ETV Bharat / bharat

ଦିଲ୍ଲୀକୁ 10 ଆଇସୋଲେସନ କୋଚ ବିଶିଷ୍ଟ ସ୍ପେଶାଲ ଟ୍ରେନ ଦେଲା ରେଳବାଇ

author img

By

Published : Jun 4, 2020, 8:40 PM IST

କୋରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଆଗେଇ ଆସିଛି ରେଳ ବିଭାଗ । ଏହି ପରିପ୍ରେକ୍ଷୀରେ ରେଳବାଇ ଦିଲ୍ଲୀର ଶକୁରବସ୍ତି ରେଳ ଷ୍ଟେସନରେ 10ଟି ଆଇସୋଲେସନ କୋଚ ସ୍ଥାପନ କରିଛି । ଅଧିକ ପଢନ୍ତୁ...

Indian railways 1st set isolation coaches delhi covid-19 patients
ଦିଲ୍ଲୀକୁ 10ଟି ଆଇସୋଲେସନ କୋଚ ବିଶିଷ୍ଟ ସ୍ପେଶାଲ ଟ୍ରେନ ଦେଲା ରେଳବାଇ

ନୂଆଦିଲ୍ଲୀ: କୋରୋନା ଭୂତାଣୁ ବିରୋଧରେ ବିଶ୍ବବାସୀ ଏକଜୁଟ ହୋଇ ଲଢେଇ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଲକଡାଉନ ଯୋଗୁଁ ଦେଶର ବିଭିନ୍ନ ପ୍ରାନ୍ତରେ ଫସିରହିଥିବା ପ୍ରବାସୀ ଶ୍ରମିକଙ୍କ ନିଜ ନିଜ ଗନ୍ତବ୍ୟସ୍ଥଳକୁ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ରେଳବାଇ । ସେହିପରି କୋରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ମଧ୍ୟ ସହାୟତାର ହାତ ବଢାଇଛି ରେଳବାଇ । ଏହି କ୍ରମରେ ଦିଲ୍ଲୀ ସରକାରଙ୍କ ଚାହିଦା ଅନୁସାରେ ରେଳବାଇ ଶକୁରବସ୍ତି ରେଳ ଷ୍ଟେସନରେ 10ଟି ଆଇସୋଲେସନ କୋଚର ସ୍ଥାପନ କରିଛି ।

ସୂଚନାଯୋଗ୍ୟ, ଆଇସୋଲେସନ କୋଚର ଏହା ହେଉଛି ପ୍ରଥମ ବ୍ୟାଚ୍ ଯାହା ରେଳବାଇ ଚିକିତ୍ସା ପାଇଁ ଯୋଗାଉଛି । ଏହି ଅବସରରେ ଉତ୍ତର ରେଳବାଇର ସିପିଆରଓ ଦୀପକ କୁମାର କହିଛନ୍ତି ଯେ କୋରୋନା ଭାଇରସର ସାମାନ୍ୟ ଲକ୍ଷଣ ଥିବା କିମ୍ବା ଲକ୍ଷଣ ନଥିବା ରୋଗୀଙ୍କୁ ଏଠାରେ ଭର୍ତ୍ତି କରାଯାଇପାରିବ ।

କୋରୋନା ଆକ୍ରାନ୍ତଙ୍କୁ ଅଲଗା କରିବା ପାଇଁ ରେଳବାଇ ଟ୍ରେନର କୋଚ ଗୁଡିକ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରିଛି । ରେଳମନ୍ତ୍ରୀ ପୀୟୁଷ ଗୋୟଲ ବୁଧବାର ଟ୍ବିଟ କରି କହିଛନ୍ତି ଯେ, ରେଳବାଇ 10ଟି ଆଇସୋଲେସନ କୋଚ ବିଶିଷ୍ଟ ଏକ ସ୍ପେଶାଲ ଟ୍ରେନ ଦିଲ୍ଲୀ ସରକାରଙ୍କୁ ଯୋଗାଇ ଦେଇଛି ।

ପ୍ରକାଶ ଥାଉ କି, କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ରେଳବାଇ ବହୁ ପୂର୍ବରୁ ଆଇସୋଲେସନ କୋଚ୍ ପ୍ରସ୍ତୁତ କରିଥିଲା । କିନ୍ତୁ ଏପର୍ଯ୍ୟନ୍ତ କୌଣସି ରାଜ୍ୟ ଏହାର ଦାବି କରିନାହାନ୍ତି । ତେଣୁ ଏହି କୋଚ ଗୁଡିକୁ ହଜରତ ନିଜାମୁଦ୍ଦିନ ଏବଂ ନୂଆଦିଲ୍ଲୀ ସମେତ ଦିଲ୍ଲୀ ଡିଭିଜନର ବିଭିନ୍ନ ଡିପୋରେ ରଖାଯାଇଛି ।

ଆଇସୋଲେସନ କୋଚ ଥିବା ଏହି ଟ୍ରେନରେ 160ଟି ବେଡର ବ୍ୟବସ୍ଥା ରହିଛି । ବର୍ତ୍ତମାନ ଏହି ଟ୍ରେନକୁ ଶକୁରବସ୍ତି ରେଳ ଷ୍ଟେସନ ନିକଟରେ ସ୍ଥାପନ କରାଯାଇଛି ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ଅନୁଯାୟୀ ରେଳବାଇ କୋଭିଡ-19 ଆକ୍ରାନ୍ତଙ୍କ ପାଇଁ 5,231 କୋଚ ପ୍ରସ୍ତୁତ କରିଥିଲା । ଏହି କୋଚଗୁଡ଼ିକୁ ସାରା ଦେଶର 215ଟି ରେଳ ଷ୍ଟେସନରେ ରଖାଯାଇଛି । ଯାହାକୁ ଆବଶ୍ୟକତା ଅନୁଯାୟୀ ବ୍ୟବହାର କରାଯାଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.