କୋଭିଡ୍-୧୯ ପ୍ରଭାବେର ଏବେ ବିଶ୍ବ ଅର୍ଥନୀତିସଙ୍କଟଜନକ ସ୍ଥିତିରେ ଫସିଛି। ଆଗକୁ ପରିସ୍ଥିତି କ’ଣ ହେବ, ଉତ୍ପାଦନ ଶିଳ୍ପ କିପରି ପ୍ରଭାବିତ ହେବ ଏବଂ ରାଷ୍ଟ୍ରଗୁଡ଼ିକର ଅର୍ଥନୀତି କେଉଁ ପ୍ରକାରେ ପ୍ରଭାବିତ ହେବ ତାହାକୁ ନେଇ ଅର୍ଥନୀତିଜ୍ଞ ଏବଂ ନୀତି ନିର୍ଦ୍ଧାରକମାନେ ଚିନ୍ତାରେ ଅଛନ୍ତି। ଏଭଳି ଏକ ପରିସ୍ଥିତିରେ ଭାରତର ଆର୍ଥିକ ସ୍ଥିତିଆଗକୁ କ’ଣ ହେବ ? ସରକାରଙ୍କ ଆଗେର କି ଆହ୍ବାନ ଆସିବ, ଦାଦନ ଶ୍ରମକିଙ୍କ ଭବିଷ୍ୟତ କ’ଣ ହେବ ଏମିତି ଅନେକ ପ୍ରଶ୍ନବାଚୀ ହୋଇ ଆମ ଆଗେର ଠିଆ ହୋଇଛନ୍ତି। ୨୦୦8ରେ ବିଶ୍ବ ଯେତେବେଳ ଆର୍ଥିକ ମାନ୍ଦାବସ୍ଥାର ଉତ୍କଟ ପରିସ୍ଥିତି ଦେଇ ଗତିକରୁଥିଲା ସେତେବେଳ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଭାବେ କାର୍ଯ୍ୟ କରୁଥିଲେ ଡି. ସୁବାରାଓ। ଭାରତୀୟ ଅର୍ଥନୀତିକୁ ମଜଭୁତ ସ୍ଥିତିରେ ରଖି ତାହାର ପୁନରୁଦ୍ଧାର ଢାଞ୍ଚା ପ୍ରସ୍ତୁତ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ସେହିପରି ଏକ ବିପର୍ଯ୍ୟୟକୁ ଭାରତୀୟ ଅର୍ଥନୀତି ଏବେ ସମ୍ମୁଖୀନ ହେଉଥିବାରୁ ପରିସ୍ଥିତି କ’ଣ ହେବ ସେ ନେଇ ଉଠୁଥିବା ପ୍ରଶ୍ନସବୁ କୁ ଭିତ୍ତି କରି ଈନାଡୁର ସ୍ବତନ୍ତ୍ର ପ୍ରତିନିଧି ଏମ୍ ଏଲ ନରସିଂଙ୍ଗା ରାଓ, ଶ୍ରୀ ସୁବାରାଓଙ୍କୁ ଭେଟିଥିଲେ। ଉପସ୍ଥାପନ କରୁଛୁ ତାଙ୍କ ସହ ଆଲୋଚନାର ସମ୍ପାଦିତ ଭାଗ...
1.ବିଶ୍ବ ଅର୍ଥନୀତି ଉପରେ କୋଭିଡ୍-୧୯ର ପ୍ରଭାବ କ’ଣ ରହିବ? ସ୍ବତନ୍ତ୍ର ଭାବେ ଭାରତୀୟ ଅର୍ଥନୀତି ପ୍ରସଙ୍ଗରେ ଏହିପ୍ରଭାବ କ’ଣ ପଡ଼ିବାକୁ ଯାଉଛି ବୋଲି ଆପଣ ଆକଳନ କରିଛନ୍ତି ?
ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍)ଙ୍କ ଟିପ୍ପଣୀ ଏ ପ୍ରସଙ୍ଗେର ଉଲ୍ଲେଖଯୋଗ୍ୟ। ଆଇଏମଏଫ୍ କହିଛନ୍ତି ଯେ, ବିଶ୍ବ ଅର୍ଥନୀତି ଏହି କୋରୋନା ଭୁତାଣୁ ମହାମାରୀ ଦ୍ବାରା ଗୁରୁତର ଭାବେ ପ୍ରଭାବିତ ହେବାକୁ ଯାଉଛି। ଯେଉଁ ସ୍ଥିତି ବର୍ତ୍ତମାନ ସୃଷ୍ଟି ହୋଇଛି ତାହା ୨୦୦8ରେ ସୃଷ୍ଟି ହୋଇଥିବା ବିଶ୍ବ ମାନ୍ଦାବସ୍ଥାଠାରୁ ଅଧିକ ଘାତକ ସାବ୍ୟସ୍ତ ହେବାକୁଯାଉଛି।
ଅନ୍ୟ ପକ୍ଷରେ କହିବାକୁ ଗଲେ, କୋଭିଡ୍-୧୯ ପରିସ୍ଥିତି ଭାରତୀୟ ଅର୍ଥନୀତି ଉପରେ ଏକ ବାହ୍ୟ ଆଘାତ। ଗତ କିଛିଦିନ ତଳେ କାରବାର ବୃଦ୍ଧି ତଥା ଚାହିଦା ଓ ଯୋଗାଣ ବୃଦ୍ଧିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି କିନ୍ତୁ ଏତେ ପଦକ୍ଷେପ ସତ୍ତ୍ବେ ଅର୍ଥନୀତି ଆଗକୁ ବଢ଼ୁନାହିଁ। ଏହାର କାରଣ ହେଉଛି ଜାରିରହିଥିବା ଲକଡାଉନ୍ ଅବସ୍ଥା।
2. ଏମତି କି କୋଭିଡ-19 ମହାମାରୀ ସଂକ୍ରମଣ ପୂର୍ବରୁଭାରତୀୟ ଅର୍ଥନୀତି ଜଟିଳ ପରିସ୍ଥିତି ଦେଇ ଗତିକରୁଥିଲା। ୨୦୧୯-୨୦ ଆର୍ଥିକ ବର୍ଷର ତୃତୀୟ କ୍ବାର୍ଟରରେ ଜିଡିପି ଅଭିବୃଦ୍ଧି ହାର ୫ ପ୍ରତିଶତକୁ ଖସିଆସିଥିଲା। ଚତୁର୍ଥ କ୍ବାର୍ଟରରେ ଏହି ଅବସ୍ଥା ଆହୁରି ସଂଘାତିକ ଥିବ ବୋଲି ଆଶଙ୍କା କରାଯାଉଛି । ଆଉ କେତେ ଖରାପ ସ୍ଥିତିକୁ ଏହା ଗତିକରିବ ?
