ETV Bharat / bharat

ଦେଶରେ ଲକ୍ଷେ ଟପିଲା କୋରୋନା ମୃତକଙ୍କ ସଂଖ୍ୟା - କୋରୋନା ମୃତ୍ୟୁ ସଂଖ୍ୟା

ଦେଶରେ 1 ଲକ୍ଷ ପାର କଲା କୋରୋନା ମୃତ୍ୟୁ ସଂଖ୍ୟା । 24 ଘଣ୍ଟାରେ 1069 ଆକ୍ରାନ୍ତଙ୍କ ମୃତ୍ୟୁ ସହ ଦେଶରେ ମୋଟ କୋରୋନା ମୃତକଙ୍କ ସଂଖ୍ୟା 1,00,842ରେ ପହଞ୍ଚିଛି ।

ଦେଶରେ 1 ଲକ୍ଷ ଟପିଲା କୋରୋନା ମୃତକଙ୍କ ସଂଖ୍ୟା

author img

By

Published : Oct 3, 2020, 9:58 AM IST

ନୂଆଦିଲ୍ଲୀ: ଦେଶରେ 1 ଲକ୍ଷ ପାର କଲା କୋରୋନା ମୃତ୍ୟୁ ସଂଖ୍ୟା । 24 ଘଣ୍ଟାରେ 1069 ଆକ୍ରାନ୍ତଙ୍କ ମୃତ୍ୟୁ ସହ ଦେଶରେ ମୋଟ କୋରୋନା ମୃତକଙ୍କ ସଂଖ୍ୟା 1,00,842ରେ ପହଞ୍ଚିଛି ।

ଦେଶରେ ଦିନକୁ ଦିନ କୋରୋନା ଉଗ୍ର ରୂପ ଧାରଣ କରୁଛି । ସାରା ବିଶ୍ବରେ ପ୍ରତ୍ୟେକ ଦିନ ରେକର୍ଡ କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ ଭାରତ ଆଗରେ ରହିଛି । ଦେଶରେ ଦିନକୁ ପାଖାପାଖି 80 ହଜାର କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହି କ୍ରମରେ 24 ଘଣ୍ଟାରେ ଦେଶରେ 79,476 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 64 ଲକ୍ଷ 73 ହଜାର 545ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 54 ଲକ୍ଷ 27 ହଜାର 707 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 9 ଲକ୍ଷ 44 ହଜାର 996 ଆକ୍ରାନ୍ତ ଏବେବି ଦେଶରେ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହାଛଡା ଏଯାବତ୍ ଦେଶରେ 1 ଲକ୍ଷ 842 ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଶନିବାର ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.