ଦୁବାଇ: ଦୁବାଇରେ ଭାରତୀୟ ଦମ୍ପତ୍ତିଙ୍କୁ ହତ୍ୟା । ତେବେ ଗତ ସପ୍ତାହରେ ଭାରତୀୟ ଦମ୍ପତିଙ୍କୁ ଜଣେ ପାକିସ୍ତାନୀ ନାଗରିକ ହତ୍ୟା କରିଥିବା ବେଳେ ତାଙ୍କ ଝିଅ ଗୁରୁତର ଆହତ ହେଇଥିବା ଦେଖିବାକୁ ମିଳିଥିଲା । ସେହି ଭାରତୀୟ ଦମ୍ପତ୍ତି ଗୁଜୁରାଟର ବୋଲି ଜଣାପଡ଼ିଛି । ଦମ୍ପତି ହେଉଛନ୍ତି 40 ବର୍ଷିୟ ହିରେନ ଆଧିଆ ଏବଂ ପତ୍ନୀ ବିଧି ଆଧିଆ । ତେବେ ଏହି ଘଟଣା ଜୁନ 18 ତାରିଖରେ ହୋଇଥିବା ସୂଚାନା ମିଳିଛି ।
ସେମାନେ ଆରବରେଞ୍ଚର ଏକ ଭିଲାରେ ରହୁଥିଲେ । ଏହି ଘଟଣା ଘଟିବା ସମୟରେ ତାଙ୍କ ଦୁଇ ପିଲା ମଧ୍ୟ ଘରେ ଥିଲେ । ତେବେ ବଡ଼ ଝିଅ ଅଭିଯୁକ୍ତଙ୍କ ସହ ମୁହାଁମୁହିଁ ହେବା ପରେ ସେ ତାକୁ ଛୁରିରେ ଆକ୍ରମଣ କରିଥିଲେ । ଫଳରେ ଆହତ ଅବସ୍ଥାରେ ଏମାନେ ଘରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ ।
ହିରେନ ଏକ ଶାରଜା ତେଲ ଏବଂ ଗ୍ୟାସ କଣ୍ଟ୍ରାକ୍ଟରର ଜଣେ ବରିଷ୍ଠ ନିର୍ଦ୍ଦେଶକ ଥିଲେ । ସେ ତାଙ୍କ ପରିବାର ସହିତ ପ୍ରାୟ ତିନି ବର୍ଷ ପୂର୍ବେ ଦୁବାଇ ଆସିଥିଲେ । ସୂଚନାନୁଯାୟୀ, ଅଭିଯୁକ୍ତ ଦୁଇ ବର୍ଷ ପୂର୍ବେ ସେହି ପରିବାରର ଘରେ କାମ କରୁଥିଲା ଏବଂ ତାକୁ ପରିବାରର ସମୃଦ୍ଧ ସ୍ଥିତି ବିଷୟରେ ଜଣାଥିଲା । ସେଥିପାଇଁ ସେ ସେଠାକୁ ଚୋରୀ ଉଦ୍ଦେଶ୍ୟରେ ଆସିଥିଲା । ଏନେଇ ଦୁବାଇ ପୋଲିସ ଅଭିଯୁକ୍ତକୁ ଗିରଫ କରି ଚୋରି ହୋଇଥିବା ଅଳଙ୍କାର ଉଦ୍ଧାର କରିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