ETV Bharat / bharat

ଭାରତୀୟ ଜଳସୀମା ନିକଟରେ ଚୀନ ଯୁଦ୍ଧପୋତ ଠାବ - ଚୀନର ଶିୟାନ-32 ସଫଳତା ପୂର୍ବକ ଠାବ

ଦକ୍ଷିଣ ଭାରତ ମହାସାଗରରେ ଚୀନର ଯୁଦ୍ଧପୋତ ଶିୟାନ-32କୁ ଠାବ କରିଛି ଭାରତୀୟ ନୌସେନାର ଗୁଇନ୍ଦା ବିମାନ ପି-8ଆଇ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Sep 16, 2019, 12:34 PM IST

ନୂଆଦିଲ୍ଲୀ: ଭାରତୀୟ ଜଳସୀମା ନିକଟରେ ଚୀନର ଯୁଦ୍ଧପୋତକୁ ଠାବ କରାଯାଇଛି । ଦକ୍ଷିଣ ଭାରତ ମହାସାଗରରେ ଚୀନର ଯୁଦ୍ଧପୋତ ଶିୟାନ-32କୁ ସଫଳତା ପୂର୍ବକ ଠାବ କରିଛି ଭାରତୀୟ ନୌସେନାର ଗୁଇନ୍ଦା ବିମାନ ପି-8ଆଇ । ଜଳସେନାର ସର୍ବିଲାନ୍ସ ଏୟାରକ୍ରାପ୍ଟ ପାଟ୍ରୋଲିଂ ସମୟରେ ଏହି ଯୁଦ୍ଧ ଜାହାଜର ଏକ ଫଟୋ ମଧ୍ୟ ନେଇଛି।

ଭାରତୀୟ ଜଳସୀମା ଅଞ୍ଚଳରେ ଚୀନ ଯୁଦ୍ଧ ଜାହାଜର ଉପସ୍ଥିତିକୁ ନେଇ ଖବର ମିଳିବା ପରେ ନୌସେନା ହାଇଆଲର୍ଟରେ ରହିଛି। ଚୀନର ଏହି ଯୁଦ୍ଧପୋତ କିଛି ସମୟ ପରେ ଶ୍ରୀଲଙ୍କା ଜଳକ୍ଷେତ୍ର ଆଡକୁ ଚାଲିଯାଇଥିବା ଜଣାପଡିଛି । ପି-8ଆଇ ଚୀନର ଆଉ ଏକ ଯୁଦ୍ଧପୋତକୁ ଠାବ କରିଛି, ଯାହା ଜଳଦସ୍ୟୁଙ୍କ ଠାରୁ ଚୀନର ବାଣିଜ୍ୟିକ ଜାହାଜକୁ ସୁରକ୍ଷା ପ୍ରଦାନ କରିବା ପାଇଁ ନିୟୋଜିତ ହୋଇଥାଏ। ଭାରତ ମହାସାଗରର ସୀମାକୁ ପ୍ରବେଶ କରୁଥିବା ସମସ୍ତ ଚୀନ ପୋତ ଉପରେ ଭାରତୀୟ ନୌସେନା ନଜର ରଖିଛି।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.