ETV Bharat / bharat

କୋରୋନାରେ ଲୁଧିଆନା ଏସିପି ଅନୀଲ କୋହଲିଙ୍କ ଦେହାନ୍ତ - କୋରୋନା ଆକ୍ରାନ୍ତ

କୋରୋନା ଅପଡେଟ
କୋରୋନା ଅପଡେଟ
author img

By

Published : Apr 18, 2020, 10:09 AM IST

Updated : Apr 18, 2020, 3:33 PM IST

15:32 April 18

କୋରୋନାରେ ଲୁଧିଆନା ଏସିପି ଅନୀଲ କୋହଲିଙ୍କ ଦେହାନ୍ତ

କୋରୋନାରେ ଆକ୍ରାନ୍ତ ଲୁଧିଆନା ଏସିପି ଅନୀଲ କୋହଲିଙ୍କର ଦେହାନ୍ତ ହୋଇଛି । ଏପିଏସ ହସ୍ପିଟାଲରେ କୋହଲିଙ୍କ ଦେହାନ୍ତ ହୋଇଥିବା ଜିଲ୍ଲା ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

15:27 April 18

ରବିବାରଠାରୁ ଦିଲ୍ଲୀରେ ବ୍ୟବହାର ହେବ 42 ହଜାର ରାପିଡ କିଟ

ରାଜଧାନୀ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1767ରେ ପହଞ୍ଚିଛି । ଏ ମଧ୍ୟରୁ ଶୁକ୍ରବାର 67 ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ବର୍ତ୍ତମାମନ ସୁଦ୍ଧା ରାଜଧାନୀରେ କୋରୋନା ଯୋଗୁଁ 42 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ 911 ଜଣଙ୍କ ମଧ୍ୟରୁ 27 ଜଣ ଆଇସିୟୁରେ ଥିବା ବେଳେ 6 ଜଣ ଭେଣ୍ଟିଲେଟରରେ ଥିବା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନ ସୂଚନା ଦେଇଛନ୍ତି । ଏହାସହ ରାଜଧାନୀରେ 42 ହଜାର ରାପିଡ କିଟ ପହଞ୍ଚିସାରିଥିବା ବେଳେ ଏସବୁକୁ ରକ୍ତ ନମୂନା ପରୀକ୍ଷା ପାଇଁ ରବିବାର ଠାରୁ ବ୍ୟବହାର କରାଯିବ ।

10:14 April 18

ନୌସେନାରେ କରୋନା, INS ଆଙ୍ଗ୍ରେର 21 ଅଧିକାରୀ ସଂକ୍ରମିତ

ଭାରତୀୟ ନୌସେନାରେ କରୋନା ଆତଙ୍କ ।  INS ଆଙ୍ଗ୍ରେର 21 ଅଧିକାରୀ ସଂକ୍ରମିତ ହୋଇଥିବା ଜଣାପଡିଛି । ସମସ୍ତେ ମୁମ୍ବାଇ ନାଭାଲ ବେସ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ସୂଚନା ।

09:40 April 18

ଦେଶରେ କୋରୋନା ଆତଙ୍କ: 24 ଘଣ୍ଟାରେ 43 ମୃତ

କୋରୋନାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ସୂଚନା । ଦେଶରେ ଗତ 24 ଘଣ୍ଟା ମଧ୍ୟରେ 43 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 991ଟି ନୂଆ ମାମଲା ସାମ୍ନାକୁ ଆସିଛି । କୋରୋନାରେ ବର୍ତ୍ତମାନ ସୁଦ୍ଧା ଭାରତରେ  480 ଜଣଙ୍କର ମୃତ୍ୟୁ ହୋଇସାରିଛି । ଅନ୍ୟପକ୍ଷେ ଦେଶରେ କୋରୋନା ଆକ୍ରାନ୍ତ 14,378 ଥିବା ବେଳେ ଏଥିମଧ୍ୟରୁ 11,906 ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି 1992ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । 

09:31 April 18

ଦେଶରେ 14 ହଜାର ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, 480 ମୃତ

ଥମୁନାହିଁ କୋରୋନା ଆତଙ୍କ । ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 14 ହଜାର ଟପିଛି । ଏହାସହ ବର୍ତ୍ତମାନ ସୁଦ୍ଧା 480 ଲୋକଙ୍କର କୋରୋନାରେ ମୃତ୍ୟୁ ହୋଇସାରିଲାଣି । ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଦେଶରେ ମୋଟ 14,378 ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 480 ଜଣଙ୍କର ମୃ୍ତ୍ୟୁ ହୋଇଛି । ଅନ୍ୟପକ୍ଷେ 1992 ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଥିବା ବେଳେ ଭାରତରେ କୋରୋନା ପଜିଟିଭ ସଂଖ୍ୟା 11,906 ରହିଥିବା ସ୍ବାସ୍ଥ୍ୟ ବିଭାଗର ରିପୋର୍ଟରୁ ଜଣା ପଡିଛି । ଏହି 11,906 ଜଣଙ୍କର ଦେଶର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଚାଲିଛି ।

Last Updated : Apr 18, 2020, 3:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.