ଆଇଏମ୍ଏଫ୍ ୨୦୧୯-୨୦ଆର୍ଥିକ ବର୍ଷ ପାଇଁ ଭାରତର ଅଭିବୃଦ୍ଧିହାର ୪.୨ ପ୍ରତିଶତ ରହିବ ବୋଲି ସ୍ଥିର କରିଛନ୍ତି। ଏହା ୨୦୨୦-୨୧ ଆର୍ଥିକ ବର୍ଷରେ ୧.୯ କୁ ଖସି ଆସିପାରେ। ବିକଶିତ ଦେଶମାନଙ୍କ ପାଇଁ ଆଇଏମ୍ଏଫ ନକରାତ୍ମକ ଅଭିବୃଦ୍ଧିହାର ଆଶଙ୍କା କରିଛନ୍ତି। ଏହି କ୍ରମରେ ଭାରତର ସ୍ଥିତି ଭଲ ରହିଛି। କିନ୍ତୁ ଏହାକୁ ନେଇ ଆନନ୍ଦ ହେବାର କିଛି କାରଣ ନାହିଁ, କାରଣ ଭାରତରେ ଦରିଦ୍ରଙ୍କ ସଂଖ୍ୟା ଯେଥଷ୍ଟ ଅଧିକ। ଏଣୁପ୍ରଭାବ ଅଧିକ ହେବା ସ୍ବଭାବିକ। ଏଠାରେ ଅକାମୀ ସମ୍ପତ୍ତି( ଏନପିଏ), ଅଧିକ ଋଣ ହାର ପ୍ରଭୃତି ଆମ ଅର୍ଥନୀତି ଉପରେ ବୋଝ ସଦୃଶ। ଏ ମୁହୁର୍ତ୍ତରେ ଆମେ ଆଉ ଅଧିକ ପାଣ୍ଠି ବିତଋଣ ଉଠାଇପାରିବା ନାହିଁ। ଏଣୁ ପରିସ୍ଥିତି ସଙ୍କଟଜନକ ନିଶ୍ଚୟ। ତଥାପି ଆମକୁ ମନେ ରଖିବାକୁ ହେବ ଯେ, ଭୂକମ୍ପ, ବାତ୍ୟା ବା ବନ୍ୟା ଭଳିପ୍ରାକୃତିକ ବିପର୍ଯ୍ୟୟରେ ଯେମିତିଆ ଭିତ୍ତିଭୂମି ଧୂଳିସାତ ହୋଇଥାଏ ଏବଂ ସେ ଗୁଡ଼ିକୁ ଠିଆ କରିବା ଲାଗି ଆମକୁ ଆହୁରି ଅର୍ଥ ଖର୍ଚ କରିବାକୁ ହୋଇଥାଏ, ଏ କ୍ଷେତ୍ରରେ ତାହା ହେବ ନାହିଁ। ଆମକୁ ଆଉ ସମ୍ପତ୍ତି ନିର୍ମାଣ କରିବାକୁ ହେବ ନାହିଁ।
ଏଣୁ କୋଭିଡରୁ ମୁକ୍ତିପାଇବା ପରେ ବା ଏହି ମହାମାରୀ ଶେଷ ହେବା ପରେ ପରିସ୍ଥିତି ଶୀଘ୍ର ଫେରିଆସିବା ସମ୍ଭାବନା ରହିଛି।
3. ଅନେକ ଦେଶ ଏହି ପ୍ରକାର ସଙ୍କଟକୁ ମୁକାବିଲା କରିବା ପାଇଁ ଅର୍ଥନୀତିକ ପ୍ୟାକେଜ ଘୋଷଣା କରୁଛନ୍ତି। ଭାରତ ମଧ୍ୟ ସେହି ଧାରାରେ ସାମିଲ୍। ଆପଣଙ୍କ ମତରେ କେତେ ପରିମାଣରେ ଏହି ପ୍ରୋତ୍ସାହନ ପ୍ୟାକେଜ୍ ଅର୍ଥନୀତିରେ ସୁଧାର ଆଣିବା ଲାଗି ସହାୟକ ହେବ?
