ନୂଆଦିଲ୍ଲୀ: ବିଦେଶକୁ ଯାତ୍ରା କରିବା ହେବ ଏବେ ସହଜ । ଇଣ୍ଡିଗୋର ଦିଲ୍ଲୀରୁ ଇସ୍ତାନବୁଲ ଉଡାଣ ସେବା ଆରମ୍ଭ ହୋଇଯାଇଛି । ଏଥିସହ ଏହି କମ୍ପାନୀ ଚୀନ, ଭିଏତନାମା, ବ୍ରିଟେନ୍, ମିଂୟାମାର ଓ ସାଉଦି ଆରବକୁ ଖୁବ୍ ଶୀଘ୍ର ଉଡାଣ ଭରିବାର ଯୋଜନା କରୁଥିବା ଜଣା ପଡିଛି ।
ଇଣ୍ଡିଗୋର ମୁଖ୍ୟ ଅଧିକାରୀ ଓ୍ବିଲିୟମ ବୋଲ୍ଟର କହିଛନ୍ତି ଯେ, ଦକ୍ଷିଣ-ପୂର୍ବ ଏସିଆକୁ ବିମାନପଥର ସଂଯୋଗକୁ ନେଇ ଯୋଜନା ଚାଲିଛି । ସେଥି ମଧ୍ୟରେ ମିଂୟାମାରକୁ ସେବା ଖୁବ୍ ଶୀଘ୍ର ଆରମ୍ଭ ହେବ । ସେହିପରି ପଶ୍ଚିମ ଏସିଆର ସାଉଦ ଆରବକୁ ସେବା ପାଇଁ ଯୋଜନା ଚାଲିଛି।
ଏଥିସହ ଚୀନକୁ ଆଉ ଅଧିକ ଉଡାଣ ସେବା ମଧ୍ୟ ଆରମ୍ଭ କରିବ ।