ETV Bharat / bharat

କେତେ ସୁରକ୍ଷିତ ଭାରତୀୟ ଡାକ୍ତର ? ଚିରା ରେନକୋର୍ଟ ଓ ହେଲମେଟ ପିନ୍ଧି ଚାଲିଛି ଚିକିତ୍ସା

ଚିରା ରେନକୋର୍ଟ ଓ ହେଲମେଟ ପିନ୍ଧି କୋରୋନ ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି ଡାକ୍ତର। କଥାଟି ଅବିଶ୍ବାସ ଲାଗୁ ନଥିଲେ ବି ସତ। ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ଭାରତରେ। ଅଧିକ ଖବର ପଢନ୍ତୁ...

author img

By

Published : Mar 31, 2020, 10:23 PM IST

Indian doctors fight coronavirus with raincoats
କେତେ ସୁରକ୍ଷିତ ଭାରତୀୟ ଡାକ୍ତର ? ଚିରା ରେନ୍ କୋର୍ଟ ଓ ହେଲମେଟ ପିନ୍ଧି ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ: ଚିରା ରେନକୋର୍ଟ ଓ ହେଲମେଟ ପିନ୍ଧି କୋରୋନ ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି ଡାକ୍ତର। କଥାଟି ଅବିଶ୍ବାସ ଲାଗୁ ନଥିଲେ ବି ସତ। ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ଭାରତରେ। ମହାମାରୀ କୋରୋନାର ମୁକାବିଲା କରୁଥିବା ପ୍ରକୃତ ଯୋଦ୍ଧା ହେଉଛନ୍ତି ଡାକ୍ତରମାନେ।

ତେବେ କୋରୋନ ରୋଗୀଙ୍କ ଚିକିତ୍ସା ସମୟରେ ଡାକ୍ତରମାନଙ୍କୁ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ପଡୁଥିବା ବେଳେ ସେମାନଙ୍କ ପାଇଁ ପ୍ରତିଷେଧାତତ୍ମ ପଦକ୍ଷେପ ସ୍ବରୁପ ରକ୍ଷା କବଚ ଆବଶ୍ୟକ। ହେଲେ ଏହାର ଅଭାବ ଫଳରେ ରୋଗୀଙ୍କ ସେବା କରିବାକୁ ଚିରା ରେନକୋର୍ଟ ଓ ହେଲମେଟ ପିନ୍ଧିବାକୁ ବାଧ୍ୟ ହେଉଛନ୍ତି ଭଗବାନଙ୍କ ଏହି ଦ୍ବିତୀୟ ଅବତାର। ଯାହା ଡାକ୍ତରଙ୍କ ଜୀବନ ପ୍ରତି ସଙ୍କଟ ସୃଷ୍ଟି କରିବା ସହିତ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛି।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋଲକାତାରେ। ଯେଉଁଠି କୋରୋନ ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏବେ ସୁଦ୍ଧା ଚିକିତ୍ସାରତ ଡାକ୍ତରଙ୍କ ମଧ୍ୟରୁ ଅନେକ ଏହି ରୋଗର ଆକ୍ରାନ୍ତ ହେବା ସହ ଅକାଳରେ ପ୍ରାଣ ହରାଉଛନ୍ତି। ଯାହା ସମଗ୍ର ବିଶ୍ବବାସୀଙ୍କୁ ସ୍ତବ୍ଧ କରିଦେଉଛି।

ଏଠାରେ ପ୍ରଶ୍ନ ଉଠିଛି, ଇଟୀଲି ଚୀନ ଓ ଆମେରିକା ଭଳି ବିକାଶଶୀଳ ଦେଶରେ ଉନ୍ନତ ଚିକିତ୍ସା ପଦ୍ଧତି ସତ୍ତ୍ବେ ଓ ଡାକ୍ତରମାନେ ସମସ୍ତ ସୁରକ୍ଷା ଉପକରଣ ବ୍ୟବହାର କରିବା ପରେ ବି ଯଦି ଏହି ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି ତେବେ ଭାରତରେ ଚିରା ରେନକୋର୍ଟ ଓ ହେଲମେଟରେ ଚିକିତ୍ସା କରୁଥିବା ଡାକ୍ତର କେତେ ସୁରକ୍ଷିତ !

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.