ETV Bharat / bharat

ଭାରତୀୟ ରେଲୱେ ନିର୍ମାଣ କରୁଛି ଦେଶର ପ୍ରଥମ କେବୁଲ ବ୍ରିଜ, କେଉଁଠି ଓ କଣ ରହିଛି ବିଶେଷତ୍ବ... - Indian Railways is building the country's first cable bridge

କଶ୍ମୀର କଟରା ବନିହାଲ ରେଳ ଟ୍ରାକରେ ନିର୍ମାଣ ହେଉଛି ଏହି ପ୍ରଥମ କେବୁଲ ରେଳ ବ୍ରିଜ ଯାହା ଶୀଘ୍ର ଶେଷ ହେବ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ପିୟୁଷ ଗୋଏଲ ।

cabla bridge
ଭାରତୀୟ ରେଲୱେ ନିର୍ମାଣ କରୁଛି ଦେଶର ପ୍ରଥମ କେବୁଲ ବ୍ରିଜ
author img

By

Published : Jul 16, 2020, 9:09 PM IST

ନୂଆଦିଲ୍ଲୀ: ଭାରତୀୟ ରେଲୱେକୁ ଖୁବଶୀଘ୍ର ମିଳିବ ଆଉ ଏକ ବଡ ଉପଲବ୍ଧି । ଦେଶର ପ୍ରଥମ କେବୁଲ ବ୍ରିଜ ନିର୍ମାଣ କରି ସ୍ଥାପନ କରିବ ନୂଆ ରେକର୍ଡ । କଶ୍ମୀର କଟରା ବନିହାଲ ରେଳ ଟ୍ରାକରେ ନିର୍ମାଣ ହେଉଛି ଏହି ପ୍ରଥମ କେବୁଲ ରେଳ ବ୍ରିଜ ଯାହା ଶୀଘ୍ର ଶେଷ ହେବ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ପିୟୁଷ ଗୋଏଲ ।

ରେଳମନ୍ତ୍ରୀଙ୍କ ସୂଚନା ଅନୁସାରେ, ଜମ୍ମୁ-କଶ୍ମୀର ମାତା ବୈଷ୍ଣୋଦେବୀଙ୍କ ବେସ କ୍ୟାମ୍ପ କଟରା ଓ ରିୟାସି ମଧ୍ୟରେ ଏହି ବ୍ରିଜ ନିର୍ମାଣ ହେଉଛି । ଏହି ଅଞ୍ଜି ବ୍ରିଜ ଚେନାବ ନଦୀ ଉପରେ ନିର୍ମାଣ ହେଉଥିବା ବେଳେ ସ୍ଥାନୀୟ ଭୌଗୋଳିକ ଦୃଷ୍ଟିରୁ ବ୍ରିଜ ନିର୍ମାଣରେ ନିୟୋଜିତ ଥିବା କର୍ମଚାରୀ ଓ ଇଂଞ୍ଜିନିୟରଙ୍କ ପାଇଁ ବଡ ଆହ୍ବାନ ସୃଷ୍ଟି କରିଛି । ତଥାପି ଭାରତୀୟ ରେଳବାଇର ଇଂଞ୍ଜିନିୟର ଓ କର୍ମଚାରୀମାନେ ଉନ୍ନତମାନର ଜ୍ଞାନକୌଶଳ ବ୍ୟବହାର କରି ଅଞ୍ଜି ବ୍ରିଜ ତଥା ଦେଶର ପ୍ରଥମ କେବୁଲ ବ୍ରିଜକୁ ଶେଷ କରିବାକୁ ଲାଗିଛନ୍ତି ।

ରେଲୱେର ସୂଚନା ଅନୁସାରେ ଦେଶର ପ୍ରଥମ କେବୁଲ ରେଳ ବ୍ରିଜ 473.25 ମିଟର ଲମ୍ବା ହେବ । ଯାହା କଟରାରୁ ରିୟାସି ପର୍ଯ୍ୟନ୍ତ ଯୋଗାଯୋଗ କରିବ। କେବୁଲରେ ନିର୍ମିତ ହେଉଥିବା ଏହି ବ୍ରିଜ ପାଇଁ ଏକ ଉଚ୍ଚ ଖମ୍ବ ନିର୍ମାଣ ହେଉଛି । ଖମ୍ବର ଉଭୟ ପାର୍ଶ୍ବରେ କେବୁଲ ବନ୍ଧାଯିବ। ଏହି ବ୍ରିଜର ନିର୍ମାଣ ଦାୟିତ୍ବ କୋଙ୍କଣ ରେଲୱେ କର୍ପୋରେସନକୁ ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.