ଭାରତରେ ୮୩ ପ୍ରତିଶତ କାର୍ଯ୍ୟବଳ ଅଣ-ସଂଗଠିତ କ୍ଷେତ୍ରରେ ଥାଆନ୍ତି। ବର୍ତ୍ତମାନର ଲକଡାଉନ୍ ସ୍ଥିତି ସେମାନଙ୍କୁ ବିପଦରେ ପକାଇଛି । ଏବେ ସରକାରଙ୍କ ମୁଖ୍ୟ କର୍ତ୍ତବ୍ୟ ହେଉଛି ସେମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବା। ଅବଶ୍ୟ ଏହା ସତ୍ୟ ଯେ, ଗତ ମାସରେ ଅର୍ଥମନ୍ତ୍ରୀ ଏହି ଅବସ୍ଥାରେ ସହାୟକ ହେବା ପାଇଁ ଏକ ଆର୍ଥିକ ପ୍ରୋତ୍ସାହନକାରୀ ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହି ପ୍ୟାକଜର ମୂଲ୍ୟ ଦେଶର ଅଭିବୃଦ୍ଧି ହାରର ୦.୮ ପ୍ରତିଶତ। କିନ୍ତୁ ଏହି ପରିମାଣ ଦେଶରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତା’ ତୁଳନାରେ ଯେଥଷ୍ଟ କମ୍। ଏପରିକି ଅନ୍ୟ ଦେଶଗୁଡିକ ଏହିପରିମାଣଠୁ ଯେଥଷ୍ଟ ଅଧିକ ମୂଲ୍ୟର ପ୍ୟାକେଜ ଘୋଷଣା କରିଛନ୍ତି । ଆମକୁ ବୁଝିବାକୁ ହେବ ଯେ, ଆମ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ । ଏଠାରେ ଆର୍ଥିକ ନିଅଣ୍ଟ ଯେଥଷ୍ଟ ଅଧିକ ରହିଛି। ପୁଣି ଲକଡାଉନ୍ ଘୋଷଣା ଯୋଗୁଁ ରାଜସ୍ବ ଆଦାୟ ହୋଇ ପାରୁ ନାହିଁ । କୋଭିଡ୍-୧୯ ପୂର୍ବରୁ କେନ୍ଦ୍ର ଓ ରାଜ୍ୟମାନଙ୍କ ମିଳିତ ଆର୍ଥିକ ନିଅଣ୍ଟ ଜିଡିପିର ୬.୫ ପ୍ରତିଶତ ଥିଲା। ଏହା ଏବେ ୧୦ ପ୍ରତିଶତ ଅତିକ୍ରମ କରିଥାଇପାରେ । ପୁଣି ପ୍ରୋତ୍ସାହନ ଦେବା ନାଁରେ ଅଧିକ ଅର୍ଥ ଋଣ କରିଆଣିବା ପରିସ୍ଥିତିକୁ ଅଧିକ ସଙ୍କଟ ଆଡ଼କୁ ନେବା ସହ ନୂଆ ସମସ୍ୟା ସୃଷ୍ଟିକରିବା ଆଶଙ୍କା ରହିଛି । ଯଦି କେନ୍ଦ୍ର ଜିଡିପିର ୨ ବା ୨.୫ ପ୍ରତିଶତ ଅର୍ଥକୁ କୋରୋନା ରିଲିଫ୍ ପ୍ୟାକେଜ୍ ଭାବେ ବଣ୍ଟନ ଲାଗି ବ୍ୟବସ୍ଥା କରିବ ତେବେ ଏହା ଅଧିକ ସମସ୍ୟାକୁ ଡାକିଆଣିବ। ଅଧିକ ଋଣ ହେଲେ ରେଟିଂ ଏଜେନ୍ସୀମାନେ ଆମ କ୍ରେଡିଟ୍ ରେଟିଂ କୁ ହ୍ରାସ କରିପାରନ୍ତି। ବିଦେଶୀ ପୁଞ୍ଜିନିବେଶକାରୀମାନେ ସେମାନଙ୍କ ନିବେଶକୁ ଫେରାଇ ନେଇ ପାରନ୍ତି। ସେତେବେଳେ ଆମର ବିଦେଶୀ ପୁଞ୍ଜିବିନିମୟ ସମସ୍ୟା ବଢ଼ିବ। ଫଳତଃ ମୁଦ୍ରାସ୍ଫୀତି ବଢ଼ିବ। ଏଣୁ କେନ୍ଦ୍ରକୁ ସମସ୍ତ ଦିଗକୁ ବିଚାର କରି ଯୋଜନା ପ୍ରଣୟନ କରିବା ଆବଶ୍ୟକତା ରହିଛି। ଯଦି କେନ୍ଦ୍ର ସରକାର ସଙ୍କଟକୁ ମୁକାବିଲା କରିବା ପାଇଁ ଋଣ ନେବାକୁ ବାଧ୍ୟ ହେଉଛନ୍ତି ତେବେ ଏହା କିପରି ଦୁଇରୁ ତିନିବର୍ଷ ଭିତରେ ଶୁଝାଯାଇ ପାରିବ ସେ ନେଇ ଚିନ୍ତା କରିବା ଦରକାର । ଏହା ବଜାରରେ ଭାରତର ଆସ୍ଥା ବୃଦ୍ଧିରେ ସହାୟକ ହେବ।
4. ଲକଡାଉନ ପରବର୍ତ୍ତୀ ସମୟରେ କେଉଁ ବିଷୟ ଗୁଡ଼ିକ ନୀତିଗତ ଭାବେ ପ୍ରାଧାନ୍ୟ ପାଇବା ଦରକାର ?
