ETV Bharat / bharat

ଟିକେଟ ବାତିଲର ସମ୍ପୂର୍ଣ୍ଣ ଅର୍ଥ ଫେରାଇବ ଭାରତୀୟ ରେଳ - ରେଳ ଟିକେଟର ପାଇବେ ରିଫଣ୍ଡ

ଟ୍ରେନ ଯାତ୍ରା ପାଇଁ ଏପ୍ରିଲ 14 କିମ୍ବା ପୂର୍ବରୁ ବୁକ୍ ହୋଇଥିବା ସମସ୍ତ ଟିକେଟ୍ ବାତିଲର ଅର୍ଥ ଫେରସ୍ତ କରିବାକୁ ଭାରତୀୟ ରେଳ ଘୋଷଣା କରିଛି।

ରେଳ ଟିକେଟର ପାଇବେ ରିଫଣ୍ଡ
ରେଳ ଟିକେଟର ପାଇବେ ରିଫଣ୍ଡ
author img

By

Published : Jun 24, 2020, 2:14 PM IST

ନୂଆଦିଲ୍ଲୀ: ରେଗୁଲାର୍ ଟ୍ରେନ ପାଇଁ ଏପ୍ରିଲ 14 କିମ୍ବା ପୂର୍ବରୁ ବୁକ୍ ହୋଇଥିବା ସମସ୍ତ ଟିକେଟ୍ ବାତିଲର ଅର୍ଥ ଫେରସ୍ତ କରିବାକୁ ଭାରତୀୟ ରେଳ ଘୋଷଣା କରିଛି। ରେଳ ବୋର୍ଡ କହିଛି ଯେ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି କି ରେଗୁଲାର୍ ଟ୍ରେନ୍ ପାଇଁ ଏପ୍ରିଲ୍ 14, 2020 ପୂର୍ବରୁ କିମ୍ବା ପୂର୍ବରୁ ବୁକ୍ ହୋଇଥିବା ସମସ୍ତ ଟ୍ରେନ୍ ଟିକେଟ ବାତିଲ୍ କରାଯାଇ ଟିକେଟ ଗୁଡିକର ସମ୍ପୂର୍ଣ୍ଣ ରିଫଣ୍ଡ ମଧ୍ୟ କରାଯିବ ।

ପ୍ରକାଶଥାଉକି, କୋରୋନା ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ରେଳବିଭାଗ ସମସ୍ତ ଯାତ୍ରୀବାହୀ, ଏକ୍ସପ୍ରେସ ଟ୍ରେନ ବାତିଲ କରିଥିଲା । ଏହାସହ 14 ମେ ରେ ରେଳ ବିଭାଗ ପୁରୁଣା ସଂରକ୍ଷିତ ଟିକେଟକୁ ମଧ୍ୟ ରଦ୍ଦ କରିଥିଲା । ପରେ ପରିସ୍ଥିତିକୁ ଦେଖି ସରକାର ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ରେଳ ବିଭାଗ 230 ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି । ଏହି ଟ୍ରେନ ପାଇଁ 120ଦିନ ପୂର୍ବରୁ ଟିକେଟ ବୁକ୍ କରିପାରିବେ । ରେଳବିଭାଗ ପକ୍ଷରୁ ଏହି ଯାତ୍ରା ପାଇଁ ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଛି ।

ଯାତ୍ରୀଙ୍କୁ ଭାରତୀୟ ରେଳ ବାତିଲ ହୋଇଥିବା ଟିକେଟଗୁଡିକର ସମ୍ପୂର୍ଣ୍ଣ ଫେରସ୍ତ ପ୍ରଦାନ କରାଯିବ। ଏଭଳି ପରିସ୍ଥିତିରେ ଯେଉଁମାନେ ରେଳ କାଉଣ୍ଟରରୁ ଟିକେଟ ବୁକ୍ କରିଥିଲେ ସେମାନେ ଯାତ୍ରା ତାରିଖର 6 ମାସ ମଧ୍ୟରେ ରେଳ କାଉଣ୍ଟରରୁ ଫେରସ୍ତ ପାଇପାରିବେ।

ରେଳବିଭାଗ ମଧ୍ୟ ସେହି ଯାତ୍ରୀମାନଙ୍କୁ ପୂର୍ଣ୍ଣ ଟଙ୍କା ଫେରସ୍ତ କରିବାକୁ ନିଷ୍ପତ୍ତି ନେଇଛି ଯେଉଁମାନେ କୌଣସି କାରଣରୁ ଯାତ୍ରା କରିବାକୁ ଚାହୁଁନାହାଁନ୍ତି । ଯଦି ଟ୍ରେନ୍ ବାତିଲ୍ ହୋଇନାହିଁ ଓ ଯାତ୍ରୀ ତାଙ୍କ ଟିକେଟ୍ ବାତିଲ୍ କରନ୍ତି, ତେବେ ଏହି ପରିସ୍ଥିତିରେ ମଧ୍ୟ ଯାତ୍ରୀଙ୍କୁ ପୂର୍ଣ୍ଣ ଫେରସ୍ତ ମିଳିବ । ରେଳ କାଉଣ୍ଟରରୁ ଉଭୟ ବୁକ୍ ହୋଇଥିବା ଟିକେଟ୍ ଓ ଇ-ଟିକେଟ୍ ପାଇଁ ଏହି ନିୟମ ବୈଧ ଅଟେ ।

କେବଳ ଏତିକି ନୁହେଁ ଯଦି ଯାତ୍ରୀ କାଉଣ୍ଟରରୁ ଟିକେଟ ବୁକ୍ କରିଥିବେ ତେବେ ସେମାନେ 139 କିମ୍ବା IRCTC ୱେବସାଇଟ୍ ମାଧ୍ୟମରେ ଟିକେଟ ରଦ୍ଦ କରିପାରିବେ । ଏହି ପରିସ୍ଥିତିରେ ସେ ଯାତ୍ରାର ଆଗାମୀ 6 ମାସ ମଧ୍ୟରେ ବାତିଲ ହୋଇଥିବା ଟିକେଟର ରିଫଣ୍ଡ ପାଇବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.