ETV Bharat / bharat

ଉଠବସ ହେଲେ ମାଗାଣାରେ ମିଳିବ ପ୍ଲାଟଫର୍ମ ଟିକେଟ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଫିଟ ଇଣ୍ଡିଆ ଅଭିଯାନରେ ଅନୁପ୍ରାଣିତ ହୋଇ ନୂଆ ନିୟମ ଆଣିଛି IRSDC । ଏଣିକି ପ୍ଲାଟଫର୍ମ ପାଇଁ ଟିକେଟ ନୁହେଁ 30 ଥର ବସ ଉଠ ହେବାକୁ ପଡିବ । ଅଧିକ ପଢନ୍ତୁ...

Indian Railways
ଉଠବସ ହେଲେ ମିଳିବ ମାଗାଣାରେ ପ୍ଲାଟଫର୍ମ ଟିକେଟ
author img

By

Published : Feb 22, 2020, 11:39 PM IST

ନୂଆଦିଲ୍ଲୀ: ଏଣିକି ବିନା ଟିକେଟରେ ଫ୍ଲାଟର୍ଫମକୁ ଗଲେ ଧରିବ ନାହିଁ ରେଲୱେ ପୋଲିସ କି ଦେବାକୁ ପଡିବ ନାହିଁ ଜୋରିମାନା । କିନ୍ତୁ ଏଥିପାଇଁ କେବଳ 30 ଥର ବସ ଉଠ ହେବାକୁ ପଡିବ । ଆଉ ଏପରି କରିବାର ଉଦ୍ଦେଶ୍ୟ କୌଣସି କଡା ଅନୁଶାସନ ନୁହେଁ, ବରଂ ଦେଶବାସୀଙ୍କୁ ଫିଟ ଇଣ୍ଡିଆ ଅଭିଯାନରେ ସାମିଲ କରିବା । ଏହି ପଦକ୍ଷେପ ପରୀକ୍ଷାମୂଳକ ଭାବେ ଦିଲ୍ଲୀର ଆନନ୍ଦ ବିହାର ରେଳୱେ ଷ୍ଟେସନରୁ ଆରମ୍ଭ ହୋଇଛି ।

ଏହି ଟିକେଟ ପାଇବା ପାଇଁ ଗୋଟିଏ ସ୍କ୍ବାର୍ଡ ମେସିନ ରଖାଯାଇଛି । ଯେଉଁଠି 108 ସେକେଣ୍ଡରେ 30 ଥର ବସ ଉଠ ହେବା ପରେ ମାଗଣାରେ ଟିକେଟ ମିଳିବ। ଆଉ ଏ ପଦକ୍ଷେପ ନେଇଛି ଭାରତୀୟ ରେଳ ଷ୍ଟେସନ ବିକାଶ କର୍ପୋରେସନ(IRSDC) । ପୂର୍ବରୁ IRSDC ର ପରିଚାଳନା ନିର୍ଦ୍ଦେଶକ ଏସକେ ଲୋହିୟା ପ୍ରଥମେ ନିଜେ ଏହି ମେସିନରେ ବସଉଠ ହୋଇ ଲୋକଙ୍କୁ ଦେଖାଇଥିଲେ ।

ଗତ ଅକ୍ଟୋବର 2ତାରିଖରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ଦେଶବ୍ୟାପୀ ଆରମ୍ଭ ହୋଇଥିଲା ଫିଟ ଇଣ୍ଡିଆ ଅଭିଯାନ । ଯେଉଁଥିରେ ଅନୁପ୍ରାଣିତ ହୋଇ IRSDC ପକ୍ଷରୁ ଆନନ୍ଦ ବିହାରରେ ଲାଗୁ ହୋଇଛି ଏହି ନିୟମ । ଏହା ସଫଳ ହେଲେ ଆଗକୁ ରେସ୍ତୋରାଁରେ ମଧ୍ୟ ଏହି ନିୟମ ଲାଗୁ ହେବ । ଯେଉଁଠି ବ୍ୟାୟାମ ଦ୍ବାରା ଖାଦ୍ୟ, ପୁସ୍ତକ, ମେଡିସିନ ଆଦି ମିଳିପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.