ETV Bharat / bharat

ବଢିଛି ଭାରତ-ପାକ ସୀମାରେ ଅସ୍ତ୍ରବୀରତି ଉଲଙ୍ଘନ: କେନ୍ଦ୍ର

author img

By

Published : Jul 9, 2019, 5:05 AM IST

ରାଜ୍ୟସଭାରେ ପ୍ରତିରକ୍ଷା ରାଜ୍ୟମନ୍ତ୍ରୀ ଶ୍ରୀପାଦ ନାଏକ କହିଛନ୍ତି କି ବୃଦ୍ଧି ପାଉଛି ଭାରତ-ପାକିସ୍ତାନ ସୀମାରେ ଅସ୍ତ୍ରବିରତି ଉଲଙ୍ଘନ । 2018 ମସିହାରେ 1629 ଥର ଭାରତ-ପାକିସ୍ତାନ ସୀମାରେ ଅସ୍ତ୍ରବିରତି ଉଲଙ୍ଘନ ହୋଇଥିବା ବେଳେ 2019 ଜୁନ ସୁଦ୍ଧା 1299 ଥର ଅସ୍ତ୍ରବୀରତି ଉଲଙ୍ଘନ ହୋଇଛି ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଦିନକୁ ଦିନ ବୃଦ୍ଧି ପାଉଛି ଭାରତ-ପାକିସ୍ତାନ ସୀମାରେ ଅସ୍ତ୍ରବୀରତି ଉଲଙ୍ଘନ । ଏଭଳି ସୂଚନା ଦେଇଛନ୍ତି ପ୍ରତିରକ୍ଷା ରାଜ୍ୟମନ୍ତ୍ରୀ ଶ୍ରୀପାଦ ନାଏକ । ରାଜ୍ୟସଭାରେ ସେ କହିଛନ୍ତି କି 2018 ମସିହାରେ 1629 ଥର ଭାରତ-ପାକିସ୍ତାନ ସୀମାରେ ଅସ୍ତ୍ରବୀରତି ଉଲଙ୍ଘନ ହୋଇଛି । ଯେତେବେଳେ କି 2019 ଜୁନ ସୁଦ୍ଧା 1299 ଥର ଅସ୍ତ୍ରବୀରତି ଉଲଙ୍ଘନ ହୋଇଛି ।

ଗୋଟିଏ ପ୍ରଶ୍ନର ଲିଖିତ ଉତ୍ତରରେ ନାଏକ କହିଛନ୍ତି, ପାକିସ୍ତାନର ଅସ୍ତ୍ରବିରତି ଉଲଙ୍ଘନର ଜବାବ ସମ୍ପୂର୍ଣ୍ଣ ଭାବେ ଭାରତୀୟ ଯବାନ ଦେଉଛନ୍ତି । ପାକିସ୍ତାନର ବରିଷ୍ଠ ଅଧିକାରୀ ତଥା ସେନା ଅଧିକାରୀଙ୍କ ନିକଟରେ ଯଥୋଚିତ ମାଧ୍ୟମରେ ଏହି ପ୍ରସଙ୍ଗକୁ ଉଠାଯାଉଛି ।

ସେହିପରି ଆଉ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ନାଏକ କହିଛନ୍ତି, ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କୁ ରୋକିବା ଅଭିଯାନରେ 2016 ମସିହାରେ 49 ଜଣ ଯବାନ ଶହୀଦ ହୋଇଛନ୍ତି । 2017ରେ ଏହି ଅଭିଯାନରେ ଶହୀଦ ହେଉଥିବା ଯବାନଙ୍କ ସଂଖ୍ୟା 31 ଏବଂ 2018ରେ 29 ଥିଲା । ସେନା-ଆତଙ୍କବାଦୀ ମଧ୍ୟରେ ଯୁଦ୍ଧ ଏବଂ ଅସ୍ତ୍ରବୀରତି ଉଲଙ୍ଘନର ଗଭୀରତାକୁ ବିଶ୍ଳେଷଣ କରିଛନ୍ତି ନାଏକ ।

Intro:ମୟୁରଭଞ୍ଜ ଜିଲ୍ଲା ଦେଇଯାଇଥିବା 18 ନମ୍ବର ଜାତୀୟ ରାଜପଥ ର କୁଳିଅଣା ଛକ ନିକଟରେ ସଡକ ଦୁର୍ଘଟଣା। ଏକ ମାଲ ବୋଝେଇ ଟ୍ରକ ଧକ୍କାରେ ବାଇକ ଆରହି ଙ୍କ ମୃତ୍ୟୁ। ବାଇକ ଚାଳକ ଜଣଙ୍କ ରାସ୍ତା ପରିହେଉଥିବା ସମୟରେ ଟ୍ରକଟିର ପଛ ଚକ ମାଡିଯାଇଥିଲା। ଘଟଣାସ୍ଥଳରେ ହିଁ ବାଇକ ଆରହି ଙ୍କ ମୃତ୍ୟୁ ହୋଇଥିଲା। ମୃତ ବ୍ୟକ୍ତି ଜଣଙ୍କ ଝରପୋଖରିଆ ଥାନା କେନ୍ଦୁମୁଣ୍ଡି ଗ୍ରାମର ପ୍ରବୀର ଗିରି। ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ 18 ନମ୍ବର ଜାତୀୟ ରାଜପଥ କୁ ପ୍ରାୟ 3 ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ। କୁଳିଅଣା ଛକ ରେ ଓଭରର୍ବ୍ରିଜ ନିର୍ମାଣ ଦାବିରେ ରାଜପଥ ଅବରୋଧ କରିଥିଲେ। Body:ତେବେ ରାଜପଥ ନିର୍ମାଣକାରୀ ସଂସ୍ଥା ବେକବନ କମ୍ପାନୀ ର ଇଞ୍ଜିନିୟର ଓ କୁଳିଅଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା ପରେ ରାସ୍ତା ଅବରୋଧ ହଟିଥିଲାConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.