ETV Bharat / bharat

ଭାରତର ଏକତା ଓ ବଳ ଦୁର୍ଗା ପୂଜାରେ ପ୍ରତିଫଳିତ ହେଉଛି: ପ୍ରଧାନମନ୍ତ୍ରୀ - ଦୁର୍ଗାପୂଜା ଅବସରରେ ପଶ୍ଚିମବଙ୍ଗରେ ମୋଦୀଙ୍କ କଥାବାର୍ତ୍ତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦୁର୍ଗାପୂଜା ଅବସରରେ ପଶ୍ଚିମବଙ୍ଗର ଅଧିବାସୀମାନଙ୍କୁ ସମ୍ବୋଧନ କରିଛନ୍ତି । ପଶ୍ଚିମବଙ୍ଗର ଏହି ଦୁର୍ଗାପୂଜା ପର୍ବଟି ଭାରତର ଏକତା ଓ ବଳ ସହିତ ପଶ୍ଚିମବଙ୍ଗର ପରମ୍ପରା ଓ ସଂସ୍କୃତିକୁ ପ୍ରତିଫଳିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ସମ୍ବୋଧିତ କାର୍ଯ୍ୟକ୍ରମରେ କହିଛନ୍ତି । ଅଧିକ ପଢନ୍ତୁ...

ଭାରତର ଏକତା ଓ ବଳ ଦୁର୍ଗା ପୂଜାରେ ପ୍ରତିଫଳିତ ହେଉଛି: ପ୍ରଧାନମନ୍ତ୍ରୀ

author img

By

Published : Oct 22, 2020, 9:20 PM IST

ନୂଆଦିଲ୍ଲୀ: ଦୁର୍ଗାପୂଜା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପଶ୍ଚିମବଙ୍ଗର ଅଧିବାସୀମାନଙ୍କୁ ସମ୍ବୋଧନ କରିଛନ୍ତି । ଭର୍ଚ୍ଚୁଆଲ ଯୋଗାଯୋଗ ମାଧ୍ୟମରେ ପୂଜାର ଅଭିନନ୍ଦନ ଜଣାଇ ଭାରତର ଏକତା ଓ ବଳ ଏହି ପୂଜା ମାଧ୍ୟମରେ ପ୍ରତିଫଳିତ ହେଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

"ପଶ୍ଚିମବଙ୍ଗରୁ ଆସିଥିବା ଏହି ଦୁର୍ଗାପୂଜା ପର୍ବଟି ଭାରତର ଏକତା ଓ ବଳକୁ ପ୍ରତିଫଳିତ କରିଥାଏ ଏବଂ ପଶ୍ଚିମବଙ୍ଗର ପରମ୍ପରା ଓ ସଂସ୍କୃତିକୁ ମଧ୍ୟ ପ୍ରତିଫଳିତ କରିଥାଏ । " ବୋଲି ସମ୍ବୋଧନ ସମୟରେ କହିଥିଲେ । ପଶ୍ଚିମବଙ୍ଗରେ ପାଳନ କରାଯାଉଥିବା ମା' ଦୁର୍ଗାଙ୍କ ପୂଜାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ । ରାଜ୍ୟର ପ୍ରତିଟି ବୁଥ୍‌ର ପ୍ରାୟ 294ଟି ନିର୍ବାଚନ ମଣ୍ଡଳୀରେ ଉପସ୍ଥିତ ଥିବା ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରିଥିଲେ । ସାମାଜିକ ଦୂରତା ନିୟମକୁ ପାଳନ କରି ସେଠାରେ ରାଜ୍ୟବାସୀ ଉପସ୍ଥିତ ଥିଲେ ବୋଲି ସୂଚନା ମିଳିଛି ।

ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀ ବଙ୍ଗଳା ଭାଷାରେ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଥିଲେ ଏବଂ କହିଥିଲେ, " କୋଭିଡ-19 ସମୟରେ ମଧ୍ୟ ଆମେ ସମସ୍ତେ ଦୁର୍ଗାପୂଜା ପାଳନ କରୁଛୁ । ପୂଜାସ୍ଥଳରେ ଭକ୍ତମାନଙ୍କ ସଂଖ୍ୟା କମ୍‌ ଥିଲେ ମଧ୍ୟ ପୂର୍ବ ପରି ମହାନତା ଓ ଭକ୍ତି ସହିତ ସୁଖ ଏବଂ ଆନନ୍ଦ ବଜାୟ ରହିଛି । ଏହା ହେଉଛି ପ୍ରକୃତ ବଙ୍ଗ । " ଭକ୍ତିର ଶକ୍ତି ଯୋଗୁଁ ପ୍ରଧାନମନ୍ତ୍ରୀ ଦିଲ୍ଲୀ ପରିବର୍ତ୍ତେ ପଶ୍ଚିମବଙ୍ଗର ଲୋକମାନଙ୍କ ଗହଣରେ ଥିଲା ଭଳି ଅନୁଭବ କରୁଥିବାର କହିଛନ୍ତି । ପୂଜାକୁ ପାଳନ କରିବା ସମୟରେ ମାସ୍କ ପିନ୍ଧିବା ସହିତ ନିଜ ମଧ୍ୟରେ ଦୁଇ ହାତର ଦୂରତା ରକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ବଙ୍ଗବାସୀଙ୍କୁ ଅଭିନନ୍ଦନ ଜଣାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଏହି ଭିଡିଓ କନଫରେନ୍ସିଂ ପାଇଁ ବିଜେପି ପକ୍ଷରୁ ପଶ୍ଚିମବଙ୍ଗର ବିଭିନ୍ନ ବୁଥ୍‌ରେ ଆୟୋଜନ କରାଯାଇଥିଲା । ତେବେ ଏହି ଭିଡିଓ କନଫରେନ୍ସିଂର ଆୟୋଜନ କୋରୋନା କଟକଣାକୁ ମାନି ସାମାଜିତ ଦୂରତା ସହିତ ହୋଇଥିଲା ବୋଲି ବିଜେପି ସୂଚନା ଦେଇଛି । ଏହି କାର୍ଯ୍ୟକ୍ରମ ଲାଗି ପ୍ରତିଟି ବୁଥ୍‌ରେ ବିଜେପିର 25ଜଣ କର୍ମୀ ଓ ଭୋଟଦାତା ରହି ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧିତ ସଭାକୁ ଭର୍ଚ୍ଚୁଆଲ ଯୋଗାଯୋଗ ମାଧ୍ୟମରେ ଦେଖୁଥିଲେ ।

@ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.