ETV Bharat / bharat

ଶିମଲା ଚୁକ୍ତି ପରେ ଭାରତ-ପାକିସ୍ତାନ ସଂପର୍କ: ଏକ ଘଟଣାକ୍ରମ - ଶିମଲା ଚୁକ୍ତି ପରେ ଭାରତ-ପାକିସ୍ତାନ ସଂପର୍କ

1971 ମସିହାର ବାଲାଂଦେଶ ଯୁଦ୍ଧ ପରେ ଜାତିସଂଘ ଧିରେ ଧିରେ କାଶ୍ମୀର ସମସ୍ୟାରୁ ଦୂରେଇ ଯାଇଥିଲା । ଏହାପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଅଧିକ ହୋଇଥିଲା । ଏଠାରେ ଶିମଲା ଚୁକ୍ତି ପରେ ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ମଧ୍ୟରେ କିପରି ସମ୍ବନ୍ଧ ରହିଛି ତାହା ଦର୍ଶାଯାଇଛି ।

ଫାଇଲ ଫଟୋ
author img

By

Published : Sep 25, 2019, 11:39 PM IST

ହାଇଦ୍ରାବାଦ: 1971 ମସିହାର ବାଲାଂଦେଶ ଯୁଦ୍ଧ ପରେ ଜାତିସଂଘ ଧିରେ ଧିରେ କାଶ୍ମୀର ସମସ୍ୟାରୁ ଦୂରେଇ ଯାଇଥିଲା । ଏହାପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଅଧିକ ହୋଇଥିଲା । ଶିମଳା ଚୁକ୍ତି ପରେ ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ମଧ୍ୟରେ କିପରି ସମ୍ବନ୍ଧ ରହିଛି ଜାଣନ୍ତୁ:

ଦୁଇ ଦେଶ ମଧ୍ୟରେ ରାଜନୈତିକ ସମ୍ବନ୍ଧର ପ୍ରଥମ ମୋଡ 1974 ମସିହାରେ ହୋଇଥିଲା । ଭାରତ ଏହି ବର୍ଷ ପ୍ରଥମ ଜାତିସଂଘ ସୁରକ୍ଷା ପରିଷଦର ଅଣ ସଦସ୍ୟ ଭାବେ ପରମାଣୁ ପରୀକ୍ଷଣ କରିଥିଲା । 1989 ମସିହାରେ ଜମ୍ମୁ କାଶ୍ମୀରରେ ସଶସ୍ତ୍ର ପ୍ରତିରୋଧ ଆରମ୍ଭ କରାଯାଇଥିଲା । ଏଠାରେ ପାକିସ୍ତାନ ଉପରେ ଯୁଦ୍ଧ ବିମାନକୁ ହତିଆର ଓ ପ୍ରଶିକ୍ଷଣ ଦେଉଥିବାର ଆରୋପ ଭାରତ ଲଗାଇଥିଲା । ଯାହାକୁ ପାକିସ୍ତାନ ମାନି ନ ଥିଲା ।

କିନ୍ତୁ 1991 ମସିହାରେ ଉଭୟ ଦେଶ ମଧ୍ୟରେ ମିଳିତ ସାମରିକ ଅଭ୍ୟାସ ସହ ପରସ୍ପରର ବାୟୁସୀମାକୁ ଉଲ୍ଲଙ୍ଘନ ନ କରିବାକୁ ଏକ ଚୁକ୍ତି ହୋଇଥିଲା । ଏହାର ବର୍ଷେ ପରେ ଉଭୟ ଦେଶ ରାସାୟନିକ ଅସ୍ତ୍ରଶସ୍ତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ମିଳିତ ରାଜିନାମାରେ ହସ୍ତାକ୍ଷର କରିଥିଲେ ।

