ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢି ଚାଲିଛି କୋରୋନା ମହାମାରୀ । ଏହି ଭୂତାଣୁର କାଳରେ ଅଣନିଶ୍ବାସୀ ଦେଶବାସୀ । ଏହି କ୍ରମରେ ଗତ 24 ଘଣ୍ଟା ମଧ୍ୟରେ ଭାରତରେ 65,002 କୋଭିଡ ମାମଲା ଏବଂ 996 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶନିବାର ଦିନ ଦେଶରେ କୋରୋନା ଭାଇରସ ମାମଲା 25 ଲକ୍ଷ ଅତିକ୍ରମ କରିଛି ।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ (MoHFW) ଅନୁଯାୟୀ, 6,68,220 ସକ୍ରିୟ ମାମଲା, 18,08,937 ଡିସଚାର୍ଜ ଏବଂ 49,036 ମୃତ୍ୟୁ ସମେତ ଏହି ସଂଖ୍ୟା 25,26,193 କୁ ବୃଦ୍ଧି ପାଇଛି।
ମହାମାରୀର ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ସକ୍ରିୟ ମାମଲା ସଂଖ୍ୟା 1,51,865 ଥିବାବେଳେ ରାଜ୍ୟରେ 4,01,442 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏବେ ବି 19,427 ଜଣ ସଂକ୍ରମିତ ରହିଛନ୍ତି । ତାମିଲନାଡୁରେ ସକ୍ରିୟ ମାମଲା 53,716 ଥିବାବେଳେ 2,67,015 ଆରୋଗ୍ୟ ଲାଭ କରିଛନ୍ତି ଏବଂ 5,514 ଜଣଙ୍କ ମୃତ୍ୟୁ ଘଟିଛି ।
ସେହିପରି ଆନ୍ଧ୍ରପ୍ରଦେଶରେ 89,907 ସକ୍ରିୟ ମାମଲା ଥିବାବେଳେ 1,80,703 ସଂକ୍ରମିତ ଏପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହି ସଂକ୍ରମଣରେ 2,475ଜଣଙ୍କ ମୃତ୍ୟୁ ଘଟିଛି । ଦିଲ୍ଲୀରେ 11,366 ସକ୍ରିୟ ମାମଲା ଏବଂ 1,35,108 ସଂକ୍ରମିତ ଅଛନ୍ତି । ଏଥିସହ ମୃତ୍ୟୁ ମାମଲା 4,178 ରହିଛି ।
ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଅନୁଯାୟୀ, ଅଗଷ୍ଟ 14 ପର୍ଯ୍ୟନ୍ତ କୋଭିଡ୍-19 ପାଇଁ 2,85,63,095 ନମୁନା ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ଶୁକ୍ରବାର 8,68,679 ନମୁନା ପରୀକ୍ଷା କରାଯାଇଥିଲା ।