ନୂଆଦିଲ୍ଲୀ: ଦେଶରେ କୋରୋନା ମାମଲାରେ ଲାଗୁନି ବ୍ରେକ । ଏହାରି ମଧ୍ୟରେ ଦେଶରେ 60 ଲକ୍ଷ ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହି କ୍ରମରେ 24 ଘଣ୍ଟାରେ 82,170 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1,039 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 60 ଲକ୍ଷ 74 ହଜାର 703କୁ ବୃଦ୍ଧି ପାଇଛି ।
କେନ୍ଦ୍ର ସ୍ବାସ୍ଥ୍ଯ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ରିପୋର୍ଟ ମୁତାବକ, ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 50 ଲକ୍ଷ 16 ହଜାର 521 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହା କୋରୋନା ଆକ୍ଟିଭ ମାମଲା ଠାରୁ ଅଧିକ ଅଟେ । ସେହିପରି ଦେଶରେ ଏବେବି 9 ଲକ୍ଷ 62 ହଜାର 640 ଆକ୍ରାନ୍ତ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହାଛଡା ଏଯାବତ୍ ଦେଶରେ କୋରୋନା କାରଣରୁ 95,542 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।