ETV Bharat / bharat

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ସୁନାମି ଆଶଙ୍କା

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ରିକ୍ଟର ସ୍କେଲରେ ଏହାର 6.9 ରେକର୍ଡ କରାଯାଇଛି । ଏହି ଭୂକମ୍ପ ରବିବାର ଉତ୍ତର ପୂର୍ବ ସୁଲେୱେସି ଦ୍ବୀପରେ ହୋଇଥିବା ସୂଚନା ମିଳିଛି । ତେବେ ଭୂକମ୍ପ ଯୋଗୁଁ ସୁନାମିର ଆଶଙ୍କା ରହିଥିବା ଜଣାପଡିଛି ।

author img

By

Published : Jul 8, 2019, 1:48 PM IST

ପ୍ରତିକାତ୍ମକ ଫଟୋ

ଜାକର୍ତ୍ତା: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.9 ରେକର୍ଡ କରାଯାଇଛି । ଏହି ଭୂକମ୍ପ ରବିବାର ଉତ୍ତର ପୂର୍ବ ସୁଲେୱେସି ଦ୍ବୀପରେ ହୋଇଥିବା ସୂଚନା ମିଳିଛି । ତେବେ ଭୂକମ୍ପ ଯୋଗୁଁ ସୁନାମିର ଆଶଙ୍କା ରହିଥିବା ଜଣାପଡିଛି ।

ଖବର ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ପତ୍ତନଠାରୁ 36 କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିବା
ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟି ଆଗରେ ରଖି ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଭୂକମ୍ପରେ କ୍ଷୟକ୍ଷତିର କୌଣସି ଆକଳନ କରାଯାଇନାହିଁ ।

ସୂଚନା ଅନୁସାରେ,ପୂର୍ବରୁ ୨୦୦୪ ମସିହାରେ ଇଣ୍ଡୋନେସିଆର ସୁମାତ୍ରାରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୯.୩ ଥିଲା । ବଡ଼ଧରଣର ଏହି ଭୂମିକମ୍ପରେ ୨୨୦,୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା ।

Intro:Body:

 BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.