ETV Bharat / bharat

ଲକଡାଉନ ହଟିବା ପରେ ଭୋଜନ ସେବା ବନ୍ଦ କରିବ ଇଣ୍ଡିଗୋ - ଲକଡାଉନ ହଟିବା ପରେ ଭୋଜନ ସେବା ବନ୍ଦ କରିବ ଇଣ୍ଡିଗୋ

ଲକଡାଉନ୍ ଉଠିବା ପରେ ଭାରତରେ ସମସ୍ତ ବିମାନକୁ ଯାତ୍ରା କରିବା ପାଇଁ ଅନୁମତି ମିଳିବ । ସ୍ବଳ୍ପ ସମୟରେ ପାଇଁ ଇଣ୍ଡିଗୋ ତାର ବିମାନକୁ ଅଧିକ ଗଭୀର ଭାବେ ସଫାସୁତୁରା କରିବ ଏବଂ ଫ୍ଲାଇଟ ଭୋଜନ ସେବା ବନ୍ଦ କରିବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଲକଡାଉନ ହଟିବା ପରେ ଭୋଜନ ସେବା ବନ୍ଦ କରିବ ଇଣ୍ଡିଗୋ

author img

By

Published : Apr 10, 2020, 7:31 PM IST

ନୂଆଦିଲ୍ଲୀ: ଭାରତରେ କୋରୋନା ଭାଇରସ ପାଇଁ ଲାଗୁ ହୋଇଥିବା ଲକଡାଉନ୍ ଉଠିବା ପରେ ଭାରତରେ ସମସ୍ତ ବିମାନକୁ ଯାତ୍ରା କରିବା ପାଇଁ ଅନୁମତି ମିଳିବ । ତେବେ ଏନେଇ ଏୟାରଲାଇନ୍ସର ସିଇଓ ରୋନୋଜୟ ଦତ୍ତ ଶୁକ୍ରବାର କହିଛନ୍ତି, ସ୍ବଳ୍ପ ସମୟରେ ପାଇଁ ଇଣ୍ଡିଗୋ ତାର ବିମାନକୁ ଅଧିକ ଗଭୀର ଭାବେ ସଫାସୁତୁରା କରିବ ଏବଂ ଫ୍ଲାଇଟ ଭୋଜନ ସେବା ବନ୍ଦ କରିବ । ସେପଟେ ବିମାନବନ୍ଦର ବସରେ ସର୍ବାଧିକ 50 ପ୍ରତିଶତ ସିଟ ରଖିବ । କୋରୋନା ପରେ ବି ଏଭଳି ସଫାସୁତୁରା ଜାରି ରହିବ ।

ସିଇଓ ପୁଣି କହିଛନ୍ତି, ‘ଏପରି ପରିସ୍ଥିତିରେ କମ୍ପାନୀ ନିଜର ଅଭିବୃଦ୍ଧି କିମ୍ବା ଲାଭଦାୟକ ପାଇଁ ଚିନ୍ତା କରୁନି କିନ୍ତୁ ସହଜରେ ପରିଚାଳନା କରିବାକୁ ଚେଷ୍ଟା କରୁଛି । ଏହାର ଅର୍ଥ ହେଉଛି କମ୍ପାନୀର ଲକ୍ଷ୍ୟ ହେଉଛି ନଗଦ ଟଙ୍କା ପ୍ରବାହ ଉପରେ । ଆମେ ଆମର ସମସ୍ତ ଯୋଜନାକୁ ପ୍ରଥମେ ସ୍ଥିର କରୁଛି ପରେ ଖର୍ଚ୍ଚ କରୁଛୁ ଏବଂ କିପରି କମ ଟଙ୍କାରେ ଖର୍ଚ୍ଚ ହେବ ତାହାର ଉପାୟ ଖୋଜୁଛୁ ।

ଦତ୍ତ ପୁଣି କହିଛନ୍ତି, ‘ଇଣ୍ଡିଗୋ ଚିନ୍ତା କରୁଛି ଯେ ଏହି ଲକଡାଉନ ହଟିଲା ପରେ ପ୍ରଥମେ ସେବା ଆରମ୍ଭ କରାଯିବ ଏବଂ ନିଜ କ୍ଷମତାକୁ ଧୀରେ ଧୀରେ ବୃଦ୍ଧି କରିବା ପାଇଁ ଚେଷ୍ଟା କରିବ । ଆମେ ସର୍ବଦା ଅତ୍ୟଧିକ ନିରାପତ୍ତା ସଚେତନ ରହିଛୁ ଏବଂ ବର୍ତ୍ତମାନ ଆମେ ମଧ୍ୟ ସ୍ବାସ୍ଥ୍ୟ ପାଇଁ ସଚେତନ ହେବା ଆବଶ୍ୟକ । ଏହାକୁ ଦୃଷ୍ଟିରେ ରଖି ଆମେ ଆମର ଅନେକ ଅପରେଟିଂ ପଦ୍ଧତି ବଦଳାଇବାକୁ ଚାହିଁଛୁ । ନୂତନ ପ୍ରକ୍ରିୟା ସେଟ୍ ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ । କିନ୍ତୁ ଆମେ ଆମର ବିମାନକୁ ବାରମ୍ବାର ସଫା କରିବୁ, ଅଳ୍ପ ସମୟ ପାଇଁ ଭୋଜନ ସେବା ବନ୍ଦ କରିବୁ ଏବଂ ସର୍ବାଧିକ 50% କ୍ଷମତା ବିଶିଷ୍ଟ ଆମର କୋଚ୍ ଚଳାଇବୁ ।’

ସୂଚନା ଥାଉକି କୋରୋନା ଭାଇରସ ମହାମାରୀକୁ ରୋକିବା ପାଇଁ ଭାରତ ଏପ୍ରିଲ 14 ପର୍ଯ୍ୟନ୍ତ 21 ଦିନିଆ ଲକଡାଉନ କରିଛି । ଫଳସ୍ବରୂପ, ସମସ୍ତ ଘରୋଇ ଏବଂ ଆନ୍ତର୍ଜାତୀୟ ବାଣିଜ୍ୟିକ ଯାତ୍ରୀ ବିମାନ ଏହି ସମୟ ପାଇଁ ସ୍ଥଗିତ ରଖାଯାଇଛି | ଅବଶ୍ୟ, କାର୍ଗୋ ଫ୍ଲାଇଟ୍, ଅଫଶୋର ହେଲିକପ୍ଟର ଅପରେସନ୍, ମେଡିକାଲ୍ ଏଭ୍ୟୁକେସନ୍ ଫ୍ଲାଇଟ୍ ଭାରତୀୟ ବିମାନ ନିୟାମକ ଡିଜିସିଏଙ୍କ ଦ୍ବାରା ଅନୁମିତ ନେବା ପରେ ଏହା ଲକଡାଇନରେ କାର୍ଯ୍ୟରତ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.