1996 ମସିହାରେ ନିୟନ୍ତ୍ରଣ ରେଖାରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଦେଖାଯିବାରୁ ବିବାଦ ପୁଣି ବଢିଥିଲା । ଆନ୍ତର୍ଜାତିକ ପ୍ରତିବନ୍ଧକ ସତ୍ତ୍ବେ ଉଭୟ ରାଷ୍ଟ୍ର 1998 ମସିହାରେ ନ୍ୟୁକ୍ଲିୟାର ପରୀକ୍ଷଣ କରିଥିଲେ ।

ଭାରତୀୟ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ କରିବାକୁ ଚେଷ୍ଟା କରିଥିଲେ । ସେ ସେହି ବର୍ଷ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଭେଟିବାକୁ ବସରେ ପାକିସ୍ତାନ ଯାତ୍ରା କରିଥିଲେ । ଏହି ଅବସରରେ ଏକ ଶାନ୍ତି ଚୁକ୍ତିନାମା ଲାହୋର ରାଜିନାମା ସ୍ବାକ୍ଷର ହୋଇଥିଲା ।

ଏହାପରେ କାର୍ଗିଲକୁ ନେଇ ପୁଣି ଅଶାନ୍ତି ଦେଖାଯାଇଥିଲା । ପାକିସ୍ତାନୀ ସେନା ହିମାଳୟର କିଛି ଅଂଶ ଦଖଲ କରିବା ପରେ ଭାରତ ନିଜର ଅଭିଯାନ ଆରମ୍ଭକରି ପାକିସ୍ତାନ ଅଧିକୃତ କରିଥିବା ସ୍ଥାନ ଗୁଡିକୁ ଦଖଲ କରିଥିଲା । ମଧ୍ୟସ୍ଥତା ଶାନ୍ତି ପାଇଁ ଯୁକ୍ତରାଷ୍ଟ୍ର ଆମେରିକାକୁ ପଦକ୍ଷେପ ନେବାକୁ ପଡିଥିଲା ।

2000 ମସିହାର ଆରମ୍ଭରେ ଭାରତୀୟ ମାଟିରେ ବାରମ୍ବାର ଆକ୍ରମଣ କରାଯାଇଥିଲା । 2001ରେ ଜାମ୍ମୁ କାଶ୍ମୀର ବିଧାନସଭା ଉପରେ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ 38 ଜଣ ପ୍ରାଣ ହରାଇଥିଲେ । ଏହାପରେ ବନ୍ଧୁକଧାରୀଙ୍କ ଦ୍ବାରା ଭାରତୀୟ ସଂସଦ ଉପରେ ଆକ୍ରମଣ କରାଯାଇଥିଲା । ଯେଉଁଥିରେ 14 ଜଣ ମୃତ୍ୟୁବରଣ କରିଥିଲେ ।

2004ମସିହାରେ ପ୍ରଧାନମନ୍ତ୍ରୀ ବାଜପେୟୀ ଓ ପାକିସ୍ତାନ ରାଷ୍ଟ୍ରପତି ପରଭେଜ ମୁଶାରଫ ଇସଲାମାବାଦରେ 12ତମ ସାର୍କ ସମ୍ମିଳନୀରେ ଆଲୋଚନା କରିଥିଲେ । ଏହାପରେ ଉଭୟ ଦେଶ ବିଭିନ୍ନ ସରକାରୀ ସ୍ତରରେ ଭାଗନେଇଥିଲେ । ଏହାପରେ 2008ରେ ବାଣିଜ୍ୟ ପାଇଁ ସମସ୍ତ ମାର୍ଗ ଖୋଲାଯାଇଥିଲା ।

2008 ମସିହାର ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଭାରତ ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାକୁ ଦାୟୀ କରିବା ପରେ ଶାନ୍ତି ଭଙ୍ଗ ହୋଇଥିଲା । ଏହି ଆକ୍ରମଣରେ 166 ଜଣ ପ୍ରାଣ ହରାଇଥିଲେ ।