ଏଭଳି ଏକ ପରିସ୍ଥିତିରେ ରିଜର୍ଭ ବ୍ୟାଙ୍କ ଦ୍ବାର ମୋରାଟୋରିୟମ ଘୋଷଣା, ଋଣ ପାଣ୍ଠିବୃଦ୍ଧିକରିବା ତଥା ସୁଧହାର କମାଇଦେବା ଭଳି ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ। ଏବେ ରିୟଲ୍ଇଷ୍ଟେଟ୍( ଆବାସିକ) ଏବଂ ଅନ୍ୟ ଶିଳ୍ପ ପାଇଁ ସହାୟତାର ହାତ ବଢାଇବା ଦରକାର। ବଡ଼ ବଡ଼ କମ୍ପାନୀଙ୍କୁ ସରକାର ପ୍ରାପ୍ୟ ଅର୍ଥ ଦେବା ଦରକାର। କମ୍ପାନୀଗୁଡ଼ିକ ମଧ୍ୟ ସେମାନଙ୍କ ଉପେର ନିର୍ଭରଶୀଳ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡ଼ିକୁ ଠିକଣା ସମୟରେ ଅର୍ଥ ପ୍ରଦାନ କରିବା ଦରକାର। ଏହାଦ୍ବାରା ନଗଦ କାରବାର ବଢ଼ିବ। କିନ୍ତୁଏଥିଲାଗି ଦେଶକୁ ଋଣ ଉଠାଇବାକୁ ହେବ। ଯଦିଓ ଆରବିଆଇ ସୁଧ ହାର କମାଇଛି କିନ୍ତୁ ବ୍ୟାଙ୍କ ଗୁଡିକ ଏନପିଏ ଭୟରେ ଋଣ ପ୍ରଦାନ କରିବେ ନାହିଁ। ଏହି କ୍ଷେତ୍ରରେ ସରକାର ଗ୍ୟାରେଣ୍ଟି ଦେବା ଦରକାର। ୨୦୦୮ ଅର୍ଥନୀତିକ ମାନ୍ଦାବସ୍ଥାରେ ଯେଉଁ କମ୍ପାନୀଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲେ ସେମାନଙ୍କ ପାଇଁ ଆମେରିକା ସରକାର ଏକ ସ୍ବତନ୍ତ୍ର ଆର୍ଥିକ ପ୍ୟାକଜ ଘୋଷଣା କରିଥିଲେ। ଏହି ଅନୁସାରେ ଭାରତ ସରକାର ମଧ୍ୟ ଏକ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିବା ଜରୁରୀ।
5.କ୍ବାଣ୍ଟେଟେଟିଭ୍ ଏବଂ ହେଲିକପ୍ଟର ମନି ଭଳି ଯୋଜନା ପ୍ରଣୟନ ପାଇଁ ଏହି ପରିସ୍ଥିତିରେ ପ୍ରସ୍ତାବ ରଖାଯାଉଛି ଆପଣ ଏ ସବୁ ଯୋଜନା ବାବଦରେ କ’ଣ କହିବେ?
