ମୁମ୍ବାଇ: କ୍ଷମତାର ନିଶା ଯେତେବେଳେ ମୁଣ୍ଡରେ ଚଢେ, ସେତେବେଳେ କି ପୁରୁଷ କି ମହିଳା ସମସ୍ତଙ୍କ ଆଚ୍ଚରଣ ଏବଂ ଉଚ୍ଚାରଣରୁ ଏହି କ୍ଷମତାର ଭାଷା ହିଁ ବାହାରିଥାଏ । ଶିବସେନାର କର୍ମୀଙ୍କୁ ଚଢିଛି ଏବେ ଏଭଳି କ୍ଷମତାର ନିଶା । ଶିବସେନାର ଜଣେ ମହିଳା କର୍ମୀ ଜଣେ ସରକାରୀ କର୍ମଚାରୀଙ୍କ ଉପରେ କାଳି ଢାଳି ଦେଇଛନ୍ତି । ଏପରି ଘଟଣା ଘଟିଛି ମହାରାଷ୍ଟ୍ରର ବିଡ୍ରେ । ଅଭିଯୋଗ ଏହା କି ସରକାରୀ କର୍ମଚାରୀ ଜଣକ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ଫେସବୁକରେ ପୋଷ୍ଟ କରିଥିଲେ ।
ପୂର୍ବରୁ ଓ୍ବାଡାଲାରେ ମଧ୍ୟ ଏଭଳି ଏକ ଘଟଣା ସମ୍ନାକୁ ଆସିଥିଲା । ଜଣେ ବ୍ୟକ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ଫେସବୁକରେ ପୋଷ୍ଟ କରିବାରୁ ଶିବସୈନିକ ତାଙ୍କୁ ମାଡ ମାରିବା ସହ ଲଣ୍ଡା କରିଦେଇଥିଲେ ।