ETV Bharat / bharat

କୋଭିଡ-19 ଚିକିତ୍ସା କରିବେ ରେଳ ବିଭାଗର 2500ରୁ ଉର୍ଦ୍ଧ୍ବ ଡାକ୍ତର

author img

By

Published : Apr 9, 2020, 3:46 PM IST

କୋରୋନା ଭାଇରସକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ବୁଧବାର 2500 ଡାକ୍ତର ଓ 35 ହଜାର ପାରାମେଡିକାଲ ଷ୍ଟାଫ୍ ଯୋଗାଇଦେଇଛି । ରେଳ ମନ୍ତ୍ରଣାଳୟ ପକ୍ଷରୁ ଏକ ସରକାରୀ ବିବୃତିରେ ଏହା ପ୍ରକାଶ କରାଯାଇଛି ।

Indian Railways
ରେଳ ବିଭାଗର 2500ରୁ ଉର୍ଦ୍ଧ୍ବ ଡାକ୍ତର

ନୂଆଦିଲ୍ଲୀ: କୋରୋନା ଭାଇରସକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ବୁଧବାର 2500 ଡାକ୍ତର ଓ 35 ହଜାର ପାରାମେଡିକାଲ ଷ୍ଟାଫ୍ ଯୋଗାଇଦେଇଛି । ରେଳ ମନ୍ତ୍ରଣାଳୟ ପକ୍ଷରୁ ଏକ ସରକାରୀ ବିବୃତିରେ ଏହା ପ୍ରକାଶ କରାଯାଇଛି ।

ବିବୃତି ଅନୁସାରେ, ‘ରେଳବାଇରେ 586 ଟି ସ୍ବାସ୍ଥ୍ୟ ୟୁନିଟ୍, 48 ଟି ସବଡିଭିଜନାଲ ହସ୍ପିଟାଲ, 56 ଟି ଡିଭିଜନାଲ ହସ୍ପିଟାଲ, 8 ଟି ପ୍ରଡକ୍ସନ୍ ୟୁନିଟ ହସ୍ପିଟାଲ ଏବଂ 16 ଟି ଜୋନାଲ ହସ୍ପିଟାଲ ରହିଛି। ଏହି ସୁବିଧା ଗୁଡିକ ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ବର୍ତ୍ତମାନ କୋରୋନା ଭାଇରସ ସହ ମୁକାବିଲା ପାଇଁ ଉତ୍ସର୍ଗୀକୃତ ହେବ ’।

ରେଳ ବିଭାଗରେ ବର୍ତ୍ତମାନ 2546ଜଣ ଡାକ୍ତର ଓ 35, 153 ପାରାମେଡିକ୍ ଷ୍ଟାଫ୍, ନର୍ସ ରହିଛନ୍ତି । ଏକ ନୂତନ ପଦକ୍ଷେପରେ ଦେଶର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ରେଳ ସ୍ବାସ୍ଥ୍ୟ ସେବା ଉପଲବ୍ଧ କରାଇଛି। ରିପୋର୍ଟ ଅନୁସାରେ, ଦେଶର 17ଟି ରେଳ ହସ୍ପିଟାଲରେ 5000 ବେଡ୍ ଓ 33ଟି ହସ୍ପିଟାଲ ବ୍ଲକ୍ ବର୍ତ୍ତମାନ କୋଭିଡ-19 ରୋଗୀଙ୍କ ଚିକିତ୍ସା ପାଇଁ ଉତ୍ସର୍ଗୀକୃତ । ଏହାଛଡା ରେଳ ବିଭାଗ 10 ଦିନ ମଧ୍ୟରେ ପ୍ରାୟ 3250 କୋଚ୍ ଗୁଡିକୁ ଆଇସୋଲେସନ ସୁବିଧାରେ ପରିବର୍ତ୍ତନ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.