୨୦୦୮-୦୯ ବର୍ଷରେ ସୃଷ୍ଟି ହୋଇଥିବା ଆର୍ଥିକ ମାନ୍ଦାବସ୍ଥା କାଳରେ ୟୁଏସ୍ ଏବଂ ୟରୋପ କ୍ବାଣ୍ଟେଟେଟିଭ୍ ଇଜିଂ ନୀତିଗ୍ରହଣ କରିଥିଲେ। ଭାରତର ଅବସ୍ଥା ଏଯାଏଁ ଏତେ ଖରାପ ହୋଇ ନାହିଁ। ଦ୍ବିତୀୟରେ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ମାନେ ଦେଶରେ ନଗଦ ଉପଲବ୍ଧ ପାଇଁଥିବା ବିଭିନ୍ନ ଦିଗ ବାବଦରେ ବିଚାର ବିମର୍ଶ ଚଳାଇ ଥାଆନ୍ତି। ବିଭିନ୍ନ ବ୍ୟାଙ୍କ୍ ଓ ମ୍ୟୁଚୁଆଲ ଫଣ୍ଡ ସଂସ୍ଥାରେ ସରକାରଙ୍କ ଅର୍ଥ ଗଚ୍ଛିତ ରହିଛି। ଯେତେବେଳ ଦେଶରେ ନଗଦ କାରବାର ହ୍ରାସ ଘଟେ ସେତେବେଳେ କେନ୍ଦ୍ରୀୟ ବ୍ୟାଙ୍କ ମାନେ ଏହି ବଣ୍ଡ ଗୁଡିକୁ କିଣିନିଅନ୍ତି। ଏହା ଏକ ପ୍ରଚଳିତ ପ୍ରଥା। ୨୦୦୮ ବର୍ଷ ଏହିପରି ସରକାରୀ ବଣ୍ଡ କିଣିବା ସତ୍ତ୍ବେ ଦେଶରେ ନଗଦ ଅଭାବ ପଡ଼ିଥିଲା। ଏଣୁ କେନ୍ଦ୍ରୀୟ ବ୍ୟାଙ୍କକୁ କର୍ପୋରେଟ ଓ ଅନ୍ୟ ସିକ୍ୟୁରିଟି କିଣିବାକୁ ପଡ଼ିଥିଲା। ଭାରତରେ ସେପରି କୌଣସି କ୍ଷମତା ରିଜର୍ଭ ବ୍ୟାଙ୍କ ପାଖରେ ନାହିଁ। ଏହା କେବଳ ସରକାରୀ ବଣ୍ଡ କିଣିପାରିବ। କିନ୍ତୁ ଯଦି ସେମିତି ପରିସ୍ଥିତି ଉପୁଜେ ତେବେ ସରକାରଙ୍କୁ ଆଇନ ସଂଶୋଧନ କରିବାକୁ ହେବ । ଏଭଳି ପରିସ୍ଥିତି ଭାରତକୁ ଆସିନାହିଁ। ହଲିକପ୍ଟର ପାଣ୍ଠିନୀତି କେନ୍ଦ୍ରୀୟ ବ୍ୟାଙ୍କ୍ କୁ ଅଧିକ ଟଙ୍କା ଛାପି ସରକାରଙ୍କୁ ହସ୍ତାନ୍ତର କରିବାକୁ ପଡ଼ିଥାଏ। କିନ୍ତୁ ମନେ ରଖନ୍ତୁ ଏହି ଅର୍ଥ ସରକାରଙ୍କ ପାଇଁ ଋଣ ହୁଏ ନାହିଁ। ଏହି ଅର୍ଥକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ଧାରାରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଥାଏ।
