ETV Bharat / bharat

ନିଶା ନୁହେଁ ଖାଉଥିଲେ ପେଜ ପାଳୁଅ; ହାରିଗଲା କୋରୋନା, ଜିତିଲେ ବୃଦ୍ଧ

author img

By

Published : Apr 1, 2020, 3:24 PM IST

ସୁସ୍ଥ ହୋଇ ଫେରିଲେ ଭାରତର ସର୍ବ ବୟସ୍କ କୋରୋନା ଆକ୍ରାନ୍ତ ବୃଦ୍ଧ। ତେବେ ବୃଦ୍ଧଙ୍କ ଜୀବନଚର୍ଯ୍ୟା ହିଁ ତାଙ୍କୁ ନୂଆ ଜୀବନ ଦେଇଛି ବୋଲି ସେ କହିଛନ୍ତି। ଅଧିକ ଖବର ପଢନ୍ତୁ...

India's oldest coronavirus survivor
ନିଶା ନୁହେଁ ଖାଉଥିଲେ ପେଜ ପାଳୁଅ; ହାରିଗଲା କୋରୋନା,ଜିତିଲେ ବୃ୍ଦ୍ଧ

ଥିରୁଅନନ୍ତପୁରମ: ଭାରତର ସର୍ବ ବୟସ୍କ ବୃଦ୍ଧଙ୍କ ଆଗରେ ହାରିଗଲା ଭୟଙ୍କର ମହାମାରୀ କୋରୋନା। ବୃଦ୍ଧଙ୍କ ଜୀବନଚର୍ଯ୍ୟା ଓ ଖାଦ୍ୟଶୈଳୀ ଆଗରେ ମୁଣ୍ଡ ନୁଆଁଇଲା ମହାମାରୀ କୋରୋନା। ତେବେ ବିନା ନିଶାଦ୍ରବ୍ୟରେ ସେ 93 ବର୍ଷ ଅତିକ୍ରମ କରିବା ସହ ଖାଉଥିଲେ ସୁପର ଫୁଡ୍। ଯାହା ଆଜି ତାଙ୍କୁ କୋରୋନା ଯନ୍ତାରୁ ସୁରକ୍ଷିତ ଭାବେ ମୁକୁଳାଇବା ସହ ନୂଆ ଜୀବନ ଫେରାଇ ଦେଇଛି।

ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବା କଣ ଏହି ସୁପର ଫୁଡ୍। ବୃ୍ଦ୍ଧଙ୍କୁ କୋରୋନାକୁ ହରାଇବାରେ ସହଯୋଗ କଲା। ଖବର ଥାଉକି , ଏହି ବୃଦ୍ଧ ଜଣକ ହେଲେ କେରଳ କୋତେୟାମର ଥୋମାସ ଆବ୍ରାହମ। ସେ ସର୍ବଦା କେରଳର ପ୍ରିୟ ଖାଦ୍ୟ ପାଜାନ କାଞ୍ଚି ଖାଇବାକୁ ଭଲ ପାଆନ୍ତି। ଯାହା ପେଜ ଓ ପାଳୁଅରେ ମିଶ୍ରଣରେ ତିଆରି ହୋଇଥାଏ।

ବୃଦ୍ଧ ଜଣକ ଆଇସୋଲେସନ ୱାର୍ଡରେ ଥିବା ବେଳେ ମଧ୍ୟ ଏହି ଖାଦ୍ୟ ଖାଇବାକୁ ଦାବି କରିଥିଲେ। ଯାହା ତାଙ୍କୁ ସୁସ୍ଥ କରି ଘରକୁ ଫେରାଇ ଆଣିଛି। ଯାହାକୁ ଡାକ୍ତର ମିରାକିଲ କିଓର କହୁଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.