ନୂଆଦିଲ୍ଲୀ: ଦେଶବ୍ୟାପୀ ଲକ୍ ଡାଉନ୍ ସମୟରେ ସମଗ୍ର ଦେଶରେ ଯୋଗାଣକୁ ମଜଭୂତ କରିବା ପାଇଁ ଭାରତୀୟ ରେଳ ନିରନ୍ତର ପ୍ରୟାସରେ । ମାର୍ଚ୍ଚ 23ରୁ ପ୍ରାୟ 6.75 ଲକ୍ଷ ରେଳ ଡବା(wagon) ସାମଗ୍ରୀ ପରିବହନ କରିଛି ।
ପ୍ରାୟ 6.75 ଲକ୍ଷ ୱାଗନରେ ଖାଦ୍ୟ ଶସ୍ୟ, ଲୁଣ, ଚିନି, ଖାଇବା ତେଲ, କୋଇଲା ପରିବହନ ହୋଇଥିବା ବେଳେ ପେଟ୍ରୋଲିୟମ ଉତ୍ପାଦ ଭଳି 4.50 ଲକ୍ଷ ୱାଗନ୍ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରିଛି ।
କୋରୋନା ଭାଇରସ ମହାମାରୀ ପରେ ରେଳବାଇ ସମୁଦାୟ 2,58,503 ୱାଗନରେ ଦ୍ରବ୍ୟ ବିତରଣ କରିଥିଲା । ଏପ୍ରିଲ 2 ରୁ ଏପ୍ରିଲ 8 ପର୍ଯ୍ୟନ୍ତ 1,55,512 ୱାଗନରେ ଅତ୍ୟାବଶ୍ୟକ ସାମଗ୍ରୀ ରହିଥିଲା । ଏଥିରେ 21,247 ୱାଗନ୍ ଖାଦ୍ୟଶସ୍ୟ, 11,336 ୱାଗନ୍ ସାର, 1,24,759 ୱାଗନ୍ କୋଇଲା ଏବଂ 7665 ୱାଗନ୍ ପେଟ୍ରୋଲିୟମ୍ ଉତ୍ପାଦ ଅନ୍ତର୍ଭୁକ୍ତ ।
ମାର୍ଚ୍ଚ 24 ତାରିଖରୁ ସାରା ଦେଶରେ 20 ଲକ୍ଷ ମ୍ୟାଟ୍ରିକ ଟନ୍ ଖାଦ୍ୟଶସ୍ୟ ପରିବହନ କରାଯାଇଛି । ଏଥିପାଇଁ ପ୍ରାୟ 800 ରୁ ଅଧିକ ରେଳ କାର୍ଯ୍ୟ କରୁଛି ବୋଲି ରେଳ ମନ୍ତ୍ରଣାଳୟ କହିଛି। ମୋଟ 59 ଟି ରୁଟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ 109ଟି ଟାଇମ୍ ଟେବୁଲ୍ ପାର୍ସଲ୍ ଟ୍ରେନ୍ ପ୍ରବର୍ତ୍ତନ କରାଯାଇଛି ।