ଏହାଦ୍ବାରା ଲୋକମାନେ କିଣିବାକୁ ଆଗଭର ହେବେ ଆଉ ଦେଶରେ ବଜାର ବ୍ୟବସ୍ଥାର ପୁନରୁଦ୍ଧାର ହେବ ବୋଲି ଆଶା କରାଯାଏ। ଏଣୁ ଉଭୟ କ୍ବାଣ୍ଟେଟେଟିଭ୍ ଓ ହେଲିକପ୍ଟର ଅର୍ଥ ଭିତରେ ସ୍ପଷ୍ଟ ବିଭେଦ ରହିଛି । ୨୦୦୨ ମସିହାରେ ୟୁଏସ୍ ଫେଡେରାଲ ରିଜର୍ଭର ପୂର୍ବତନ ଚେୟାରମ୍ୟାନ ବେନ୍ବଣ୍ଣକି ଜାପାନର ଅର୍ଥନୀତିକ ମାନ୍ଦାବସ୍ଥାକୁ ସୁଧାରିବା ଲାଗି ହେଲିକପ୍ଟର ମନି ଯୋଜନାକୁ ଆପଣାଇବାକୁପରାମର୍ଶ ଦେଇଥିଲେ। କିନ୍ତୁ ଜାପାନ ତାହାକୁ ଗ୍ରହଣ କରିନ ଥିଲା। ଏପରିକି ୨୦୦୮ ମାନ୍ଦାବସ୍ଥାରେ ୟୁଏସ ଏହି ନୀତିକୁ ଆପଣାଇ ନଥିଲା। ଏଣୁଭାରତ ସରକାର ଏପରି ନୀତିକୁ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିବେ ବୋଲି ଆଶା କରିବା ଅନୁଚିତ। ଯଦିବା କେବେ କୌଣସି ଅର୍ଥନୀତି ହେଲିକପ୍ଟର ମନି ନୀତିକୁ ଗ୍ରହଣ କରେ ତେବେ ମୁଦ୍ରସ୍ପୀତି ଯେଥଷ୍ଟ ବଢ଼ିଯିବ।
6. ଆମେ ଦାଦନ ଶ୍ରମିକଙ୍କ ସମସ୍ୟାକୁ କିପରିସମାଧାନ କରିପାରିବା?
ଦାଦନ ଶ୍ରମିକ ମାନେ ଭାରତୀୟ ଅର୍ଥନୀତିର ଏକ ଗୁରୁତ୍ବପୂଣ୍ଣ ଅଙ୍ଗ। ଅଣ ସଂଗଠିତ କ୍ଷେତ୍ରରେ ପ୍ରସଙ୍ଗକୁ ଏହି ମୁହୂର୍ତ୍ତରେ ବିଚାର କରାଯାଇ ପାରିବ ନାହିଁ। ଆନ୍ତଃ ରାଜ୍ୟ ଶ୍ରମିକ ଯିବା ଆସିବା ଲାଗିରହିବ। କିନ୍ତୁ ସରକାରଙ୍କୁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ। ଉପଯୁକ୍ତ ରହିବା, ସ୍ବାସ୍ଥ୍ୟସେବା ସୁବିଧା ଶ୍ରମିକଙ୍କୁ ପ୍ରଦାନ କରାଯିବା ଆବଶ୍ୟକ।
7. ବର୍ତ୍ତମାନ ଯେଉଁ ଆର୍ଥିକ ସଙ୍କଟ ସ୍ଥିତି ଉପୁଜିଛି ଏହାକୁ୨୦୦୮-୦୯ ସଙ୍କଟ ସହ ତୁଳନା କରିବା ଉଚିତ ହେବ କି ? ଆପଣଙ୍କ ମତରେ କେଉଁଠି ସବୁଠାରୁ ଅଧିକ ସଙ୍କଟଜନକ?
