସେମାନଙ୍କର ପ୍ରିୟ ନ୍ୟୁଜ ସୋର୍ସ ଉପରେ ଭରସା କରିଛନ୍ତି ।
ଏହି ସର୍ଭେ ମୋଟ 40ଟି ଦେଶକୁ ନେଇ ହୋଇଥିଲା । ଯେଉଁଥିରେ 6 ଦେଶ ବହୁମତରେ କହିଥିଲେ ଯେ ସେମାନେ ଅଧିକାଂଶ ସମୟ ସମ୍ବାଦ ଉପରେ ନିର୍ଭର କରିପାରିବେ। ବ୍ରିଟେନରେ ଏଭଳି କହିବା ଲୋକ ବହୁତ କମ ଥିଲେ । ଯେଉଁଠାରେ କେବଳ 28 ପ୍ରତିଶତ ଲୋକ ଏହି କଥାକୁ ସମର୍ଥନ କରିଥିଲେ । ଯାହା ଗତ ବର୍ଷ ତୁଳନାରେ 12% କମ୍ ଥିଲା।