ETV Bharat / bharat

2023 ସୁଦ୍ଧା ସମସ୍ତ ଉତ୍ତର-ପୂର୍ବ ରାଜ୍ୟ ସହ ଯୋଡିହେବ ଭାରତୀୟ ରେଳ

ଭାରତୀୟ ରେଳ ବିକାଶ କ୍ଷେତ୍ରରେ ମଧ୍ୟ ନେଟୱାର୍କ ବୃଦ୍ଧି କରିବା ଦିଗରେ ଚେଷ୍ଟା କରୁଛି ଇଣ୍ଡିଆନ ରେଳୱେ । ଏହି କ୍ରମରେ ରେଲୱେ ବୋର୍ଡ ବର୍ତ୍ତମାନ ଉତ୍ତର-ପୂର୍ବ ରାଜ୍ୟ ଗୁଡିକର ସମସ୍ତ ରାଜଧାନୀକୁ ରେଳ ନେଟୱାର୍କ ସହିତ ସଂଯୋଗ କରିବା ଦିଗରେ କାର୍ଯ୍ୟ କରିବା ଆରମ୍ଭ କରିଛି ।

author img

By

Published : Jul 20, 2020, 8:35 PM IST

indian railways
ଭାରତୀୟ ରେଲୱେ ବୋର୍ଡର ନୂଆ ସଫଳତା

ନୂଆଦିଲ୍ଲୀ: ଯାତ୍ରୀଙ୍କୁ ଉନ୍ନତ ସୁବିଧା ଯୋଗାଇବା ଲକ୍ଷ୍ୟ ସହ ନୂଆ ସଫଳତା ହାସଲ କରିବା ଦିଗରେ ଆଗେଇ ଚାଲିଛି ଭାରତୀୟ ରେଳବାଇ । ଭାରତୀୟ ରେଳ ବିକାଶ କ୍ଷେତ୍ରରେ ମଧ୍ୟ ନେଟୱାର୍କ ବୃଦ୍ଧି କରିବା ଦିଗରେ ଚେଷ୍ଟା କରୁଛି ଇଣ୍ଡିଆନ ରେଳୱେ । ଏହି କ୍ରମରେ ରେଲୱେ ବୋର୍ଡ ବର୍ତ୍ତମାନ ଉତ୍ତର-ପୂର୍ବ ରାଜ୍ୟ ଗୁଡିକର ସମସ୍ତ ରାଜଧାନୀକୁ ରେଳ ନେଟୱାର୍କ ସହିତ ସଂଯୋଗ କରିବା ଦିଗରେ କାର୍ଯ୍ୟ କରିବା ଆରମ୍ଭ କରିଛି ।

ଭାରତୀୟ ରେଲୱେ ଅନୁଯାୟୀ, ତିନି ବର୍ଷ ପରେ ଅର୍ଥାତ୍ 2023 ସୁଦ୍ଧା ଉତ୍ତର-ପୂର୍ବ ରାଜ୍ୟ ଗୁଡିକର ସମସ୍ତ ରାଜଧାନୀ ରେଳ ନେଟୱାର୍କ ସହିତ ସଂଯୁକ୍ତ ହେବ । ଏହାସହ ଗତ 5 ବର୍ଷ ମଧ୍ୟରେ ଭାରତୀୟ ରେଲ କ୍ଷେତ୍ରରେ ଅନେକ ବିବର୍ତନ ଦେଖାଯାଇଛି । ରେଳ ସଂଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ରେଳବାଇ ସମସ୍ତ ଉତ୍ତର-ପୂର୍ବ ରାଜ୍ୟର ରାଜଧାନୀକୁ ରେଳ ନେଟୱାର୍କ ସହିତ ସଂଯୋଗ କରିବାକୁ ପ୍ରସ୍ତୁତି କରୁଛି ।

ରେଳ ବୋର୍ଡ ଅଧ୍ୟକ୍ଷ ବିନୋଦ କୁମାର ଯାଦବ କହିଛନ୍ତି ଯେ, ବର୍ତ୍ତମାନ ଉତ୍ତର-ପୂର୍ବର ଆସାମ, ତ୍ରିପୁରା ଏବଂ ଅରୁଣାଚଳର ରାଜଧାନୀ ରେଳ ନେଟୱାର୍କ ଦ୍ବାରା ସଂଯୁକ୍ତ ହୋଇସାରିଛି । ବର୍ତ୍ତମାନ ମଣିପୁର, ମେଘାଳୟ, ମିଜୋରାମ,ନାଗାଲାଣ୍ଡ ଏବଂ ସିକିମ ରାଜଧାନୀର ରେଳ ସଂଯୋଗ ପାଇଁ ପ୍ରସ୍ତୁତି କରୁଛି । ରେଳବାଇ ମଧ୍ୟ ଏଥିପାଇଁ ଏକ ଯୋଜନା ପ୍ରସ୍ତୁତ କରିସାରିଛି । ଆସନ୍ତା ତିନିବର୍ଷ ଅର୍ଥାତ 2023 ସୁଦ୍ଧା ଏହି କାର୍ଯ୍ୟ ସମାପ୍ତ କରିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ରେଲୱେ ।

ରେଲୱେ ବୋର୍ଡର ଚେୟାରମ୍ୟାନଙ୍କ ଅନୁଯାୟୀ, ମାର୍ଚ୍ଚ 2022 ସୁଦ୍ଧା ମଣିପୁର ଏବଂ ମେଘାଳୟ ଏବଂ ମାର୍ଚ୍ଚ 2023 ସୁଦ୍ଧା ମିଜୋରାମ ଏବଂ ନାଗାଲାଣ୍ଡ ଏବଂ ଡିସେମ୍ବର 2023 ସୁଦ୍ଧା ସିକିମକୁ ସଂଯୋଗ କରିବାର ଯୋଜନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.