ETV Bharat / bharat

ସୁଡଙ୍ଗ ଠାବ ପାଇଁ ପାକିସ୍ତାନ ସୀମା ଭିତରେ 200 ମିଟର ପ୍ରବେଶ କଲା ସେନା - ପାକିସ୍ତାନ ସୁଡଙ୍ଗ

ଭାରତ ସରକାରଙ୍କ ଜଣେ ଉଚ୍ଚପଦସ୍ଥ ଆଧିକାରୀଙ୍କ କହିବା ଅନୁଯାୟୀ ଭାରତୀୟ ଯବାନମାନେ ଆତଙ୍କବାଦୀଙ୍କ ଦ୍ବାରା ବ୍ୟବହୃତ ସୁଡଙ୍ଗ ଦେଇ ପାକିସ୍ତାନ ସୀମାର ପାଖାପାଖି 200 ମିଟର ଭିତରକୁ ଯାଇଥିଲେ । ଅଧିକ ପଢନ୍ତୁ...

ଆତଙ୍କବାଦୀଙ୍କ ଗୁଇନ୍ଦା ସୁଡଙ୍ଗ ଦେଇ  ପାକିସ୍ତାନ ସୀମାରେ ପ୍ରବେଶ କଲେ ଭାରତୀୟ ଯବାନ

author img

By

Published : Dec 1, 2020, 10:47 PM IST

Updated : Dec 1, 2020, 11:08 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଏକ ଅପରେସନ ସମୟରେ ପାକିସ୍ତାନ ଆଡକୁ ଲମ୍ବିଥିବା 200 ମିଟର ସୁଡଙ୍ଗର ସନ୍ଧାନ ପାଇଥିଲେ ଭାରତୀୟ ସୁରକ୍ଷାକର୍ମୀ । ତେବେ ଭାରତ ସରକାରଙ୍କ ଜଣେ ଉଚ୍ଚପଦସ୍ଥ ଆଧିକାରୀଙ୍କ କହିବା ଅନୁଯାୟୀ ଭାରତୀୟ ଯବାନ ଏହି ସୁଡଙ୍ଗ ଦେଇ ପାକିସ୍ତାନ ସୀମାର ପାଖାପାଖି 200 ମିଟର ଭିତରକୁ ଯାଇଥିଲେ । ଏଠାରେ ସେମାନେ ସୁଡଙ୍ଗର ଆରମ୍ଭ ଗର୍ତ୍ତ ଦେଖିବାକୁ ପାଇଛନ୍ତି ।

ନଗରୋଟା ଅପରେସନ ପରେ ନଭେମ୍ବର 22ରେ ଜମ୍ମୁ କାଶ୍ମୀରର ସାମ୍ବା ସେକ୍ଟରରେ ପାକିସ୍ତାନକୁ ଲାଗିଥିବା ଅନ୍ତରାଷ୍ଟ୍ରୀୟ ସୀମା ପାଖରେ ଏକ ସୁଡଙ୍ଗର ସନ୍ଧାନ ମିଳିଥିଲା । ସୀମା ସୁରକ୍ଷା ବାହୀନି(BSF) ଏବଂ ଜମ୍ମୁ କାଶ୍ମୀର ପୋଲିସର ମିଳିତ ଅପରେସନ ସମୟରେ ସୀମାରେ ମିଳିଥିଲା ଏହି ସୁଡଙ୍ଗ ।

ନଗରୋଟା ଏନକାଉଣ୍ଟରରେ ମୃତ ଆତଙ୍କବାଦୀମାନେ ଏହି ସୁଡଙ୍ଗ ଦେଇ ଭାରତୀୟ ସୀମାରେ ପ୍ରବେଶ କରିଥିବା କହିଥିଲା ସେନା । ଏହି ସୁଡଙ୍ଗ ଅନ୍ତରାଷ୍ଟ୍ରୀୟ ସୀମାରୁ ମାତ୍ର 150 ମିଟର ଦୂରରେ ମିଳିଥିଲା । ଏହା ଭୂପୃଷ୍ଠରୁ 15ରୁ 20 ଫୁଟ ଗଭୀର ବୋଲି ଜଣାପଡିଛି ।

Last Updated : Dec 1, 2020, 11:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.