ETV Bharat / bharat

36 ଘଣ୍ଟା ମଧ୍ୟରେ ନିହତ ହୋଇଛନ୍ତି 5 ରୁ 7 ଅନୁପ୍ରବେଶକାରୀ - jsmmu kashmir

ନିୟନ୍ତ୍ରଣ ରେଖାର କେରନ ସେକ୍ଟରରେ ପାକିସ୍ତାନୀ ବର୍ଡର ଆକ୍ସନ ଟିମ(ବ୍ୟାଟ) ପକ୍ଷରୁ ସୀମାରେ ଅନୁପ୍ରବେଶ ପ୍ରୟାସ କରାଯାଉଥିଲା । ଯାହାକୁ ପଣ୍ଡ କରି 5 ରୁ 7 ଅନୁପ୍ରବେଶକାରୀଙ୍କୁ 36 ଘଣ୍ଟା ମଧ୍ୟରେ ନିହତ କରିଛନ୍ତି ଭାରତୀୟ ଯବାନ ।

ଫଟୋ ସୌଜନ୍ୟ: ଟ୍ବିଟର@ANI
author img

By

Published : Aug 3, 2019, 10:00 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରେ ଗତ 36 ଘଣ୍ଟା ମଧ୍ୟରେ ଭାରତୀୟ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ନିୟନ୍ତ୍ରଣ ରେଖାର କେରନ ସେକ୍ଟରରେ ପାକିସ୍ତାନୀ ବର୍ଡର ଆକ୍ସନ ଟିମ(ବ୍ୟାଟ) ପକ୍ଷରୁ କରାଯାଉଥିବା ଅନୁପ୍ରବେଶ ପ୍ରୟାସକୁ ପଣ୍ଡ କରିଛନ୍ତି ଭାରତୀୟ ଯବାନ । ଏହାକୁ ରୋକିବା ପାଇଁ ସେନା ନିଜର କାର୍ଯ୍ୟାନୁଷ୍ଠାନରେ 5 ରୁ 7 ଅନୁପ୍ରବେଶକାରୀଙ୍କୁ ନିହତ କରିଛି । ସେମାନଙ୍କ ମୃତଦେହ ନିୟନ୍ତ୍ରଣ ରେଖାରେ ପଡିରହିଥିବା ବେଳେ ଭାରିମାତ୍ରାରେ ଗୁଳିବିନିମୟ ଯୋଗୁଁ ମୃତଦେହକୁ ସେଠାରୁ ଜବତ କରିପାରୁନାହିଁ ଭାରତୀୟ ସେନା ।

ତେବେ ଅନୁପ୍ରବେଶକାରୀଙ୍କ ମଧ୍ୟରେ ପାକ୍‌ ସେନାର ଯବାନ ଏବଂ ଆତଙ୍କବାଦୀ ମଧ୍ୟ ସାମିଲ ଅଛନ୍ତି । ଅନୁପ୍ରବେଶକାରୀ ସ୍ଥଳରୁ ସ୍ନାଇପର ରାଇଫଲ, ଆଇଇଡି ଏବଂ ବିଭିନ୍ନ ଜିନିଷ ଜବତ ହୋଇଛି ।

ସେପଟେ ଜମ୍ମୁ କାଶ୍ମୀରରେ ଶନିବାର ରାତି 8 ଟା 15 ମିନିଟ ସମୟରେ ପାକ୍‌ ପୁଣିଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ପୁଞ୍ଛର ମେନ୍ଧାର ସେକ୍ଟରରେ ଗୁଳିମାଡ କରିବା ସହ ମୋର୍ଟାର ମାଡ କରିଛି ପାକ୍‌ ସେନା । ତେବେ ଭାରତୀୟ ସେନା ଏହାର କଡା ଜବାବ ଦେଉଥିବା ସୂଚନା ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.