ETV Bharat / bharat

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ନୌସେନା ଉପମୁଖ୍ୟ - ତେଲେଙ୍ଗାନ ମୁଖ୍ୟମନ୍ତ୍ରୀ କେସିଆର

ନୌସେନା ଉପମୁଖ୍ୟ ତଥା ଭାଇସ ଅଡମିରାଲ ଏମଏସ ପାୱାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ପତ୍ର ଲେଖି ଧନ୍ୟବାଦ ଅର୍ପଣ କରିଛନ୍ତି । ଶହୀଦ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପରିବାରକୁ ଦିଆଯାଇଥିବା ପ୍ୟାକେଜ ଓ ସହାୟତା ପାଇଁ ଧନ୍ୟବାଦ ଜଣାଇଛନ୍ତି ।

indian-navy-vice-admiral-ms-power-thankyou-to-telangana-cm-k-chandrasekhara-rao
ନୌସେନା ଭାଇସ ଆଡମିରାଲ ତେଲେଙ୍ଗାନ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଜଣାଇଲେ ଧନ୍ୟବାଦ
author img

By

Published : Jun 28, 2020, 1:32 PM IST

ନୂଆଦିଲ୍ଲୀ: ନୌସେନା ଉପମୁଖ୍ୟ ତଥା ଭାଇସ ଅଡମିରାଲ ଏମଏସ ପାୱାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ପତ୍ର ଲେଖି ଧନ୍ୟବାଦ ଅର୍ପଣ କରିଛନ୍ତି । ଶହୀଦ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପରିବାରକୁ ଦିଆଯାଇଥିବା ପ୍ୟାକେଜ ଓ ସହାୟତା ପାଇଁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନା ଥାଉକି ଭାରତ ଓ ଚୀନ ମୁହାଁମୁହିଁ ଘଟଣାରେ ଲଦାଖର ଗଲୱାନ ଉପତ୍ୟକାରେ ଚୀନ ସେନାର ବର୍ବରତାର ଶିକାର ହୋଇ 20 ଜଣ ଭାରତୀୟ ବୀର ଯବାନ ଶିହୀଦ ହୋଇଥିଲେ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଶହୀଦ ସନ୍ତୋଷ ବାବୁଙ୍କ ପରିବାରକୁ 5 କୋଟି ଟଙ୍କା ଘୋଷଣା କରିଥିଲେ ।

ମୁଖ୍ୟମନ୍ତ୍ରୀ ରାଓଙ୍କୁ ଲେଖିଥିବା ପତ୍ରରେ ଭାଇସ ଅଡମିରାଲ ଲେଖିଛନ୍ତି ଆପଣ ଯେଉଁ ଉଦାହରଣ ସୃଷ୍ଟି କରିଛନ୍ତି ତାହା ସୀମାରେ ଥିବା ସମସ୍ତ ବୀର ଯବାନଙ୍କୁ ଭରସା ଯୋଗାଇବ । ଦେଶ ହେଉଛି ସେମାନଙ୍କ ପରିବାର ବୋଲି ବିଶ୍ବାସ ଜନ୍ମାଇବ ବୋଲି କହିଛନ୍ତି । କେସିଆର ଶହୀଦ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପରିବାରକୁ ମିଶିବା ପାଇଁ ତାଙ୍କ ଘର ସୂର୍ଯ୍ୟପେଟକୁ ଯାଇଥିଲେ । ମୁଖ୍ୟମନ୍ତ୍ରୀ ସହିତ ଅନ୍ୟ ମନ୍ତ୍ରୀ ମାନେ ମଧ୍ୟ ସହିଦଙ୍କ ଘରେ ପହଞ୍ଚି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

ଏହି ସମୟରେ ମୁଖ୍ୟମନ୍ତ୍ରୀ ଶହୀଦ ସନ୍ତୋଷ ବାବୁଙ୍କ ପତ୍ନୀଙ୍କୁ ସରକାରୀ ବିଭାଗର ଗ୍ରୁପ 1 ଚାକିରୀରେ ଯୋଗଦେବା ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହା ସହ ପାଞ୍ଚକୋଟି ଟଙ୍କା ପ୍ରଦାନ କରିଥିଲେ । ଶହୀଦଙ୍କ ପତ୍ନୀକୁ 4 କୋଟି ଦିଆଯାଇଥିଲାବେଳେ ଶହୀଦ କର୍ଣ୍ଣେଲଙ୍କ ପିତା ମାତାକୁ 1 କୋଟି ଟଙ୍କା ପ୍ରଦାନ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.