ETV Bharat / bharat

ସିଆଚେନରେ ହିମସ୍ଖଳନ: 4 ଯବାନ ଶହୀଦ, 7 ଉଦ୍ଧାର - ସିଆଚେନରେ ହିମସ୍ଖଳନ ଯବାନ ଶହୀଦ

ସିଆଚେନର ଗ୍ଲାସିୟର ଉତ୍ତରଭାଗରେ ଭୟଙ୍କର ହିମସ୍ଖଳନରେ ଭାରତୀୟ ସେନାର 4 ଯବାନ ଶହୀଦ ହୋଇଛନ୍ତି । ଏହାସହ ଏହି ବରଫ ଝଡରେ 2 ଜଣ ପୋର୍ଟରଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
author img

By

Published : Nov 18, 2019, 11:30 PM IST

ନୂଆଦିଲ୍ଲୀ: ସିଆଚେନର ଗ୍ଲାସିୟର ଉତ୍ତରଭାଗରେ ଭୟଙ୍କର ହିମସ୍ଖଳନରେ ଭାରତୀୟ ସେନାର 4 ଯବାନ ଶହୀଦ ହୋଇଛନ୍ତି । ଏହାସହ ଏହି ବରଫ ଝଡରେ 2 ଜଣ ପୋର୍ଟରଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଏହାସହ 7 ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

indian army troops are stuck under snow in siachin
ଫଟୋ ସୌଜନ୍ୟ: ଏଏନଆଇ

ସୋମବାର ଦ୍ବିପ୍ରହର ସୟମରେ ବଡ ବଡ ବରଫ ଖଣ୍ଡ ସେନାର କିଛି ପୋଷ୍ଟ ଉପରେ ମାଡି ଯାଇଥିଲା । 8 ଯବାନ ବରଫ ଝଡର ସମ୍ମୁଖୀନ ହୋଇ ବରଫ ଗଦା ତଳେ ଫସି ଯାଇଥିଲେ । ଏହାପରେ ଏହି ଯବାନଙ୍କୁ ଉଦ୍ଧାର ପାଇଁ ଏକ ସେନା ପକ୍ଷରୁ ଏକ ବଡ ଧରଣର ତଲାସୀ ଅଭିଯାନ ଜାରି ରଖିଥିଲେ । ପରେ ଉଦ୍ଧାର ସମସ୍ତ ଯବାନଙ୍କୁ ହେଲିକପ୍ଟର ଯୋଗେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ସମସ୍ତ ଯବାନ ସୋମବାର ଦ୍ବିପ୍ରହର ସମୟରେ ପାଟ୍ରୋଲିଂ ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି । ସିୟାଚେନ ଗ୍ଲାସିୟର ହିମାଳୟର ପୂର୍ବ କାରାକୋରମ ପର୍ବତ ଶୃଙ୍ଖଳାରେ ଅବସ୍ଥିତ । ଏହିସ୍ଥାୱରେ ଭାରତ ଓ ପାକିସ୍ତାନ ମଧ୍ୟରେ ନିୟନ୍ତ୍ରଣ ରେଖାର ସମାପ୍ତି ହୋଇଛି । ଏହି ସ୍ଥାନରେ ସେନାର ଏକ ବ୍ରିଗେଡ ନିଯୁକ୍ତ ରହିଛନ୍ତି ।

ଏଥିସହ ବିଶ୍ୱର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ ଗ୍ଲାସିୟରରେ । ପ୍ରାୟ ୨୨ହଜାର ଫୁଟ ଉପରେ ଥିବା ସିଆଚେନ ଗ୍ଲାସିୟରରେ ଅକ୍ସିଜେନର ପରିମାଣ କମ୍‌ ରହିଥିଲେ ମଧ୍ୟ ଭାରତୀୟ ସେନା ଦିନରାତି ଏହି ସ୍ଥାନରେ ରହି ମାତୃଭୂମିକୁ ସୁରକ୍ଷା ପ୍ରଦାନ କରି ଆସୁଛନ୍ତି ।

Intro:Body:

BLANK FOR  LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.