ଇଟାନଗର: ଅରୁଣାଚଳ ପ୍ରଦେଶର ବରଫ ପାହାଡ଼ରେ ଫସିଥିବା ସାଧାରଣ ନାଗରିକଙ୍କୁ ଉଦ୍ଧାର କଲା ଭାରତୀୟ ସେନା । ସମୁଦ୍ର ପତନ ଠାରୁ 14000 ଫୁଟ ଉଚ୍ଚରେ ଫସିରହିଥିଲେ 390 ସାଧାରଣ ନାଗରିକ ଏବଂ 175ଟି ଗାଡି । ମାର୍ଚ୍ଚ 7 ଓ 8 ତାରିଖ ଠାରୁ ଫସିରହିଥିଲେ ଏମାନେ ।
ତେବେ ଭାରତୀୟ ସେନାର ସଫଳତା ପୂର୍ବକ ଉଦ୍ଧାରକାର୍ଯ୍ୟ ପରେ ସମସ୍ତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏପରି ଉଦ୍ୟମ ପାଇଁ ଭାରତୀୟ ସେନାକୁ କୃତଜ୍ଞତା ଦେଇଛନ୍ତି ଉଦ୍ଧାର ହୋଇଥିବା ବ୍ୟକ୍ତି । ଶୂନ ଡିଗ୍ରୀ ତାପମାତ୍ରାରେ 16 ଘଣ୍ଟା ଉଦ୍ୟମ କରି ସମସ୍ତଙ୍କୁ ଉଦ୍ଧାର କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