ହାଇଦ୍ରାବାଦ: ଭାରତରେ ବଢିବାରେ ଲାଗିଛି ‘ବୟକଟ୍ ଚାଇନିଜ ପ୍ରଡକ୍ଟ’ ନାରା । ଏମିତିରେ ଅନେକ ଭାରତୀୟ ନିଜ ଫୋନରୁ ଚାଇନିଜ ଆପ୍ ଆଦି ଅନଇନଷ୍ଟଲ କରିବା ଆରମ୍ଭ କରିଛନ୍ତି । ଏନେଇ ଭାରତୀୟ ଇଣ୍ଟେଲିଜେନ୍ସ ଗୁରୁବାର 50ଟି ଚୀନ ଅଧିକୃତ ଆପ୍କୁ ଦେଖାଇଛି ନାଲି ଆଖି । ଏହି ଆପ୍ ଗୁଡିକ ବିରୋଧରେ ଏବେ ତେଜିବାରେ ଲାଗିଛି ବିରୋଧାଭାସ । ଏଥିସହ ଏହି ଆପ୍ରେ ୟୁଜର୍ସଙ୍କ ପ୍ରାଇଭେସି କ୍ଷୁର୍ଣ୍ଣ ହେଉଥିବା ନେଇ ଇଣ୍ଟେଲିଜେନ୍ସ ଚିନ୍ତା ବ୍ୟକ୍ତ କରିଛି ।
ଏହି ଆପ୍ ମଧ୍ୟରେ ରହିଛି ଟିକ୍ଟକ୍, ୟୁସି ବ୍ରାଉଜର, ଜେଣ୍ଡର ଓ ଶେୟାର ଇଟ୍ ଭଳି ପପୁଲାର ଆପ୍ । ଏହି ଆପ୍ଗୁଡିକୁ ଆକ୍ସେସ ଉପରେ ସରକାର ବ୍ୟାନ ଲଗାଇବା ପଇଁ ଇଣ୍ଟେଲିଜେନ୍ସ ସ୍ବର ଉଠାଇଛି । ଏଥିସହ ଏହି ଆପ୍ଗୁଡିକର ବ୍ୟବହାର ତୁରନ୍ତ ବନ୍ଦ କରିବା ପାଇଁ ୟୁଜର୍ସଙ୍କୁ ଇଣ୍ଟେଲିଜେନ୍ସ ପରାମର୍ଶ ଦେଇଛି ।
ଏନେଇ ଇଣ୍ଟେଲ ଏଜେନ୍ସି ମଧ୍ୟ ସହମତି ପ୍ରକାଶ କରିଥିବା ଦେଖାଯାଇଛି । ତେବେ ଏହି ତାଲିକାରେ ରହିଛନ୍ତି ଟିକ୍ଟକ୍, ଭୋଲ୍ଟ-ହାଇଡ, ଭିଗୋ ଭିଡିଓ, ୱେଇବୋ, ୱିଚାଟ୍, ଶେୟାର ଇଟ୍, ୟୁସି ନ୍ୟୁଜ୍, ୟୁସି ବ୍ରାଉଜର, ବିୟୁଟିପ୍ଲସ, ହେଲୋ, ଲାଇକ୍, କ୍ବାଇ, ରୋମୱି, ଶେନ୍, ନ୍ୟୁଜ୍ ଡଗ୍, ଫୋଟୋ ୱାଣ୍ଡର, ଆପସ ବ୍ରାଉଜର,ଭିଭା-ଭିଡିଓ-କ୍ୟୁୟୁ ଭିଡିଓ ଇଙ୍କ, ପରଫେକ୍ଟ କର୍ପ, ସିଏମ ବ୍ରାଉଜର ଓ ଭାଇରସ କ୍ଲିନର(ଏଚଆଇ ସିକ୍ୟୁରିଟି ଲ୍ୟାବ୍) । ଏହି ସବୁ ଆପ୍ ବ୍ୟାନ ନେଇ ବର୍ତ୍ତମାନ ଆଲୋଚନା ଜାରି ରହିଛି ।
@IANS