ETV Bharat / bharat

ଆସାମ ବନ୍ୟା : 160 ବିପନ୍ନଙ୍କୁ ରକ୍ଷା କଲା ଭାରତୀୟ ସେନା - night operation

ଆସାମ ବନ୍ୟାରେ 160 ବିପନ୍ନଙ୍କ ରକ୍ଷା କଲେ ଭାରତୀୟ ସେନା । ଗତ ରାତିର ନାଇଟ ଅପରେସନ ପରେ ଜଳବନ୍ଦୀ ଥିବା ଲୋକଙ୍କୁ ଉଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ସେନା ।

ଫଟୋ ସୌଜନ୍ୟ : ଏଏନଆଇ
author img

By

Published : Jul 16, 2019, 9:17 PM IST

ଗୌହାଟୀ: ଦିନକୁ ଦିନ ଭୟଙ୍କର ହେଉଛି ଆସାମ ବନ୍ୟା । ଆତଙ୍କିତ ହେଉଛନ୍ତି ଆସାମବାସୀ । ଜଳବନ୍ଦୀ ହୋଇ ରହିଛନ୍ତି 33 ଜିଲ୍ଲାର 4157ଟି ଗାଁ । ନା ବିପନ୍ନଙ୍କ ସେମାନଙ୍କ ପାଖରେ ପହଞ୍ଚି ପାରୁଛି ସାହାଯ୍ୟ ନା ଖାଦ୍ୟ । ଏପଟେ ସାହାଯ୍ୟ ପାଇଁ ଚେଷ୍ଟା କରି ଶେଷରେ 160 ଜଣ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କରିଛନ୍ତି ଭାରତୀୟ ସେନା ।

ସୋମବାର ରାତିରେ ସେନା ପକ୍ଷରୁ ଆସାମ ନାଲବରି ଜିଲ୍ଲାରେ ନାଇଟ ଅପରେସନ କରାଯାଇଥିଲା । ରାତିରେ ଅନେକ ଚେଷ୍ଟା ପରେ ବିପନ୍ନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ସେନା ଅଧିକାରୀ । କାରଣ ସେହି ଅଞ୍ଚଳରେ ପହଞ୍ଚିବା ବିଲକୁଲ ସହଜ ନଥିଲା । ଚାରିଆଡେ ପାଣି ଆଉ ପାଣି । ନିଜ ଜୀବନକୁ ବାଜି ଲଗାଇ ନିଜର କର୍ତ୍ତବ୍ୟ କରିଛନ୍ତି ଭାରତୀୟ ସେନାର କର୍ମୀମାନେ । ସେନାର ଅକ୍ଲାନ୍ତ ପରିଶ୍ରମ 160 ଜଣଙ୍କ ଜୀବନ ରକ୍ଷା କରିଛି ।

ବର୍ତ୍ତମାନ ବି ଆସାମରେ ଲାଗି ରହିଛି ବର୍ଷା । ଆଉ ବ୍ରହ୍ମପୁତ୍ର ନଦୀରେ ବିପଦ ସଙ୍କେତ ଉପରେ ବହୁଛି ବନ୍ୟା ଜଳ । ଏପଟେ ମୃତ୍ୟୁ ସଂଖ୍ୟା ପ୍ରାୟ 17 ଛୁଇଁଥିବା ସୂଚନା ରହିଛି ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.