ETV Bharat / bharat

ବଜେଟ ପାଇଁ ଇମେଲରେ ପରାମର୍ଶ ଲୋଡିଲା ଅର୍ଥ ମନ୍ତ୍ରାଳୟ

author img

By

Published : Nov 13, 2020, 10:47 PM IST

2021-22 କେନ୍ଦ୍ରୀୟ ବଜେଟ ପାଇଁ ପ୍ରସ୍ତାବ ଓ ପରାମର୍ଶ ମାଗିଲା ଅର୍ଥ ମନ୍ତ୍ରଣାଳୟ । ବିଭିନ୍ନ ସଂସ୍ଥା ଓ ବିଶେଷଜ୍ଞ ଦେଇପାରିବେ ପରାମର୍ଶ । ମହାମାରୀ କାରଣରୁ ସ୍ବତନ୍ତ୍ର ଇମେଲ ଆଇଡିରେ ପରାମର୍ଶ ଗ୍ରହଣ କରାଯିବା ନେଇ ଅର୍ଥ ମନ୍ତ୍ରଣାଳୟ ଦେଇଛି ସୂଚନା । ଅଧିକ ପଢନ୍ତୁ..

ବଜେଟ ପାଇଁ ଇମେଲରେ ପରାମର୍ଶ ଲୋଡିଲା ଅର୍ଥ ମନ୍ତ୍ରାଳୟ
ବଜେଟ ପାଇଁ ଇମେଲରେ ପରାମର୍ଶ ଲୋଡିଲା ଅର୍ଥ ମନ୍ତ୍ରାଳୟ

ନୂଆଦିଲ୍ଲୀ: 2021-22 କେନ୍ଦ୍ରୀୟ ବଜେଟ ପ୍ରସ୍ତୁତି ପାଇଁ ବିଭିନ୍ନ ଉଦ୍ୟୋଗ ସଙ୍ଗଠନ ଓ ବିଶେଷଜ୍ଞଙ୍କ ଠାରୁ ଇମେଲ ଜରିଆରେ ପରାମର୍ଶ ନେବ ଅର୍ଥମନ୍ତ୍ରାଳୟ । ଏ ସମ୍ବନ୍ଧରେ ମନ୍ତ୍ରାଳୟ ନିଷ୍ପତ୍ତି ନେଇ କହିଛି କି ବଜେଟ ପରାମର୍ଶ ଲାଗି ଏକ ସ୍ବତନ୍ତ୍ର ଇମେଲ ଆଇଡି ତିଆରି ହେବ ।

କୋରୋନା ମହାମାରୀ ଯୋଗୁଁ ମନ୍ତ୍ରାଳୟ ଏହି ପଦକ୍ଷେପ ନେବାକୁ ନିର୍ଣ୍ଣୟ ନେଇଛି । ଏହା ବ୍ୟତିତ ସରକାରଙ୍କ ‘ମାଇଗଭ’ ପୋର୍ଟାଲ ମଧ୍ୟ ସାଧାରଣ ଜନତାଙ୍କ ଠାରୁ ବଜାର ପରାମର୍ଶ ନେବା ପାଇଁ ପ୍ଲାର୍ଟଫର୍ମ ଉପଲବ୍ଧ କରିବ । ଏହି ପ୍ଲାର୍ଟଫର୍ମ ନଭେମ୍ବର 15 ରୁ 30 ଯାଏଁ ଖୋଲା ରହିବ ।

ବର୍ଷ ବର୍ଷ ଧରି ଅର୍ଥମନ୍ତ୍ରାଳୟ ବଜେଟ ପୂର୍ବରୁ ନର୍ଥ ବ୍ଲକରେ ଉଦ୍ୟୋଗ ସଂଘ, ବ୍ୟାପର ସଙ୍ଗଠନ ତଥା ବିଶେଷଜ୍ଞଙ୍କ ସହ ବିଚାର ବିମର୍ଶ କରିଥାଏ । ତେବେ ଏ ନେଇ ମନ୍ତ୍ରାଳୟ ଶୁକ୍ରବାର ବିବୃତ୍ତି ଜାରି କରି କହିଛି ଯେ, ‘‘ ମହାମାରୀ ସ୍ଥିତି ଯୋଗୁଁ ମନ୍ତ୍ରାଳୟକୁ ବିଭିନ୍ନ ପକ୍ରିୟାରେ ବଜେଟ ପୂର୍ବ ବିଚାର ବିମର୍ଶ କରିବାକୁ ଆଗ୍ରହ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଏକ ସ୍ବତନ୍ତ୍ର ଇ-ମେଲ ଆଇଡି କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ଉପରେ ବିଭିନ୍ନ ସଂସ୍ଥାନ ଓ ବିଶେଷଜ୍ଞ ଠାରୁ ପରାମର୍ଶ ନିଆଯିବ । ମନ୍ତ୍ରାଳୟ କହିଛି କି ଏ ବିଷୟରେ ସୂଚନା ଶୀଘ୍ର ଜାରି କରାଯିବ ।

ଏହି ପୋର୍ଟାଲ ନଭେମ୍ବର 15ରୁ ଆରମ୍ଭ ହେବ । ଏହା ଉପରେ ନଭେମ୍ବର 30 ପର୍ଯ୍ୟନ୍ତ ବଜେଟ ବିଷୟରେ ପରାମର୍ଶ ଦିଆଯାଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.