ETV Bharat / bharat

ଦେଶରେ ପ୍ରଥମ, ଦିଲ୍ଲୀ ବିମାନବନ୍ଦରରେ କୋଭିଡ୍ ଟେଷ୍ଟିଂ ଆରମ୍ଭ

ଦେଶରେ ପ୍ରଥମ ଥର ପାଇଁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆରମ୍ଭ ହୋଇଛି କୋଭିଡ୍ ଟେଷ୍ଟିଂ ସୁବିଧା । ବିମାନବନ୍ଦରର ଟର୍ମିନାଲ୍ -3ରେ ଏହି ସୁବିଧା ଆରମ୍ଭ ହୋଇଛି। ତେବେ ଯାତ୍ରୀମାନଙ୍କୁ ଏଥିପାଇଁ ସେମାନଙ୍କ ନାମ, ପୂରା ଠିକଣା ଏବଂ ସଠିକ୍‌ ପରିଚୟ ପତ୍ର ଦେବାକୁ ପଡ଼ିବ । ଅଧିକ ପଢନ୍ତୁ...

ଦେଶରେ ପ୍ରଥମ, ଦିଲ୍ଲୀ ବିମାନବନ୍ଦରରେ କୋଭିଡ୍ ଟେଷ୍ଟିଂ ଆରମ୍ଭ
ଦେଶରେ ପ୍ରଥମ, ଦିଲ୍ଲୀ ବିମାନବନ୍ଦରରେ କୋଭିଡ୍ ଟେଷ୍ଟିଂ ଆରମ୍ଭ
author img

By

Published : Sep 13, 2020, 10:53 AM IST

ନୂଆଦିଲ୍ଲୀ:ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆରମ୍ଭ ହୋଇଛି କୋଭିଡ୍ ଟେଷ୍ଟିଂ ସୁବିଧା । ଦେଶରେ ପ୍ରଥମ ଥର ପାଇଁ କୌଣସି ବିମାନବନ୍ଦରରେ ଏଭଳି ବ୍ୟବସ୍ଥା କରାଯାଇଛି। ବିମାନବନ୍ଦରର ଟର୍ମିନାଲ୍ -3ରେ ଏହି ସୁବିଧା ଆରମ୍ଭ ହୋଇଛି। ଯାହା ଆନ୍ତର୍ଜାତୀୟ ଯାତ୍ରୀ କିମ୍ବା ଘରୋଇ ବିମାନର ସମସ୍ତ ଯାତ୍ରୀଙ୍କ ପାଇଁ ଏକ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବ ।

କୋଭିଡ ନେଗେଟିଭ୍ ପ୍ରମାଣପତ୍ର ବିନା ଯାତ୍ରା କରୁଥିବା ଆନ୍ତର୍ଜାତୀୟ ଯାତ୍ରୀମାନେ ମଧ୍ୟ ବିମାନବନ୍ଦରରେ ପରୀକ୍ଷା ପାଇଁ ଆଗୁଆ ବୁକ୍ କରିପାରିବେ । ଏବଂ ଟେଷ୍ଟ କରିବାର ଚାରିରୁ ଛଅ ଘଣ୍ଟା ମଧ୍ୟରେ ରିପୋର୍ଟ ମିଳିଯିବ ।

ଦିଲ୍ଲୀ ବିମାନବନ୍ଦରର ଜଣେ ଅଧିକାରୀ କହିଛନ୍ତି ଯେ, ଏହି ପରୀକ୍ଷା ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ କିନ୍ତୁ ନେଗେଟିଭ୍ ରିପୋର୍ଟ ଆସିଲେ ସେମାନେ ବାଧ୍ୟତାମୂଳକ ସାତ ଦିନିଆ ଆନୁଷ୍ଠାନିକ କ୍ବାରେଣ୍ଟାଇନରୁ ଛାଡ ପାଇ ପାରିବେ । ତେବେ ଯାତ୍ରୀମାନଙ୍କୁ ଏଥିପାଇଁ ସେମାନଙ୍କ ନାମ, ପୂରା ଠିକଣା ଏବଂ ସଠିକ୍‌ ପରିଚୟ ପତ୍ର ଦେବାକୁ ପଡ଼ିବ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.