ETV Bharat / bharat

ଭାରତ-ଚୀନ ସୀମା ବିବାଦ: ଲଗାତାର ପଞ୍ଚମ ଦିନ ହେଲା ବ୍ରିଗେଡିୟର୍ ସ୍ତରରେ ଆଲୋଚନା

author img

By

Published : Sep 3, 2020, 4:59 PM IST

ଲଗାତାର ପଞ୍ଚମ ଦିନ ଭାରତ ଏବଂ ଚୀନ ମଧ୍ୟରେ ଆଲୋଚନା ଜାରି ରହିଛି । ଗୁରୁବାର ଭାରତ ଏବଂ ଚୀନ ମଧ୍ୟରେ ବ୍ରିଗେଡିୟର୍ ସ୍ତରରେ ଆଲୋଚନା ହେଉଛି ।

ଭାରତ-ଚୀନ ସୀମା ବିବାଦ
ଭାରତ-ଚୀନ ସୀମା ବିବାଦ

ନୂଆଦିଲ୍ଲୀ: ଗତ 29 ଏବଂ 30 ଅଗଷ୍ଟରେ ପୂର୍ବ ଲଦାଖର ପାଙ୍ଗଙ୍ଗ ସୋରେ ଚୀନ ପକ୍ଷରୁ ପୁଣିଥରେ କରାଯାଇଥିବା ଅନୁପ୍ରବେଶ ଉଦ୍ୟମ ପରେ ଭାରତୀୟ ସେନା ହାଇ ଆଲର୍ଟରେ ରହିଛି । ଚୀନର ଏହି କାର୍ଯ୍ୟକଳାପ ପରେ ଉଭୟ ଦେଶ ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି । ତେବେ ଏହାର ସମାଧାନ ପାଇଁ ଲଗାତାର ପଞ୍ଚମ ଦିନ ଭାରତ ଏବଂ ଚୀନ ମଧ୍ୟରେ ଆଲୋଚନା ଜାରି ରହିଛି । ଗୁରୁବାର ଭାରତ ଏବଂ ଚୀନ ମଧ୍ୟରେ ବ୍ରିଗେଡିୟର୍ ସ୍ତରରେ ଆଲୋଚନା ହେଉଛି ।

ତେବେ ଏହି ଆଲୋଚନା ଏକ ଅସାଧାରଣ ଢଙ୍ଗରେ ଚୁସୁଲରେ ଏକ ଖୋଲା ଅଞ୍ଚଳରେ ଜାରି ରହିଛି । ସେନାବାହିନୀର ବ୍ରିଗେଡିୟର୍‌ ଚୀନ ପ୍ରତିପକ୍ଷଙ୍କ ସହ ପୂର୍ବ ଲଦାଖର ଚୁସୁଲରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ପ୍ରସଙ୍ଗକୁ ନେଇ ଆଲୋଚନା କରୁଥିବା ସେନା ସୂତ୍ରରୁ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ପୂର୍ବ ଲଦାଖର ଚୁଲୁସ ଅଞ୍ଚଳରେ ସୀମାକୁ କେନ୍ଦ୍ର କରି ଭାରତ-ଚୀନ ମଧ୍ୟରେ ଆରମ୍ଭ ହୋଇଥିବା ଉତ୍ତେଜନା ବଢିବାରେ ଲାଗିଛି । ପାଙ୍ଗଙ୍ଗ ସୋ ହ୍ରଦର ଦକ୍ଷିଣ ପାର୍ଶ୍ବରେ ଗତ ଅଗଷ୍ଟ 29 ଏବଂ 30 ତାରିଖ ରାତିରେ ଚୀନ ସେନା ଅତିକ୍ରମ କରୁଥିଲେ । ଏହି ସମୟରେ ଭାରତୀୟ ସେନା ଚୀନ ସେନାକୁ ଉଚିତ ଜବାବ ଦେଇ ସେଠାରୁ ବିଦା କରିଥିଲେ ।

ଫିଙ୍ଗର ଅଞ୍ଚଳ, ଗଲୱାନ ଉପତ୍ୟକା, ହଟ ସ୍ପ୍ରିଂ ଏବଂ କଙ୍ଗ୍ରୁଙ୍ଗ ନାଲା ସମେତ ଅନେକ ଅଞ୍ଚଳରେ ଭାରତ ଏବଂ ଚୀନ ସେନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ଚୀନ ସେନା ଦ୍ବାରା ହୋଇଥିବା ଅତିକ୍ରମଣକୁ ନେଇ ଏପ୍ରିଲ-ମେ ମାସରୁ ଭାରତ ଏବଂ ଚୀନ ମଧ୍ୟରେ ବିବାଦ ଲାଗି ରହିଛନ୍ତି। ଜୁନ ମାସରେ ଗଲୱାନ ଉପତ୍ୟକାରେ ଚୀନ ସୈନ୍ୟଙ୍କ ସହ ହିଂସାତ୍ମକ ସଂଘର୍ଷରେ 20 ଜଣ ଭାରତୀୟ ସୈନିକ ଶହୀଦ ହୋଇଥିଲେ । ଏହାପରେ ପରିସ୍ଥିତି ଆହୁରି ବିଗିଡି ଯାଇଥିଲା।

ଗତ ତିନି ମାସ ଧରି ଲେଫ୍ଟେନାଣ୍ଟ ଜେନେରାଲ ସ୍ତରୀୟ ଆଲୋଚନା ସମେତ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଫଳାଫଳ ବାହାରିପାରିନାହିଁ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.