ETV Bharat / bharat

11 ମ୍ୟୁନିସପାଲ ଅଞ୍ଚଳରୁ ଦେଶର 70 ପ୍ରତିଶତ ସଂକ୍ରମଣ ମାମଲା, ସୁସ୍ଥତା ହାର 41.39 ପ୍ରତିଶତ

author img

By

Published : May 24, 2020, 11:15 AM IST

ଭାରତରେ ବେଲଗାମ କୋଭିଡ୍ ସଂକ୍ରମଣ ମାମଲା। ସେଥିମଧ୍ୟରୁ 70 ପ୍ରତିଶତ କୋରୋନାଭାଇରସ୍ ମାମଲା 11 ଟି ମ୍ୟୁନିସିପାଲିଟି ଅଞ୍ଚଳରୁ ଆସିଛି। ଯାହା ଫଳରେ ସାତୋଟି ରାଜ୍ୟରେ ଏହି ଭାଇରସ ନିଜର ଚେର ବିସ୍ତାର କରିଛି। ଅଧିକ ଖବର ପଢନ୍ତୁ...

indias-70-coronavirus-covid-19-cases
indias-70-coronavirus-covid-19-cases

ନୂଆଦିଲ୍ଲୀ: ଭାରତରେ ବେଲଗାମ କୋଭିଡ୍ ସଂକ୍ରମଣ ମାମଲା। ସେଥିମଧ୍ୟରୁ 70 ପ୍ରତିଶତ କୋରୋନା ଭାଇରସ୍ ମାମଲା 11 ଟି ମ୍ୟୁନିସିପାଲିଟି ଅଞ୍ଚଳରୁ ଚିହ୍ନଟ ହୋଇଛି। ଯାହା ଫଳରେ ସାତୋଟି ରାଜ୍ୟରେ ଏହି ଭାଇରସ ନିଜର ଚେର ବିସ୍ତାର କରିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଶନିବାର ଏହି ଅଞ୍ଚଳର ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି। ଏହି ଅଞ୍ଚଳଗୁଡିକ ମହାରାଷ୍ଟ୍ର, ତାମିଲନାଡୁ, ଗୁଜୁରାଟ, ଦିଲ୍ଲୀ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନରେ ଅଛି ।

ଏହି ବୈଠକରେ ସୂଚନା ଦିଆଯାଇଥିଲା ଯେ, ଯେଉଁ ନିଗମ ଗୁଡିକରେ କମ ସଂକ୍ରମଣ ମାମଲା ରହିଛି ସେମାନଙ୍କ ପାଇଁ ଏକ ଆହ୍ବାନ। ତେଣୁ କଣ୍ଟେନମେଣ୍ଟ ଏବଂ ବଫର୍ ଜୋନ୍ ଚିହ୍ନଟ କରିବା ସମୟରେ ବିଭିନ୍ନ ବିଷୟରେ ଚିନ୍ତା କରିବାକୁ ଅଧିକାରୀମାନଙ୍କୁ ସୂଚନା ଦିଆଯାଇଥିଲା।

କଣ୍ଟେନମେଣ୍ଟ ଜୋନରେ ପରିସୀମା ନିର୍ଦ୍ଧାରଣ କରି ବାଧ୍ୟତାମୂଳକ କାର୍ଯ୍ୟକଳାପ, ଘର ଘର ତଦାରଖ, କଣ୍ଟାକ୍ଟ ଟ୍ରାକିଂ, ପରୀକ୍ଷା ପ୍ରୋଟୋକଲ୍, ସକ୍ରିୟ ମାମଲାଗୁଡ଼ିକର କ୍ଲିନିକାଲ୍ ପରିଚାଳନା ପରି ମାମଲାଗୁଡ଼ିକର ଚିହ୍ନଟ କରିବାର ଆବଶ୍ୟକତା ରହିଛି।

ଏଥିରେ ଦର୍ଶାଯାଇଛି ଯେ ଉଚ୍ଚ ବିପଦ ଏବଂ ଅସୁରକ୍ଷିତ ଜନସଂଖ୍ୟା ଏବଂ ଗୋଷ୍ଠୀର ସକ୍ରିୟ ସ୍କ୍ରିନିଂ ଏବଂ ମୃତ୍ୟୁ ହାର ହ୍ରାସ କରିବା ପାଇଁ କ୍ଲିନିକାଲ୍ ପରିଚାଳନା ମାଧ୍ୟମରେ ରୋକିବା ଉପରେ ଧ୍ୟାନ ଦେବା ଆବଶ୍ୟକ। ଏହାସହ ରାଜ୍ୟ ମାନଙ୍କରେ 24x7ନିୟନ୍ତ୍ରଣ କକ୍ଷକୁ କାର୍ଯ୍ୟକ୍ଷମ ରଖିବା ଆବଶ୍ୟକ।

ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ ଏବଂ ରାଜେଶ ଭୂଷଣ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ସ୍ୱାସ୍ଥ୍ୟ ସଚିବ, ନଗର ଉନ୍ନୟନ ସଚିବ, ପୈରସଂସ୍ଥା କମିଶନର, ମିଶନ ନିର୍ଦ୍ଦେଶକ (NHM) ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହ ବୈଠକରେ ଉପସ୍ଥିତ ଥିଲେ। ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.