ଜମ୍ମୁ: ପୁଣି ଦେଖିବାକୁ ମିଳିଛି ଭାରତୀୟ ଯବାନଙ୍କ ବୀରତ୍ବ । ଉଛୁଳା ନଦୀରେ ପଶି ଉଦ୍ଧାର କରିଛନ୍ତି ଦୁଇ ମତ୍ସ୍ୟଜୀବୀଙ୍କୁ । ଘଟଣାଟି ହେଉଛି ଜମ୍ମୁର ଏକ ନିର୍ମାଣାଧୀନ ବ୍ରିଜ ପାଖର । ମାଛ ଧରିବାକୁ ଯାଇ ତାୱୀ ନଦୀରେ ଫସିଥିଲେ ଧୀବର । ଉପାୟ ନପାଇ ପଖାରେ ଥିବା ନିର୍ମାଣାଧୀନ ବ୍ରିଜରେ ଆଶ୍ରୟ ନେଇ ସହାୟତାକୁ ଅପେକ୍ଷା କରିଥିଲେ ଉଭୟେ । ଭିଡିଓରେ ଦେଖନ୍ତୁ କିପରି ଦୁଃସାହସିକ ଭାବେ ସେମାନଙ୍କୁ ଉଦ୍ଧାର କରିଥିଲେ ଭାରତୀୟ ଯବାନ ।
ଖବର ଅନୁଯାୟୀ ମତ୍ସ୍ୟଜୀବୀମାନେ ମାଛ ଧରିବାକୁ ଯାଇଥିବା ସମୟରେ ହଠାତ୍ ବଢିଯାଇଥିଲା ତାୱୀ ନଦୀର ପାଣି । ଫଳରେ ନଦୀରୁ ବାହାରି ନପାରି ଫସିଯାଇଥିଲେ ଉଭୟ ମତ୍ସ୍ୟଜୀବୀ । ଖବର ପାଇ କାଳ ବିଳମ୍ବ ନକରି ମତ୍ସ୍ୟଜୀବୀଙ୍କୁ ବଞ୍ଚାଇବାକୁ ଘଟଣାସ୍ଥଳରେ ପହଞ୍ଚିଥିଲେ ଭାରତୀୟ ଯବାନ । ଆଉ ହେଲିକପ୍ଟର ଯୋଗେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ ।
ଦୀର୍ଘ ସମୟର ପ୍ରୟାସ ପରେ ଶେଷରେ ସଫଳ ହୋଇଛନ୍ତି ଭାରତୀୟ ଯବାନ । ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ଫସିରହିଥିବା ଉଭୟ ମତ୍ସ୍ୟଜୀବୀ । ଉଦ୍ଧାର କରି ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ଅବତରଣ କରାଇଛନ୍ତି ଯବାନ ।