୨୦୦୮ ମସିହାର ବିଶ୍ବ ଆର୍ଥିକ ମାନ୍ଦାବସ୍ଥା ଆର୍ଥିକ କ୍ଷେତ୍ରରୁ ଆରମ୍ଭ ହୋଇଥିଲା। ବିଭିନ୍ନ ଦେଶର ବ୍ୟାଙ୍କ ଓ ଅର୍ଥନୀତିକ ଅନୁଷ୍ଠାନ ଯେଉଁନୀତି ଓ ଉତ୍ପାଦ ସବୁପ୍ରସ୍ତୁତ କଲେ ତାହା ଦ୍ବାରା ଏହିପରିସ୍ଥିତି ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ବ୍ୟବସ୍ଥାକୁ ଚୁରମାର କରିବାରେ କାରଣ ହୋଇଥିଲା। ଏହାଦ୍ବାରା ଲୋକେ ସେମାନଙ୍କ ସଞ୍ଚୟ ଓ ସମ୍ପତ୍ତି ହରାଇଲେ, ବଜାରରେ ଚାହିଦା କମିଲା।
ପରବର୍ତ୍ତୀ ସମୟରେ ଏହା ବାସ୍ତବ ଅର୍ଥନୀତିକୁ ମଧ୍ୟ ସଂକ୍ରମିତ ହେଲା। କିନ୍ତୁ ସାମ୍ପ୍ରତିକ କୋରୋନା ହେତୁ ଯେଉଁ ସଙ୍କଟ ଉପୁଜିଛି ଏହ ୨୦୦୮-୦୯ ମାନ୍ଦାବସ୍ଥାଠାରୁ ସମ୍ପୂଣ୍ଣ ଭିନ୍ନ। ଏକ ମାହାମାରୀ ଯୋଗୁ ସାମ୍ପ୍ରତିକ ସଙ୍କଟ ସୃଷ୍ଟିହୋଇଛି। ଏହା ପ୍ରଥେମ ବାସ୍ତବ ଅର୍ଥନୀତିକ କ୍ଷେତ୍ରକୁ ପ୍ରଭାବିତ କରିପାରେ ବ୍ୟାଙ୍କିଙ୍ଗ୍ ଅର୍ଥନୀତିକୁ ସଂକ୍ରମିତ କରିବାକୁ ଯାଉଛି । ଯୋଗାଣ ଶୃଙ୍ଖଳଟି ବାଧା ପାଇଛି। ଫଳରେ ଚାହିଦା ବିପର୍ଯ୍ୟସ୍ତ ହୋଇଛି। ଯେହେତୁ ଦୁଇଟିଯାକ ବିପର୍ଯ୍ୟୟର କାରଣ ଭିନ୍ନ ଭିନ୍ନ ଏଣୁ ଉଭୟଙ୍କ ସମାଧାନ ବି ଭିନ୍ନ ଭିନ୍ନ ହେବା ସ୍ବଭାବିକ। ଏବେ ପୁଣି ପଛକୁ ଫେରିବା। ଅର୍ଥନୀତିକ କ୍ଷେତ୍ର ସହାୟତା ଆବଶ୍ୟକ କରୁଛି। ଆମର ଅର୍ଥନୀତିକ ସଂସ୍ଥା ଗୁଡ଼ିକୁ ସୁରକ୍ଷା ଦେବା ନିହାତି ଜରୁରୀ। ଅର୍ଥନୀତିକ ପନରୁଦ୍ଧାର ଲାଗି ବାସ୍ତବ ଅର୍ଥନୀତିକ କ୍ଷେତ୍ରକୁ ପ୍ରଥମେ ସକ୍ରିୟ କରିବାକୁ ହେବ।
କିନ୍ତୁ ବର୍ତ୍ତମାନର ସବୁଠାରୁ ବଡ଼ ଆବଶ୍ୟକ ହେଉଛି କୋରୋନାକୁ ପ୍ରଥମେ ଅବରୋଧ କରିବା ଦରକାର। ଏହାଦ୍ବାରା ଅର୍ଥନୀତିଆଗକୁ ବଢ଼ିବ। ଅନ୍ୟ ଏକ ବିଭେଦ ହେଉଛି, ଯେତେବେଳେ ୨୦୦୮-୦୯ ମାନ୍ଦାବସ୍ଥା ଆମେରିକାର ସମ୍ପତ୍ତି ବନ୍ଧକ କ୍ଷେତ୍ରରୁ ଆରମ୍ଭ ହୋଇଥିଲା, ଏବେକାର ଅର୍ଥନୀତିକ ମାନ୍ଦାବସ୍ଥା ଚୀନର୍ ଉହାନ ସହରରୁ ଆରମ୍ଭ ହୋଇ ସାରା ପୃଥିବୀକୁ ବ୍ୟାପିଛି।