ନୂତନ ଭାବେ ନିର୍ବାଚିତ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପାକିସ୍ତାନ ସହ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରିଥିଲେ । ଏଥିପାଇଁ ନିଜ ଶପଥ ଗ୍ରହଣ ଉତ୍ସବକୁ ନୱାଜ ସରିଫଙ୍କୁ ଆମନ୍ତ୍ରଣ କରିଥିଲେ ଏବଂ ତାଙ୍କ ଜନ୍ମଦିନରେ ଆକସ୍ମିକ ଲାହୋର ଗସ୍ତ କରିଥିଲେ ।

ଏହାପରେ କାଶ୍ମୀରରେ ଏକ ଗମ୍ଭୀର ଘଟଣା ସାମ୍ନାକୁ ଆସିଥିଲା । ଉରି ଆତଙ୍କବାଦୀ ଆକ୍ରମଣରେ ଭାରତର ଗୋଟିଏ ଆର୍ମିବେସର 18 ଜଣ ସୈନ୍ୟ ପ୍ରାଣ ହରାଇଥିଲେ । ଏହାର ଜବାବରେ ଭାରତୀୟ ସେନା ପାକିସ୍ତାନ ନିୟନ୍ତ୍ରଣ ରେଖା ଅତିକ୍ରମ କରି ସର୍ଜିକାଲ ଷ୍ଟ୍ରାଇକ କରିଥିଲା ।

2019 ମସିହାରେ ପୁଲୱାମାରେ ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ସିଆରପିଏଫ ଜବାନଙ୍କ ବସ ଉପରେ କରାଯାଇଥିଲା ।

ସେବେଠାରୁ ଭାରତ ପାକିସ୍ତାନକୁ ଆନ୍ତର୍ଜାତୀୟ ସ୍ତରରେ ଏକ ଆତଙ୍କବାଦ ରାଷ୍ଟ୍ର ଭାବରେ ପ୍ରଚାର କରିଆସିଛି । ଏହାପରେ ଭାରତୀୟ ବାୟୁସେନା ଦ୍ବାରା ପାକିସ୍ତାନ ମଧ୍ୟରେଥିବା ଜୈସ-ଇ-ମହମ୍ମଦର କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା । ଭାରତୀୟ ବାୟୁସୀମାରେ ପାକିସ୍ତାନ ବିମାନ ପ୍ରବେଶକୁ ନେଇ ଉଭୟ ଦେଶ ମଧ୍ୟରେ ଦ୍ବନ୍ଦ୍ବ ଉପୁଜିଥିଲା । ଯାହାକୁ ନେଇ ଉଭୟ ବାସୁସେନାଙ୍କ ମଧ୍ୟରେ ବାତବିତଣ୍ଡା ଲାଗିରହିଥିଲା । କୁଳଭୂଷଣ ଯାଦବ ମାମଲାରେ ଭାରତକୁ ମଧ୍ୟ ବେଶ ସଫଳତା ମିଳିଥିଲା । ଏହାପରେ ଜାମ୍ମୁକାଶ୍ମୀର 370 ଧାରାର ଉଚ୍ଛେଦ ଓ ଜମ୍ମୁ ଓ କାଶ୍ମୀରର ପୁନର୍ଗଠନ କରାଯାଇଥିଲା ।

ପାକିସ୍ତାନକୁ ଚୀନ ସମର୍ଥନ କରିବା ପରେ ଜାତିସଂଘ ସୁରକ୍ଷା ପରିଷଦ ଦ୍ବାରା ରୁଦ୍ଧଦ୍ବାର ବୈଠକ କରାଯାଇଥିଲା । ଏପରିକି ଭାରତ ସପକ୍ଷରେ ଆନ୍ତଜାର୍ତୀୟ ସମୁଦାୟ ରହିଥିବା ଦେଖାଯାଇଛି ।

Intro:Body:

BLANK FOR LINK  

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.