ETV Bharat / bharat

ଦେଶରେ 46 ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, 24 ଘଣ୍ଟାରେ 97,570 ପଜିଟିଭ

author img

By

Published : Sep 12, 2020, 10:14 AM IST

ଦେଶରେ 46 ଲକ୍ଷ ପାର କରିଛି କୋରୋନା ମାମଲା । ତେବେ 24 ଘଣ୍ଟାରେ ଦେଶରେ 97 ହଜାର 570 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1201 ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 46 ଲକ୍ଷ 59 ହଜାର 985ରେ ପହଞ୍ଚିଛି ।

corona update
ଦେଶରେ 46 ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କୋରୋନା ସ୍ଥିତି ଆଣାୟତ ହେବାକୁ ବସିଲାଣି । ଏହାରି ମଧ୍ୟରେ ଦେଶରେ 46 ଲକ୍ଷ ପାର କରିଛି କୋରୋନା ମାମଲା । ତେବେ 24 ଘଣ୍ଟାରେ ଦେଶରେ 97 ହଜାର 570 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1201 ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 46 ଲକ୍ଷ 59 ହଜାର 985ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 36 ଲକ୍ଷ 24 ହଜାର 197 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 9 ଲକ୍ଷ 58 ହଜାର 316 ଆକ୍ରାନ୍ତ ଏବେବି ଦେଶର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହାଛଡା ଏଯାବତ୍ ମାରାତ୍ମକ ଭାଇରସ କାରଣରୁ ଦେଶରେ 77 ହଜାର 472 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.