ETV Bharat / bharat

ଇଣ୍ଡିଗୋ ଏୟାରଲାଇନ୍ସର ସର୍ଭର ଡାଉନ, ଲମ୍ବା ଲାଇନରେ ଠିଆ ହେଲେ ଯାତ୍ରୀ - indigo server collapses

ଦେଶର ପ୍ରମୁଖ ଏୟାରଲାଇନ୍ସ କମ୍ପାନି ଇଣ୍ଡିଗୋର ସର୍ଭର ହଠାତ ଠପ ହେବା ଯୋଗୁଁ ସୋମବାର ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଯାତ୍ରୀ। ଦୀର୍ଘ ସମୟ ଧରି ସେମାନଙ୍କୁ ବିମାନବନ୍ଦର କାଉଣ୍ଟର ଆଗରେ ଠିଆ ହେବାକୁ ପଡିଛି।

ଫାଇଲ ଫଟୋ
author img

By

Published : Nov 4, 2019, 9:39 PM IST

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଏୟାରଲାଇନ୍ସ କମ୍ପାନି ଇଣ୍ଡିଗୋର ସର୍ଭର ହଠାତ ଠପ ହେବା ଯୋଗୁଁ ସୋମବାର ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଯାତ୍ରୀ । ଦୀର୍ଘ ସମୟ ଧରି ସେମାନଙ୍କୁ ବିମାନବନ୍ଦର କାଉଣ୍ଟର ଆଗରେ ଠିଆ ହେବାକୁ ପଡିଛି । ତେବେ ଏନେଇ ଇଣ୍ଡିଗୋ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଥିଲା, ପୁରା ଦେଶରେ ଆମ ସର୍ଭର ଡାଉନ ଅଛି । ତେଣୁ ଇଣ୍ଡିଗୋ ଏୟାରଲାଇନ୍ସରେ ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କୁ କାଉଣ୍ଟରରେ ଭିଡର ସାମ୍ନା କରିବାକୁ ପଡିପାରେ । କେତେକ ସହରରେ ଯାତ୍ରୀଙ୍କୁ ବୋର୍ଡିଂ ସମୟରେ ମଧ୍ୟ ଟିକଟ କାଉଣ୍ଟରରେ ଲମ୍ବା ଲାଇନର ସାମ୍ନା କରିବାକୁ ପଡିପାରେ।

ତେବେ ଯାତ୍ରୀଙ୍କ ଏଭଳି ଅସୁବିଧା ପାଇଁ ସେମାନଙ୍କୁ କ୍ଷମା ପ୍ରାର୍ଥନା କରିଛି ଇଣ୍ଡିଗୋ। ଏହା ସହିତ ଯାତ୍ରୀଙ୍କ ଅସୁବିଧା ସମ୍ପର୍କରେ ସେମାନଙ୍କୁ ସୂଚିତ କରିଛି । ସହାୟତା ପାଇଁ ଇଣ୍ଡିଗୋର ସୋସିଆଲ ମିଡିଆ ହ୍ୟାଣ୍ଡେଲ କିମ୍ବା ଗ୍ରାହକ ସେବା ସହ ସମ୍ପର୍କ କରିବାକୁ କହିଛି କମ୍ପାନୀ ।

ତେବେ ନିକଟରେ ଇଣ୍ଡିଗୋ ୩୦୦ଟି A320neo ଫ୍ୟାମିଲି ବିମାନ କିଣିବା ପାଇଁ ଏୟାରବସ କମ୍ପାନିକୁ ବଡ଼ ଅର୍ଡର ଦେଇଥିଲା। ଏହା କୌଣସି ଗୋଟିଏ ଏୟାରଲାଇନ୍ସ ପକ୍ଷରୁ ଦିଆଯାଇଥିବା ସବୁଠାରୁ ବଡ଼ ଅର୍ଡର। ଏହା ବ୍ୟତୀତ ବର୍ତ୍ତମାନ କମ୍ପାନି ପାଖରେ ଦୁନିଆର ସବୁଠାରୁ ଅଧିକ ୮୯ଟି A320neo ବିମାନ ରହିଛି। ସେହିପରି ୧୨୯ଟି A320-200 ବିମାନ, ୭ଟି A321neo ବିମାନ ଏବଂ ୨୨ଟି ATR72 ଫ୍ୟାମିଲି ବିମାନ ଇଣ୍ଡିଗୋ ଏୟାରଲାଇନ୍ସରେ କାର୍ଯ୍ୟରତ ଅଛି। ହେଲେ କିଛି ଦିନ ହେବ ଏହି ଏୟାରଲାଇନ୍ସର ସମସ୍ୟା ବଢିବାରେ ଲାଗିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.