ETV Bharat / bharat

ସିକ୍କିମ ସେକ୍ଟରରେ ଭାରତ ଏବଂ ଚୀନ୍ ସେନା ମୁହାଁମୁହିଁ, ଉଭୟ ସେନା ଆହତ - Indian, Chinese soldiers face-off

ଉତ୍ତର ସିକ୍କିମର ନାକୁଲା ସେକ୍ଟରରେ ଭାରତୀୟ ଏବଂ ଚୀନ୍ ସେନା ମୁହାଁମୁହିଁ। ଏହି ସଂଘର୍ଷରେ ଉଭୟ ଦେଶର ସେନା ଗଭୀର ଭାବେ ଆହତ ହୋଇଛନ୍ତି।

Naku La sector of Sikkim
ସିକ୍କିମ ସେକ୍ଟରରେ ଭାରତୀୟ ଏବଂ ଚୀନ୍ ସେନା ମୁହାଁମୁହିଁ, ଉଭୟ ସେନା ଆହତ
author img

By

Published : May 10, 2020, 11:39 AM IST

Updated : May 10, 2020, 11:56 AM IST

ନୂଆଦିଲ୍ଲୀ: ଉତ୍ତର ସିକ୍କିମର ନାକୁଲା ସେକ୍ଟରରେ ଭାରତୀୟ ଏବଂ ଚୀନ୍ ସେନା ମୁହାଁମୁହିଁ। ଶନିବାର କୌଣସି କାରଣୁ ଉଭୟ ସେନାଙ୍କ ମଧ୍ୟରେ ସଙ୍ଘର୍ଷ ହୋଇଥିଲା। ଏହି ସଂଘର୍ଷରେ ଉଭୟ ଦେଶର ସେନା ଗଭୀର ଭାବେ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଦୁଇ ଦେଶର ସେନା ବାହିନୀ ଦ୍ୱାରା କରାଯାଉଥିବା ନିୟମିତ ପାଟ୍ରୋଲିଂ ବେଳେ ଏହି ସଂଘର୍ଷ ଘଟିଥିଲା । ତେବେ ସ୍ଥାନୀୟ ସ୍ତରରେ ବୁଝାମଣା ପରେ ଦୁଇ ଦେଶ ନିଜ ନିଜ ସେନାଙ୍କୁ ପ୍ରତ୍ୟାହାର କରିନେଇଥିବା ଜଣାପଡିଛି ।

ବିଶ୍ବସ୍ତ ସୁତ୍ରର ସୂଚନା ଅନୁସାରେ, ଏହି ଅଞ୍ଚଳର ଯାତାୟତ ପାଇଁ କୌଣସି ରାସ୍ତା ସଂଯୋଗ ନଥିବା ବେଳେ ହେଲିକପ୍ଟର ଦ୍ୱାରା ଉକ୍ତ ସ୍ଥାନର ରକ୍ଷଣାବେକ୍ଷଣ କରାଯାଏ। ନାଥୁଲା ସେକ୍ଟର ମୁଗୁଥାଙ୍ଗ ଅବସ୍ଥିତ। ପୂର୍ବରୁ କେବେ ଏହି ସୀମାରେ ନିୟୋଜିତ ସେନାଙ୍କ ମଧ୍ୟରେ ପାରମ୍ପାରିକ ସଂଘର୍ଷ ଦେଖିବାକୁ ମିଳିନଥିଲା।

ଭାରତୀୟ ସେନା ସୂତ୍ରରୁ ପ୍ରକାଶ ଯେ, ସୀମା ସମାଧାନ ହୋଇ ନଥିବାରୁ ଉଭୟ ଦେଶର ସୌନ୍ୟ ମଧ୍ୟରେ ଅସ୍ଥାୟୀ ଏବଂ ସ୍ୱଳ୍ପ ସମୟର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୁଏ। ଏହାସହ ପରବର୍ତ୍ତୀ ସମୟରେ ସେନା କର୍ମଚାରୀଙ୍କ ଦ୍ବାରା ସ୍ଛାପିତ ପ୍ରୋଟୋକଲ ଅନୁଯାୟୀ ସମସ୍ୟାର ପାରସ୍ପରିକ ସମାଧାନ ହୋଇଥାଏ। ତେବେ ଏହି ମୁହାଁମୁହିଁ ପରିସ୍ଥିତି ଦୀର୍ଘ ଦିନର ବ୍ୟବଧାନ ପରେ ଘଟିଛି।

Last Updated : May 10, 2020, 11:56 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.