ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବରେଲୀ ରେଳ ଜଙ୍କସନକୁ ବୋମା ବିସ୍ଫୋରଣ କରି ଉଡାଇ ଦେବାକୁ ଦେଇଛି ଆତଙ୍କୀ ସଙ୍ଗଠନ ଇଣ୍ଡିଆନ୍ ମୁଜାହିଦ୍ଦିନ୍ (ଆଇଏମ)। ଏଠାକାର ମୁସଲିମ ବହୁଳ ଇଲାକାରେ ଚାଲିଥିବା କାଉଡି ଯାତ୍ରାକୁ ବିରୋଧ କରି ଏଭଳି ଧମକ ଦିଆଯାଇଥିବା ଜଣାପଡିଛି ।
ନିଜକୁ ଆଇଏମର ଏରିଆ କମାଣ୍ଡର କହୁଥିବା ମୁତ୍ରେ ଖାନ ଓରଫ ମୁଲ୍ଲା ଜଙ୍କସନ୍ ଅଧିକ୍ଷୀକଙ୍କୁ ଡାକ ଯୋଗେ ଏକ ଧମକ ପୂର୍ଣ୍ଣ ଚିଠି ପଠାଇଛି । ଆଇଏମର ଏଭଳି ଧମକ ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ଟିମ ଏହି ସନ୍ଦିଗ୍ଧ ଆତଙ୍କୀକୁ ଧରିବା ଗୁଇନ୍ଦା ବିଭାଗ ସହଯୋଗେର ଉଦ୍ୟମ ଆରମ୍ଭ କରିଛନ୍ତି।
ଗତ ଦୁଇ ବର୍ଷ ଧରି ମୁସଲିମ ବହୁଳ ଅଞ୍ଚଳରେ କାଉଡି ଯାତ୍ରାକୁ ନେଇ ଦେଖାଦେଇଥିଲା ଅସନ୍ତୋଷ । ଏବେ ଯାତ୍ରା ଆରମ୍ଭ ହେବାର କିଛିଦିନ ମଧ୍ୟରେ ଆତଙ୍କୀ ସଙ୍ଗଠନ ପକ୍ଷରୁ ଧମକ ମିଳିବାରେ ଲାଗିଛି ।