ନୁଆଦିଲ୍ଲୀ: ମହାମାରୀ କୋରୋନା ଦିନକୁ ଦିନ କାୟା ବିସ୍ତାର କରିଚାଲିଛି । ଯାହାକୁ ନେଇ ପ୍ରତ୍ୟେକ ଦିନ ଦେଶରେ ଅନେକ ଆକ୍ରାନ୍ତ ହେଉଥିବାବେଳେ ଆଉ କେତେକ ମୃତ୍ୟୁ ବରଣ କରୁଛନ୍ତି । ଯାହାକୁ ନେଇ ଦେଶରେ କ୍ବାରେଣ୍ଟାଇନ ସୁବିଧାକୁ ବୃଦ୍ଧି କରାଯାଉଛି । ଏଥିପାଇଁ ଭାରତୀୟ ରେଳ ପକ୍ଷରୁ ମଧ୍ୟ 20 ହଜାର କୋଚକୁ କ୍ବାରେଣ୍ଟାଇନ ବା ଆଇସୋଲେସନ କୋଚରେ ରୂପାନ୍ତର କରିବାକୁ ପ୍ରସ୍ତୁତ କରାଯାଉଛି ।
ପାଞ୍ଚଟି ଜୋନାଲ ରେଳବାଇ କ୍ୱାରେଣ୍ଟାଇନ୍ କୋଚ୍ ପାଇଁ ପ୍ରୋଟୋଟାଇପ୍ ପ୍ରସ୍ତୁତ କରିସାରିଛି । ଏହି ପରିବର୍ତ୍ତିତ 20 ହଜାର କୋଚ ଆବଶ୍ୟକତା ଥିବା ଆଇସୋଲେସନ ଓ୍ବାର୍ଡ ପାଇଁ 3.2 ଲକ୍ଷ ସମ୍ଭାବ୍ୟ ଶଯ୍ୟା ପ୍ରସ୍ତୁତ କରିପାରିବ। ଏନେଇ ସୂଚନା ଦେଇଛି ରେଳ ମନ୍ତ୍ରଣାଳୟ ।