ETV Bharat / bharat

6 ଜଣ ମତ୍ସଜୀବୀଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା ବାହିନୀ - Indian Coast Guard rescues Six Fishermen

ଭାରତୀୟ ନୌସେନା ବାହିନୀ 'ୱି ପ୍ରୋଟେକ୍ଟ' ଅଭିଯାନରେ 6 ଜଣ ମତ୍ସଜୀବୀଙ୍କୁ ବୁଡୁଥିବା ବୋଟ୍‌ରୁ ଉଦ୍ଧାର କରିଛି । ବୋଟ୍‌ଟି କୌଣସି କାରଣରୁ ଗାତ ସୃଷ୍ଟି ହୋଇଥିବାରୁ ଇଞ୍ଜିନ୍‌ ଗୃହରେ ପାଣି ପଶି ଏଭଳି ଅଘଟଣ ଘଟିଥିଲା ।

ବୁଡୁଥିବା ବୋଟ୍‌ରୁ 6ଜଣ ମତ୍ସଜୀବୀଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା ବାହିନୀ

author img

By

Published : Oct 9, 2020, 9:12 AM IST

ଚେନ୍ନାଇ: ଭାରତୀୟ ନୌସେନା ବାହିନୀ 6 ଜଣ ମତ୍ସଜୀବୀଙ୍କୁ ବୁଡିବା ବେଳେ ବୋଟ୍‌ରୁ ଉଦ୍ଧାର କରିଛି । ତେବେ ଆଇସିଜିଏସର କର୍ମଚାରୀ ବୈଭବ ପାଟ୍ରୋଲିଂ ସମୟରେ ଭିଏଚଏଫଠାରୁ ଏକ ଫୋନ୍ କଲ ମାଧ୍ୟମରେ ସନ୍ଦେଶ ପାଇବା ପରେ ମତ୍ସଜୀବୀଙ୍କୁ ବଞ୍ଚାଇଥିବାର ସୂଚନା ମିଳିଛି ।

ମତ୍ସଜୀବୀମାନଙ୍କ ବୋଟ୍‌ର ଇଞ୍ଜିନ ଗୃହରେ ପାଣି ପଶିଯିବା ଫଳରେ ଏପରି ଅଘଟଣ ଘଟିଥିଲା । ବୋଟ୍‌ଟି ଦକ୍ଷିଣ ପୂର୍ବ ମନାପଦରୁ 48 ମାଇଲ ଦୂରରେ ରହିଥିଲା । ତେବେ ଆଇସିଜିଏସର କର୍ମଚାରୀ ବୈଭବ ପାଟ୍ରୋଲିଂ ସମୟରେ ଭିଏଚଏଫଠାରୁ ଖବର ପାଇବା ପରେ ଶୀଘ୍ର କାର୍ଯ୍ୟରେ ଯୋଗ ଦେଇ ନିଜ ଟିମ୍‌ ସହ ବୁଧବାର 10ଟା 45ରେ ମତ୍ସ୍ୟଜୀବୀମାନଙ୍କ ଡଙ୍ଗାରେ ପହଞ୍ଚିଥିଲେ | ସେହି ସ୍ଥାନରେ ଫସି ରହିଥିବା ମତ୍ସଜୀବୀଙ୍କୁ ସାହାଯ୍ୟ କରିବା ସହ ଖାଦ୍ୟ ପଦାର୍ଥ ଯୋଗାଇଥିଲେ ।

ପ୍ରାରମ୍ଭିକ ଯାଞ୍ଚ ସମୟରେ ବୋଟ୍‌ର କିଛି ଅଂଶ ଭାଙ୍ଗିଯିବା କାରଣରୁ ଡଙ୍ଗାର ଇଞ୍ଜିନ୍ ରୁମରେ ସମୁଦ୍ର ଜଳ ପଶି ଯାଇଥିବା ଜଣା ପଡିଥିଲା । ଜାହାଜର କ୍ଷୟକ୍ଷତି ନିୟନ୍ତ୍ରଣ ଦଳ ତୁରନ୍ତ ପୋର୍ଟେବଲ୍ ସବମେରିଜିବଲ୍ ପମ୍ପଗୁଡିକ ଲଗାଇ ବୋଟରେ ପଶିଥିବା ପାଣିକୁ ନିଷ୍କାସନ କରିଥିଲେ । ବୋଟ୍‌ରେ ଜଳ ସ୍ତର ହ୍ରାସ ପାଇବା ପରେ ଉଦ୍ଧାରକାରୀ ଦଳ ଶୀଘ୍ର ଶୁଖିବା ସିମେଣ୍ଟ ବା ଓକମ୍ ଏବଂ କାଠ ୱେଜ୍ ବ୍ୟବହାର କରି ମରାମତି କାର୍ଯ୍ୟ କରି ବୋଟ୍‌ରେ ସୃଷ୍ଟି ହୋଇଥିବା ଗାତକୁ ବନ୍ଦ କରିଥିଲେ | ସଠିକ୍ ମରାମତି ଫଳରେ ମତ୍ସଜୀବୀମାନେ ସିଧାସଳଖ ଗୁରୁବାର ଅପରାହ୍ନ 3ଟାରେ ନିରାପଦରେ ଥାରୁଭୈକୁଲମ ମତ୍ସ୍ୟ ବନ୍ଦରରେ ପହଞ୍ଚିଥିଲେ ।

ଭାରତୀୟ ନୌସେନା ବାହିନୀ ପକ୍ଷରୁ ଆରମ୍ଭ ହୋଇଥିବା 'ୱି ପ୍ରୋଟେକ୍ଟ' ଅଭିଯାନରେ ମତ୍ସଜୀବୀମାନଙ୍କୁ ନୌସେନାର ଅଧିକାରୀମାନେ ଉଦ୍ଧାର କରିଥିଲେ । ଏହି ଅଭିଯାନରେ ଯେକୌଣସି ସମୟରେ ସମୁଦ୍ରରେ ବିପଦରେ ପଡିଥିବା ଲୋକଙ୍କୁ ଭାରତୀୟ ନୌସେନା ବାହିନୀ ସାହାଯ୍ୟ କରିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.